ସଂକୁଳସ୍ତରୀୟ ସେବକ-ସେବିକା ସମ୍ମିଳନୀ


ଚମ୍ପୁଆ,୨୫ା୨  : ଚମ୍ପୁଆ ସଂକୁଳର ସେବକ ସେବିକା ସମ୍ମିଳନୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଚମିଳାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ୧୧ଟି ବିଦ୍ୟାଳୟରୁ ୧୪ଜଣ ସେବିକ ଓ ୪ଜଣ ସେବକ ଉପସ୍ଥିତ ଥିଲେ । ଏହି ସମ୍ମିଳନୀକୁ ମୁଖ୍ୟଅତିଥି ଭାବେ ବାସୁଦେବପୁର କନ୍ୟା ଆଶ୍ରମର ବିଜ୍ଞାନ ଶିକ୍ଷକ କିଶୋର କୁମାର ଜେନା ଉଦ୍ଘାଟନ କରିଥିଲେ । ଏହି ସମ୍ମିଳନୀକୁ ସରସ୍ୱତୀ ଶିଶୁ ମନ୍ଦିର ଚମିଳା ପ୍ରଧାନାଚାର୍ଯ୍ୟ ଲକ୍ଷ୍ମଣ କୁମାର ମହାନ୍ତ ସଂଯୋଜନା କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ସଭାପତି ଗଣେଶ୍ୱର ବାରିକ ଅଧ୍ୟକ୍ଷତା କରିଥିଲା । ଚମ୍ପୁଆ ସଂକୁଳ ସଂଯୋଜକ ଧରଣୀଧର ଦାସ ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହି ସେବକ ସେବିକା ମାନଙ୍କର କାର୍ଯ୍ୟ, କର୍ତ୍ତବ୍ୟ ଓ ସେମାନଙ୍କ ମଧ୍ୟରେ ଥିବା ମାତାପିତାର ଭୂମିକା ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉଦ୍ଯାପନୀ ଉତ୍ସବରେ ସଂକୁଳ ପ୍ରମୁଖ ମାନନୀୟ ଗଙ୍ଗାଧର କର ଉପସ୍ଥିତ ରହି ସେବକ ସେବିକାମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିବା ସହିତ ପ୍ରତିଯୋଗିତାରେ ବିଜୟୀ ସେବକ ସେବିକାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସେବିକାମାନଙ୍କ ମଧ୍ୟରେ ପାଣିବୁହା ଦୌଡ ପ୍ରତିଯୋଗିତା ହୋଇଥିଲା ବେଳେ ସେବକ ମାନଙ୍କ ମଧ୍ୟରେ ଗୃହ ନିର୍ମାଣ ପ୍ରକଳ୍ପ କାର୍ଯ୍ୟର ପ୍ରତିଯୋଗିତା ହୋଇଥିଲା । ସମସ୍ତ ସେବକ ସେବିକା ଏହି ସମ୍ମିଳନୀରେ ତାଙ୍କର ଦୀର୍ଘଦିନର ଅନୁଭୂତି କଥନ କରିଥିଲେ । ସରସ୍ୱତୀ ଶିଶୁ ମନ୍ଦିର ଚିମିଳାର ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Comments