ଜୟପୁର,୨୮/୪: ବର୍ତ୍ତମାନ ଏକ ନୂଆ ଭାରତ ଗଠନ ହେଉଛି । ଏହି ଭାରତ ପୂର୍ବ ଭଳି ଅସ୍ୱଚ୍ଛ ନୁହେଁ । ଏବେ ସ୍ୱଚ୍ଛ ଭାରତ ଦେଖିବାକୁ ମିଳୁଛି । ଏହି ଭାରତରେ ଝିଅର ବୋଝ ନାହିଁ । ଘରେ ଝିଅ ଜନ୍ମ ଏବେ ବରଦାନ ସଦୃଶ ପରି ମନେ ହେଉଛି । ଏବେ ପ୍ରଦୁଷିତ ଭାରତ ନାହିଁ, ପର୍ଯ୍ୟାବରଣ ଭାରତ ଗଠନ ହୋଇଛି ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଇନ୍ଦ୍ରେଶ କୁମାର ପ୍ରକାଶ କରିଛନ୍ତି ।
ଜୟପୁର ଜନ ଜାଗୃତି ମଞ୍ଚ ତରଫରୁ ଆଜମେର ଗେଟ ନିକଟସ୍ଥ ରାଜସ୍ଥାନ ଚ୍ୟାମ୍ବର ଅଫ୍ କମର୍ସ ଭବନରେ ଆୟୋଜିତ ମତଦାନ-ରାଷ୍ଟ୍ରନିର୍ମାଣ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି ।
ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀ ଇନ୍ଦ୍ରେଶ କୁମାର କହିଲେ ଯେ, ଗତ ପାଞ୍ଚ ବର୍ଷରେ ସବୁ କିଛି ହୋଇ ଯାଇଛି ବୋଲି ଭାବିବା ଠିକ୍ ନୁହେଁ, କିନ୍ତୁ କିଛି ବି ହୋଇନାହିଁ କହିବା ମଧ୍ୟ ଭୁଲ । କଂଗ୍ରେସ ହିନ୍ଦୁ ଏବଂ ଭଗବାକୁ ଆତଙ୍କବାଦୀ କହିଛି । ବର୍ଦିକୁ ଅତ୍ୟାଚାରୀ କହିଛି, ଦେଶ ଦ୍ରୋହିଙ୍କୁ ଛାଡିଦେବା ପାଇଁ କହିଛି । ଗୋଟିଏ ଦେଶରେ ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କ କଥା କହୁଛି । ଏହାକୁ ଭାରତ ସହି ପାରିବ ନାହିଁ ।
ଇନ୍ଦ୍ରେଶ କୁମାର କହିଲେ ଯେ, କେନ୍ଦ୍ରରେ ବର୍ତ୍ତମାନ ସରକାର କାରଣରୁ ପୁରା ବିଶ୍ୱରେ ଯୋଗ ଏବଂ ଗୀତାର ଆଦର ବଢିଛି । ବାଲକୋଟା ଘଟଣା ପରେ ସମଗ୍ର ଭାରତ ଉତ୍ସବ ପାଳନ କରିଥିଲା । ସମଗ୍ର ବିଶ୍ୱ ଭାରତ ସହିତ ଛିଡା ହୋଇଥିଲା । ୟୁରୋପ,ଆମେରିକା, ଚୀନ ଏବଂ ଭାରତ ସହିତ ରହିଥିବା ମୁସଲମାନ ଦେଶର ସଂଗଠନରୁ ପାକିସ୍ତାନ ବାହାରି ଯାଇଥିଲା ଏବଂ ଭାରତର ସମ୍ମାନ ବଢିଥିଲା ।
ସେ କହିଲେ ଯେ, କଂଗ୍ରେସ ଦେଶକୁ ସ୍ୱାଧିନ ଦେଇଛି, ଏହା ବଡ ଭୁଲ । ଦେଶର ସ୍ୱାଧିନତା ମହାରାଣା ପ୍ରତାପ, ଶିବାଜୀ, ଝାନ୍ସୀ ରାଣୀ ଲକ୍ଷ୍ମୀବାଇ, ତାନ୍ତିଆ ଟୋପେ, ଚନ୍ଦ୍ରଶେଖର ଆଜାଦ, ଲୋକମାନ୍ୟ ତିଲକ, ସାବରକର, ସୁବାଷ ଚନ୍ଦ୍ର ବୋଷ, ଲାଲା ଲାଜପତ ରାୟ, ମହାତ୍ମା ଗାନ୍ଧୀ, ଭଗତ ସିଂହଙ୍କ ପରି ଲକ୍ଷ ଲୋକଙ୍କର ବଳିଦାନ ଏବଂ ତ୍ୟାଗ କାରଣରୁ ମିଳିଛି । କଂଗ୍ରେସ ପାର୍ଟି ଜିନ୍ନା ସହିତ ମିଶି ଦେଶକୁ ଖଣ୍ଡ ଖଣ୍ଡ କରିଛି । ସେ କହିଛନ୍ତି ଜନ୍ମ ଆଧାରିତ ଜାତି ବ୍ୟବସ୍ଥା ମାନିବା ଠିକ୍ ନୁହେଁ । ଆମର ଏଠାରେ କର୍ମ ଆଧାରିତ ବ୍ୟବସ୍ଥା ।
ଡ. ରମେଶ ଚନ୍ଦ୍ର ଅଗ୍ରୱାଲା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ କର୍ଣ୍ଣେଲ ଧନେଶ ଗୋୟଲ ଧନ୍ୟବାଦ ଅର୍ପଣକରିଥିଲେ ।
Comments
Post a Comment