ଝୁମ୍ପୁରା ସରସ୍ୱତୀ ଶିଶୁ ମନ୍ଦିରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ


ଝୁମ୍ପୁରା, ୨ା୯ : ଝୁମ୍ପୁରା ସରସ୍ୱତୀ ଶିଶୁ ମନ୍ଦିର ପରିସର ମଧ୍ୟରେ ବିଦ୍ୟାଳୟ ସ୍ତରୀୟ ଜନ୍ମଷ୍ଟମୀ ଉତ୍ସବ ଆନନ୍ଦ ଉଲ୍ଲସ ସହକାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିପିନ ବିହାରୀ ଖଣ୍ଡାୟୀ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଘାସିନାଥ ପ୍ରଧାନ ଭାଗବତ ପାଠ କରିଥିଲେ । ବିଦ୍ୟାଳୟର ଶିକ୍ଷକ ନିଧିକାନ୍ତ ବାରିକ ଶ୍ରୀ କୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ୧୯୫ ଶିଶୁ ଭାଇ ଭଉଣୀ କୃଷ୍ଣ ଓ ରାଧା ବେଶରେ ସଜ୍ଜିତ ହୋଇ ଶୋଭା ମଣ୍ଡନ କରିଥିଲେ । ଶେଷରେ କୃଷ୍ଣ ରାଧା ବେଶରେ ସୁସୁଜିତ ହୋଇଥିବା ପିଲା ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ବଜାର ପରିକ୍ରମା କରିଥିଲେ । ସେହିପରି ଏହି ବ୍ଲକର ବଡଡୁମୁରିଆ ଶିଶୁ ମନ୍ଦିର ପରିସର ମଧ୍ୟରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଆଶ୍ଚାର୍ଯ୍ୟଙ୍କ ତ୍ୱତ୍ତା ବଧାନରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସଂପାଦକ ପୂର୍ଣ୍ଣଚନ୍ଦ୍ର ମାଝି, ହଳଧର ବେହେରା, କୃଷ୍ଣଚନ୍ଦ୍ର ବେହେରା ପ୍ରମୋଦ ମହାକୁଡ, ଗୌରାଙ୍ଗ ମାଝି ପ୍ରମୁଖ ଯୋଗଦାନ କରି ଜନ୍ମାଷ୍ଟମୀ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଦିଗ ଦର୍ଶନ ଦେଇଥିଲେ ।

Comments