ମ୍ୟାରି କମ୍‍ ଓ ସୋନିଆଙ୍କ ଏନ୍‍ଜିଓ ସମେତ ୪୨ଟି ସ୍ୱେଚ୍ଛାସେବୀ ସଂଗଠନ ଏଫ୍‍ସିଆର୍‍ଏ ରାଡାରରେ

ନୂଆଦିଲ୍ଲୀ, ୨୧/୩: ବିଦେଶୀ ପାଣ୍ଠି ସଂଗ୍ରହ
କରି ହେରଫେର କରୁଥିବା
ଅଭିଯୋଗରେ କେନ୍ଦ୍ର ସରକାର
୪୨ଟି ଏନ୍‍ଜିଓଙ୍କୁ ଫରେନ୍‍
କଣ୍ଟ୍ରିବ୍ୟୁସନ୍‍ ରେଗୁଲସେନ୍‍ ଆକ୍ଟ
(ଏଫ୍‍ସିଆର୍‍ଏ) ରାଡାରରେ
ରଖିଛନ୍ତି  । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ
କିରଣ ରିଜିଜ୍ଜୁ ଲୋକସଭାରେ ଏକ
ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ,
ରାଜ୍ୟସଭା ସାଂସଦ ମ୍ୟାରି କମ୍‍ଙ୍କ
ଏନ୍‍ଜିଓ ‘ମ୍ୟାରିକମ୍‍ ଏନ୍‍ଜିଓ’,
ଏସିଆନେଟ୍‍ ନ୍ୟୁ ଚାରିଟେବୁଲ୍‍ ଟ୍ରଷ୍ଟ୍‍,
ସୋନିଆ ଗାନ୍ଧିଙ୍କ ‘ରାଜୀବ ଗାନ୍ଧି
ଚାରିଟେବୁଲ ଟ୍ରଷ୍ଟ’ ସମେତ ୪୨ଟି
ଏନ୍‍ଜିଓ ବିଲ୍‍ ଓ ମିଲିନ୍ଦା ଗେଟ୍ସ
ଫାଉଣ୍ଡେସନ୍‍ ଭଳି ଅନ୍ତରାଷ୍ଟ୍ରୀୟ ସଂସ୍ଥା
ଠାରୁ ପ୍ରଚୁର ବିଦେଶୀ ପାଣ୍ଠି ଆଣିଛନ୍ତି
 । ବିଦେଶୀ ଅର୍ଥ ହେରଫେର
ମାମଲାରେ ସେମାନଙ୍କୁ ରାଡାରରେ
ରଖାଯାଇଛି  ।

Comments