ନେତାଜୀ ଜୟନ୍ତୀ ପାଳନରେ ବାଧା ଦେବା ପ୍ରତିବାଦରେ ଜନତାଙ୍କ ସ୍ୱତଃପ୍ରବୃତ ବନ୍ଦ ପାଳନ


କେନ୍ଦ୍ରାପଡା, ୨୪ ।୧: କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ପଡିଆରେ ଗତ ବୁଧବାର ଆରଏସ୍ଏସ୍ ପକ୍ଷରୁ ଆୟୋଜିତ ବରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନରେ ମୁସଲମାନମାନେ ବାଧାଦେବା ପ୍ରତିବାଦରେ ସହରର ଜନସାଧାରଣ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି । ଏହାର ପ୍ରତିବାଦରେ ଗତ ଗୁରୁବାର ସହରର  ସମସ୍ତ ବ୍ୟବସାୟୀମାନେ ସ୍ୱତଃପ୍ରବୃତ ଭାବେ ଦୋକାନ ବଜାର ବନ୍ଦ ରଖିଛନ୍ତି । ଏହି ବନ୍ଦ ପାଳନ ସମୟରେ ଜଣେ ବି କେହି ବନ୍ଦ ସମର୍ଥକ କୌଣସି ଗୋଟିଏ ବ୍ୟବସାୟୀଙ୍କୁ ଦୋକାନ ବନ୍ଦ କରିବାକୁ ଆସିନଥିଲା ବେଳେ ଦୋକାନୀମାନେ ନିଜ ପକ୍ଷରୁ ଆସ୍ତେ ଆସ୍ତେ ଦୋକାନ ବଜାର ବନ୍ଦ କରି ନିଜର ପ୍ରତିବାଦ ଜଣାଇଦେଇଛନ୍ତି । ସହରରେ ୧୪୪ ଧାରା ଜାରି ଥିବାରୁ ବନ୍ଦ ସମର୍ଥକମାନେ ସହର ଉପକଣ୍ଠ ଗୁଲନଗର ଛକ, ଦୁହୁରିଆ ଛକ, ଠାକୁରପାଟଣା ରାସ୍ତା, ଗୋପ ଛକ, ଛଅ ଘରିଆ ପ୍ରଭୃତି ଅଂଚଳରେ ରାସ୍ତା ଅବରୋଧ କରିବାରୁ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯିବାରୁ ଜନଜୀବନ ପ୍ରଭାବିତ ହୋଇଛି । ଏ ସମୟରେ ଗରାପୁର କାଳୀ ମନ୍ଦିର ନିକଟରେ ବନ୍ଦ ପାଳନକାରୀ ଓ ବିରୋଧକାରୀଙ୍କ ମଧ୍ୟରେ ଟେକା ପଥର ମାଡ ହେବାରୁ ପରିସ୍ଥିତି ଉତେଜନାମୂଳକ ହୋଇପଡିବାରୁ ପୋଲିସକୁ ମୃଦୁ ଲାଠି ଚାଳନା କରିଥିଲା । ସାରା ସହରବାସୀ ସ୍ୱତପୁତ ବନ୍ଦ ପାଳନ କରି ନିଜର ମନୋଭାବ ପ୍ରକାଶ କରିବା ଜାଣି ପ୍ରଶାସନ ତରବରିଆ ଭାବେ ଗୁରୁବାର ଅପରାହ୍ନ ୪ଟାରୁ ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ ସହରାଂଚଳରେ ସାନ୍ଧ୍ୟା ଆଇନ ଜାରି କରିଛି । ନେତାଜୀ ଜୟନ୍ତୀ ପାଳନରେ ବାଧାଦେବା ଘଟଣା ୨୪ ଘଂଟା ବିତିଯାଇଥିଲେ ମଧ୍ୟ ବାଧାଦେବା ଗୋଷ୍ଠୀଙ୍କ ଉପରେ ପ୍ରଶାସନ ଏ ପର୍ଯ୍ୟନ୍ତ ତାଙ୍କ ଉପରେ କୌଣସି କାର୍ଯ୍ୟୃାନୁଷ୍ଠାନ ନେବାକୁ ସାହସ କରିପାରିନାହିଁ । ଗଣ୍ଡଗୋଳକାରୀଙ୍କ କୋହଳ ମନଭାବ ଜାଣି ସାଧାରଣ ଜନତାଙ୍କ ମନରେ ଅସନ୍ତୋଷ ଜମାଟ ବାନ୍ଧୁଛି ।

Comments