ଭାରତୀୟ ଜବାନ ଶିଖୁଛନ୍ତି ଚୀନା ଭାଷା


 ଭାରତୀୟ ଜବାନମାନେ ମଧ୍ୟପ୍ରଦେଶ ରାଇସେନ ଜିଲ୍ଲାରେ ଅବସ୍ଥିତ ସାଂଚି ବୌଦ୍ଧ ବିଶ୍ୱବିଦ୍ୟାଳୟରେ ଚୀନା (ମାଣ୍ଡାରିନ୍) ଭାଷା ଶିଖୁଛନ୍ତି  । ପ୍ରାୟ ୨୫ ଜଣ ଭାରତୀୟ ଜବାନ ଓ ଆଇଟିବିପିର କିଛି ଅଧିକାରୀ ଏହି ଭାଷା ଶିକ୍ଷାଲାଭ କରୁଛନ୍ତି  । ଏଥିନେଇ ଭାରତ ସରକାର କହିଛନ୍ତି ଯେ, ଏହାଦ୍ୱାରା ସୀମାରେ ଉତେଜନା ହ୍ରାସ ପାଇବ  । କାରଣ ଭାରତ ଓ ଚୀନ ସୈନ୍ୟ ପରସ୍ପରର କଥା ବୁଝିପାରୁନଥିବାରୁ ଅନେକ ସମୟରେ ଅଯଥାରେ ଉତେଜନା ସୃଷ୍ଟି ହେଉଛି  । ଚୀନ ଏକ ଜିଦ୍ଖୋର ରାଷ୍ଟ୍ର  । ଏଠାରେ ଲୋକମାନଙ୍କୁ ଇଂରାଜୀ ମଧ୍ୟ ଶିଖିବାକୁ ସୁଯୋଗ ମିଳେ ନାହିଁ  । ତେଣୁ ଚୀନର ସୈନ୍ୟମାନେ କେବେ ହେଲେ ହିନ୍ଦୀ ଶିଖିବେ ନାହିଁ  । ଏଣୁ ଭାରତୀୟ ଜବାନମାନଙ୍କୁ ମାଣ୍ଡାରିନ୍ ଭାଷା ଶିକ୍ଷା ଦିଆଯାଉଛି  । ଅନ୍ୟ ପଟେ ଏହାକୁ ନେଇ ଚୀନର ରକ୍ଷା ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି  । ଚୀନର ସରକାରୀ ପତ୍ରିକା ଗ୍ଲୋବାଲ ଟାଇମ୍ସ ମଧ୍ୟ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି  । ଭାରତୀୟ ଜବାନ ଚୀନା ଭାଷା ଶିଖିବା ଦ୍ୱାରା ସୀମାନ୍ତରେ ଭଲ ସମୟରେ ସିନା ଉତେଜନା ସୃଷ୍ଟି ହେବ ନାହିଁ; କିନ୍ତୁ ଯୁଦ୍ଧ ଭଳି ସ୍ଥିତିରେ ଭାରତ ଏହାର ଫାଇଦା ଉଠାଇବ ବୋଲି ସେମାନେ ଆଶଙ୍କାବ୍ୟକ୍ତ କରିଛନ୍ତି  । ପ୍ରକାଶଥାଉ କି, ପୂର୍ବରୁ ଚୀନର ରକ୍ଷା ବିଶେଷଜ୍ଞମାନେ ପିଏଲ୍ଏ ଜବାନମାନଙ୍କୁ ହିନ୍ଦୀ ଶିକ୍ଷା ଦିଆଯାଉ ବୋଲି ପରାମର୍ଶ ଦେଇଥିଲେ । 

Comments