ଆରଏସ୍ଏସ୍ ତରଫୁର ‘ଭବିଷ୍ୟତ ଭାରତ’ ବକ୍ତୃତା ମାଳା

ଆରଏସ୍ଏସ୍ ତରଫୁର ‘ଭବିଷ୍ୟତ ଭାରତ’  ବକ୍ତୃତା ମାଳା


ଭୁବନେଶ୍ୱ.ର,୧୮/୯(ଭିସାକିଓ): ‘ଭବିଷ୍ୟତ ଭାରତ’ଏକ ତିନିଦିନିଆ ବକ୍ତୃତା ମାଳା ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଚଳିତ ମାସ ୧୭,୧୮,୧୯ ସେପ୍ଟମ୍ବର ଦିନାଙ୍କରେ  ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଆୟୋଜନ କରାଯାଇଛି । ଉକ୍ତ ବକ୍ତୃତା ମାଳାରେ ସରସଂଘ ଚାଳକ ଡା. ମୋହନ ଭାଗବତ ସଂଘ ଦୃଷ୍ଟିରେ ଆଗାମୀ ଭାରତର ପରିକଳ୍ପନା ଉପରେ ନିଜର ବକ୍ତୃତା ପ୍ରଦାନ କରୁଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦୃଷ୍ଟିରୁ ଭାରତର ସଂରଚନାକୁ ବିସ୍ତାର ରୂପେ ଡା. ଭାଗବତ ବିଶିଷ୍ଟ ବ୍ୟକ୍ତିଙ୍କ ସମାବେଶରେ ଉପସ୍ଥାପନ କରିବା ହିଁ ବକ୍ତୃତାର ଆଭିମୂଖ୍ୟ । ଏ ପ୍ରକାର ବକ୍ତୃତାମାଳା  ପ୍ରଥମ ଥର ପାଇଁ ଆୟୋଜନ କରାଯିବା ସହ ଦେଶର ବୁଦ୍ଧିଜୀବୀ,ରାଷ୍ଟ୍ରପ୍ରେମୀ ଓ ଚିନ୍ତାନାୟକଙ୍କ ନିମନ୍ତେ ସିଧା ପ୍ରସାରଣ ହେଉଅଛି  । ଉକ୍ତ କାର୍ଯ୍ୟକ୍ରମ ସଂଧ୍ୟା ୫ ଘଟିକାରୁ ୭ ଘଟିକା ପର୍ଯ୍ୟନ୍ତ ଡିଡି ନିଉଜ ଓ www.rss.org  ୱେବସାଇଟ୍ ରେ ସିଧା ପ୍ରସାରଣ ହେଉଅଛି । ବକ୍ତୃତାର ସାରାଂଶ www.vskbhart.com  ରେ ୱେବସାଇଟ୍ରେ ଉପଲବ୍ଧ ।

ଚିନ୍ମୟ ବୋଡେ 

Comments