ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘର ସେକ୍ତର-୪ସ୍ଥିତ କାର୍ଯ୍ୟାଳୟ ବିଶ୍ୱକର୍ମା ଭବନ ପ୍ରାଙ୍ଗଣରେ ୟୁନିୟନର ଦ୍ୱାଦଶ ଦ୍ୱିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ମଜଦୂର ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ମାନନୀୟ କୃଷ୍ଣଚନ୍ଦ୍ର ମିଶ୍ର.ଅଖିଳ ଭାରତୀୟ ସମ୍ବାଦକ ତଥା ଇସ୍ପାତ ଏବଂ ଖଣି କ୍ଷେତ୍ରର ସହ ପ୍ରଭାରୀ
ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ପାଣ୍ଡେ, ଓଡ଼ିଶା ରାଜ୍ୟ ସମ୍ପାଦକ ଏ.ଶ୍ରୀନିବାସ ରାଓ, ୟୁନିୟନର ସଭାପତି ବିବେକାନନ୍ଦ ମହାନ୍ତ, ସର୍ବଭାରତୀୟ ଷ୍ଟିଲ ଫେଡେରେସନର ସାଧାରଣ ସମ୍ପାଦକ ରାଜେନ୍ଦ୍ର ନାଥ ମହନ୍ତ, ସାଧାରଣ ସମ୍ପାଦକ ହିମାଂଶୁ ନନ୍ଦ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ସମ୍ମିଳନୀର ଉଦ୍ ଘାଟନ କରିଥିଲେ । ତତ୍ପରେ ସାମୁହିକ ଗାନା ହେବା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରାଯାଇଥିଲା । ଏହାପରେ ସଭାରେ ଅଧ୍ୟକ୍ଷତା କରୁଥିବା ବିବେକ ଭାଇ ତାଙ୍କର ଅଧ୍ୟକ୍ଷ ଅଭିଭାଷଣ ରଖିଥିଲେ । କିଛି ସ୍ଥାନୀୟ ରାଜନେତା ସେମାନଙ୍କ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଇସ୍ପାତ କାରଖାନାର କର୍ମଚାରୀଙ୍କ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରୁଥିବା ସେ ଦର୍ଶାଇଥିଲେ । ୟୁନିୟନର କାର୍ଯ୍ୟକର୍ତାମାନେ ଏଥିପ୍ରତି ସତର୍କ ରହିବା ସହିତ ଏହାକୁ ସଫଳ ଭାବେ ମୁକାବିଲା କରି କର୍ମଚାରୀ ଏକତା ଦିଗରେ ପ୍ରୟାସ କରିବାକୁ ସେ ଆହ୍ୱାନ ଦେଇଥିଲେ । ନିର୍ବାଚନ ବେଳେ ୟୁନିୟନ
ତରଫରୁ ଦିଆଯାଇଥିବା ପ୍ରତିଶୃତି ଗୁଡିକୁ ପୂରଣ କରିବାରେ ଭରପୁର ପ୍ରୟାସ କରାଯିବ ବୋଲି ସେ କହିଥିଲେ । ଏହାପରେ ଦେବେନ୍ଦ୍ର ପାଣ୍ଡେ ମହାଶୟ ତାଙ୍କର ଉଦ୍ଘାଟନୀ ଅଭିଭାଷଣ ରଖିଥିଲେ । ଏହା ମଧ୍ୟରେ ବିଏସଏଫର ଷ୍ଟିଲ ଫେଡେରେସନ ତରଫରୁ ଦଶକ ମଜଦୁରୀ ଚୁକ୍ତିନାମା ପାଇଁ ସେଲ କର୍ତୃପକ୍ଷଙ୍କୁ ଦାବି ପତ୍ର ପ୍ରଦାନ କରାଯାଇ ସାରିଛି । ଇତି ମଧ୍ୟରେ ହିମାଂଶୁ ଭାଇ ଏବଂ ଦେବେନ୍ଦ୍ର ପାଣ୍ଡେ କର୍ତୃପକ୍ଷଙ୍କ ସହିତ ଏନ.ଜେ,ସି,ଏସ ବୈଠକ ବିଷୟରେ ଆଲୋଚନା କରିସାରିଛନ୍ତି । ଆଇଏନଟିୟୁସି ପକ୍ଷରୁ ଏ ପର୍ଯ୍ୟନ୍ତ ଦାବୀପତ୍ର ଦିଆଯାଇ ନଥିବାରୁ ଆଲୋଚନା କରାଯାଇପାରିନାହିଁ । କର୍ତୃଫକ୍ଷ ତାଙ୍କୁ ସୂଚନା ଦେଇଥିବା ସେ ପ୍ରକାଶ କରିବା ସହିତ ଆଇଏନଟିୟୁସିର କେନ୍ଦ୍ରୀୟ ସ୍ତରରେ ଏଥିନେଇ ଦ୍ୱନ୍ଦ ରହିଥିବା ସେ କହିଥିଲେ । ଇତି ମଧ୍ୟରେ ଆଇଏନଟିୟୁସିର ତିୱାରୀ ଗୋଷ୍ଠୀ ସେଲ କର୍ତୃପକ୍ଷଙ୍କୁ ପତ୍ରଦେଇ ମଜୁଦୁରୀ ଆଲୋଚନାରେ ସାମିଲ ହେବାକୁ ନିବଦେନ କରିଛନ୍ତି । ସେ ସେଲ କର୍ତୃପକ୍ଷଙ୍କୁ ଚେତାଇ ଦେଇଥିଲେ ଯେ କେହି ଦାବି ପତ୍ର ଦେଉ ନଦେଉ ସେଥିରେ ବିଏମଏସର କିଛି ଯାଏ ଆସେ ନାହିଁ । ବିଏମଏସର ଦାବୀପତ୍ର ଉପରେ କ’ଣ ପଦକ୍ଷେପ ନିଆଯାଇଛି ସେ ବିଷୟରେ ଉତର ରଖିବାକୁ ସେ କର୍ତୃପକ୍ଷଙ୍କୁ କହିଥିଲେ । ଏହାଉପରେ ବିଚାରକରି ଶ୍ରୀଘ୍ର ଏନଜେସିଏସ ବୈଠକ ଡକାଇବାକୁ ସେଲ କର୍ତୃପକ୍ଷ ପ୍ରତିଶୃତି ଦେଇଛନ୍ତି ବୋଲି ସେ କହିଥିଲେ । ଏହାପରେ ସାଧାରଣ ସମ୍ପାଦକ ହିମାଂଶୁ ନନ୍ଦ ତାଙ୍କର ସମ୍ପାଦକୀୟ ବିବରଣୀ ପ୍ରସ୍ତୁତ କରିଥିଲେ । ତାଙ୍କର ବିଗତ ଦୁଇ ବର୍ଷରେ କାର୍ଯ୍ୟକାଳ ମଧ୍ୟରେ ଶ୍ରମିକମାନଙ୍କ ପାଇଁ ହାସଲ କରାଯାଇଥିବା ପ୍ରମୁଖ ସୁବିଧା ଗୁଡିକ ଉପରେ ଆଲୋକପାତ କରିବା ସହିତ ଏହି ସମୟ ମଧ୍ୟରେ ୟୁନିୟନ ଦ୍ୱାରା ଆୟୋଜନ ହୋଇଯାଇଥିବା ସର୍ବଭାରତୀୟ ବୈଠକ , ପ୍ରାଦେଶିକ ବୈଠକ, କାର୍ଯ୍ୟଶାଳା ଏବଂ ଆନ୍ଦୋଳନାତ୍ମକ କାର୍ଯ୍ୟ ପନ୍ଥା ସମ୍ବନ୍ଧରେ ସୂଚନା ଦେଇଥିଲେ । ବିଗତ ଦିନର କାର୍ଯ୍ୟଶୈଳୀ ମଧ୍ୟରେ ତାଙ୍କ ଦ୍ୱାରା ହୋଇଥିବା ତ୍ରୁଟି ବିଚ୍ୟୁତ ପାଇଁ ସଦସ୍ୟମାନଙ୍କୁ କ୍ଷମା ମାଗିବା ସହିତ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । ଏହାପରେ କୋଷାଧ୍ୟକ୍ଷ ଜ୍ଞାନେନ୍ଦ୍ର ପଣ୍ଡା ୨୦୧୬ ଏବଂ ୨୦୧୭ କ୍ୟାଲେଣ୍ଡର ବର୍ଷ ପାଇଁ ୟୁନିୟନ ଦ୍ୱାରା ସଂଗ୍ରହ କରାଯାଇଥିବା ଏବଂ ବ୍ୟୟ କରାଯାଇଥିବା
ଅର୍ଥର ହିସାବ ସଦସ୍ୟମାନଙ୍କୁ ଦେଇଥିଲେ । ଏହାପରେ ସାଧାରଣ ସମ୍ପାଦକଙ୍କ ବିବରଣୀ ଏବଂ ଆର୍ଥିକ ବିବରଣୀ ଧ୍ୱନି ମତରେ ପାରିତ କରାଯାଇଥିଲା । ଏହାପରେ ହିମାଂଶୁ
ଭାଇଙ୍କ ଦ୍ୱାରା ସଂଗଠନ କିପରି ସୁଦୃଢ କରାଯାଇପାରିବ ସେ ସମ୍ପର୍କରେ ସଦସ୍ୟମାନଙ୍କଠାରୁ ମତାମତ ଆହ୍ୱାନ କରାଯାଇଥିଲା । ସଦସ୍ୟମାନେ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହାପରେ ଅଧ୍ୟକ୍ଷ କାର୍ଯ୍ୟକାରିଣୀ ଭଙ୍ଗର ଘୋଷଣା କରିଥିଲେ ଏବଂ ନୂତନ କମିଟି ଗଠନ କରିବାପାଇଁ ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ ଏ
ଶ୍ରୀନବାସ ରାଓଙ୍କୁ ନିର୍ବାଚନ ଅଧିକାରୀ ନିଯୁକ୍ତି କରିଥିଲେ । ଏହାପରେ ଶ୍ରୀ ରାଓ ନୂତନ ୪୨ ଜଣିଆ କାର୍ଯ୍ୟକାରିଣୀ କମିଟିର ଘୋଷଣା କରିଥିଲେ । ଏହି କମିଟିରେ ସଭାପତି ବିବେକାନନ୍ଦ ମହନ୍ତ, କାର୍ଯ୍ୟକାରୀ ସଭାପତି ମଙ୍ଗଳ ବଡାଇକ, ଶ୍ରୀପତି ବିନୋଦ ଶର୍ମା, ଶ୍ରୀମତୀ ଶ୍ରଦ୍ଧାପତି ଚୌଧୁବରୀ , ତ୍ରିଲୋଚନ ନାୟକ କେଦାର ମାନସିଂ, ସାଧରଣ ସମ୍ପାଦକ ହିମାଂଶୁ ନନ୍ଦ, ଅତିରିକ୍ତ ସାଧାରଣ ସମ୍ପାଦକ ବିକାଶ ହାଲଦାର, ସମ୍ପାଦକ ଭାବେ ପ୍ରଭାତ କିଶୋର ବେହେରା ସମରେନ୍ଦ ମାହାନ୍ତ ତୈଲକ୍ୟ ବେହେରା, ରାଜେଶ ଦାସ, ରାମଚନ୍ଦ୍ର ହଁସଦା, ପ୍ରଦୀପ ସାହୁ, ମାସନ ଦାସ, ଉମାକାନ୍ତ ସାମଲ, ଅଜିତ ପୃଷ୍ଠି, ସୁବାଷ ପାଢୀଳ ଜନବର ସେଠୀ, ପ୍ରଦୀପ୍ତ ରାଏ, ପ୍ରଶାନ୍ତ ତିର୍କି, ମୂରଲିଧର ସାମଲ,
ବିକାଶ ରାୟ, ସରୋଜ ପ୍ରଧାନ, ମହେଶ୍ୱର ସାହୁ, ବିଶ୍ୱଜିତ ଦାସ, ମିହିର ମହାନ୍ତି, ଅକ୍ଷୟ ଧନ୍ଦ ପ୍ରମୁଖ ରହିଥିବାବେଳେ କୋଷାଧ୍ୟକ୍ଷ ଭାବେ ଜ୍ଞାନେସ ପଣ୍ଡା, ସହ କୋଷାଧ୍ୟକ୍ଷ
ସରୋଜ କୁମାର ପଣ୍ଡା, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ବିଶ୍ୱନାଥ କର, ଲଳିତ ସୁନ୍ଦର ଜେନା, ଦୈତାରୀ ମହନ୍ତ, ସଞ୍ଜିବ ପତି, କମଳାକାନ୍ତ ମିଶ୍ର, ମହାଦେବ ନନ୍ଦ, ଅମର ଜେସ୍ୱାଲ, ସଞ୍ଜୟ କୁମାର ଦାସ, ଶ୍ରୀମତୀ ରୀତାରାଣୀ ସ୍ୱାଇଁ ସମୀର ସୋରେନ ରହିଥିବାବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ରାଜେନ୍ଦ୍ର ନାଥ ମହନ୍ତ ରହିଛନ୍ତି ।
ଏହାପରେ ନୂତନ ଭାବେ ନିର୍ବାଚିତ ହୋଇଥିବା ସାଧାରଣ ସମ୍ପାଦକ ହିମାଂଶୁ ନନ୍ଦ ତାଙ୍କର ଅଭିଭାଷଣ ରଖି ସଦସ୍ୟ ମାନଙ୍କର ସହଯୋଗ କାମନା କରିଥିଲେ । ଶେଷରେ ମାନନୀୟ କୃଷ୍ଣଚନ୍ଦ୍ର ମିଶ୍ର ସମାରୋପ ଅଭିଭାଷଣ ରଖିଥିଲେ । ଶ୍ରମିକ ସ୍ୱାର୍ଥ ହାସଲ ପାଇଁ । ଶ୍ରମିକମାନେ ସ୍ୱତଃ ପ୍ରବୃତ ଭାବେ ଆନ୍ଦୋଳନରେ ଭାଗନେବା ନିହାତି ଆବଶ୍ୟକ । କୌଣସି ସରକାର ଟ୍ରେଡ ୟୁନିୟନ ନେତା ଶ୍ରମିକାମାନଙ୍କୁ କିଛି ଦିଅନ୍ତି ନାହିଁ । ସେଥିପାଇଁ ଆନ୍ଦୋଳନ ହିଁ ଏକମାତ୍ର ପନ୍ଥା । ଏଥିପାଇଁ ଦୈନନ୍ଦିନ ଜୀବନରୁ କିଛି ସମୟ ବାହାରକରି ସଂଗଠନ ପାଇଁ ଦେବାକୁ ପଡିବ । ଏହାଦ୍ୱାରା ସଂଗଠନ ମଜବୁତ ହେବା ସହିତ ଦାବି ହାସଲ କରିବାରେ ସମର୍ଥ ହୋଇପାରିବା ବୋଲି ସେ କହିଥିଲେ । ଏହାପରେ ଜ୍ଞାନେସ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏକ ବିଶେଷ ଘଟଣା କ୍ରମରେ ରାଉରକେଲା ଶ୍ରମିକ ସଂଘର କାର୍ଯ୍ୟକର୍ତା ଏବଂ ଏସଏମଏସ ଆଇ ବିଭାଗର କର୍ମଚାରୀ ପି.କେ ନାୟକ ତାଙ୍କର ସହକର୍ମୀମାନଙ୍କ ସହିତ ଆରଆଇକେକେଏସ ଯୋଗଦାନ କରିଛନ୍ତି । ଶ୍ରୀଯୁକ୍ତ ଡି କେ ପାଣ୍ଡେ ଏବଂ କୃଷ୍ଣଚନ୍ଦ୍ର ମିଶ୍ର ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଦେଇଥିଲେ ।

Comments
Post a Comment