ନୂଆଦିଲ୍ଲୀ, ,୧୨ା୧୧: ସୋମବାର ରାମ ଜନ୍ମଭୂମି ବାବ୍ରି ମସଜିଦ୍ ଭୂମି ବିବାଦ ମାମଲାରେ ଶୀଘ୍ର ଶୁଣାଣିକୁ ଅଗ୍ରାହ୍ୟ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଅଖିଳ ଭାରତୀୟ ହିନ୍ଦୁ ମହାସଭା ଅଯୋଧ୍ୟା ମାମଲାରେ ଶୀଘ୍ର ଶୁଣାଣି ପାଇଁ ନିବଦେନ କରି ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ । ଯାହାକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏବଂ ବିଚାରପତି ଏସକେ କୌଲଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ଯେ, ଅପିଲ ଗୁଡିକର ଶୁଣାଣି ପାଇଁ ଉପଯୁକ୍ତ ଖଣ୍ଡପୀଠଙ୍କ ସମ୍ମୁଖରେ ଜାନୁଆରୀ ମାସ ନିମନ୍ତେ ତାଲିକାଭୁକ୍ତ କରାଯାଇଛି । ଜରୁରୀ ଶୁଣାଣି ନିମନ୍ତେ ଅନୁରୋଧ କରିବାକୁ ଅଖିଳ ଭାରତ ହିନ୍ଦୁ ମହାସଭା ତରଫରୁ ହାଜର ହୋଇଥିବା ଓକିଲ ବରୁଣ କୁମାର ସିହ୍ନାଙ୍କୁ ଖଣ୍ଡପୀଠ କହିଲେ ଯେ, ଆମେ ଆଦେଶ ଦେଇସାରିଛୁ । ଜାନୁଆରୀ ମାସରେ ଅପିଲର ଶୁଣାଣି କରାଯିବ । ଅନୁମତି ନିମେନ୍ତ ଅନୁରୋଧ ଅଗ୍ରାହ୍ୟ କରାଗଲା ।

Comments
Post a Comment