ତୃତୀୟ ପର୍ଯ୍ୟାୟରେ ବିଜେଡି ୩୫ରୁ ଅଧିକ ନିର୍ବାଚନ ମଣ୍ଡଳୀର ୪୦୦ରୁ ଅଧିକ ବୁଥ ରିଙ୍ଗି ଓ କ୍ୟାପଚରିଙ୍ଗ କରିଛି : ବିଜେପି



ଭୁବନେଶ୍ୱର,ତା ୨୫/୦୪: ଶାସକ ବିଜେଡିକୁ ଘାରିଛି ପରାଜୟର ଭୟ । ରାଜ୍ୟର ସବୁଆଡେ ଏବେ ବୋହୁଥିବା ବିଜେଡିର ପ୍ରତିକୁଳ ହାଓାକୁ ସାମ୍ନା କରିପାରୁନି ବିଜୁ ଜନତା ଦଳ । ସେଥିପାଇଁ ବିଜେଡି ନିର୍ବାଚନି ହିଂସା, ରାଜନୈତିକ ହତ୍ୟାକାଣ୍ଡ, ବୁଥ ରିଙ୍ଗି, ବୁଥ କ୍ୟାପଚରିଙ୍ଗ ବାଟକୁ ଆପଣେଇଛି । ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହୋଇଥିବା ୪୨ ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜେଡି ୪୦ରୁ ଅଧିକ ନିର୍ବାଚନ ମଣ୍ଡଳୀରେ ବୁଥ ରିଙ୍ଗି ଓ କ୍ୟାପଚରିଙ୍ଗ କରିଛି । କଟକ ଲୋକସଭା ନିର୍ବାଚନ ମଣ୍ଡଳୀର କଟକି ସାହିର ୧୬୬,  ଜେନାପୁରର ୧୭୧, ଦୋରଡାର ୧୨୪, ସାଥିଲୋର ୧୦୦, ୧୬୭, ଅନନ୍ତପୁର ୨୨୭, ୨୮୨ ଏବଂ କମାରପୁରର ୨୩୧ ଏହି ବୁଥ୍ମାନଙ୍କରେ  ବିଜେଡି ଦଳ ବୁଥ ରିଗିଂ, କ୍ୟାପଚରିଂ, ବିଜେପି ପୋଲିଂ ଏଜେଂଟ ମାନଙ୍କୁ ବୁଥ ଭିତରେ ପ୍ରବେଶ କରାଇ ନଦେବାରୁ ସ୍ପଷ୍ଟ ବାରି ହୋଇ ପଡୁଛି କି ବିଜେଡି ଭୟଭୀତ ହୋଇ ପଡିଛିି । ଶାସକ ଦଳର ଗୁଣ୍ଡା ଏବଂ ସରକାରୀ କଳର ଅପବ୍ୟବହାର କରି  ବିଜେଡି ନେତା ଓ କର୍ମୀମାନେ ନିର୍ବାଚନକୁ ନିଜ ଅଧୀନରେ ରଖିବାକୁ ପ୍ରୟାସ କରିଛନ୍ତି । ଆଜି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଏହି  ବୁଥ ଗୁଡିକରେ ପୁର୍ବବାର ସାନି ମତଦାନ  କରିବାକୁ ଦାବି କରାଯାଇଛି ।

ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧକାରୀଙ୍କୁ ରାଜ୍ୟରେ ସମ୍ବେଦନଶୀଳ ବୁଥ୍ ଗୁଡିକର ତାଲିକା ବିଜେପି ପକ୍ଷ୍ୟରୁ ପ୍ରଦାନ କରିଥିଲା । ଏହି ବୁଥ୍ ମାନଙ୍କର ଅବ୍ୟବସ୍ଥା ଏବଂ ବିଜୁ ଜନତା ଦଳର ଗୁଣ୍ଡାମାନେ ଆସି  ଏହି ବୁଥମାନଙ୍କରେ ଜବରଦସ୍ତି ଭାବେ ଭୋଟ ହାତେଇବା ଯେଉଁ ଆଶଙ୍କା ବିଜେପି କରିଥିଲା ତାହା ଏବେ ସତ୍ୟ ପ୍ରମାଣିତ ହେଲା । ବୁଥ ଗୁଡିକରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ କ୍ଷୁର୍ଣ୍ଣ ହୋଇଥିବାବେଳେ ସେଠାରେ ଥିବା  ପୋଲିସ ନିରବଦଷ୍ଟ୍ରା ସାଜିଥିଲା । କେତେକ ସ୍ଥାନର ପୋଲିଙ୍ଗ ଅଫିସର ଓ ପ୍ରିଜାଇଡିଙ୍ଗ ଅଫିସରମାନେ ବିଜେଡି ଦଳର ଗୁଣ୍ଡମାନଙ୍କୁ ପ୍ରଶୟ  ଦେଇଛନ୍ତି । ଯାହା ଫଳରେ  ବେଆଇନ ଭାବେ ଅନେକ ବ୍ୟକ୍ତି ପଶି ମନଇଚ୍ଛା ମତଦାନ କରିଛନ୍ତି । ଏହି ଘଟଣାର ତୁରନ୍ତ ତଦନ୍ତ କରାଯାଇ ଏଥିରେ ସଂପୃକ୍ତି ଥିବା ପୋଲିଂ ଅଫିସରମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ବୁଥ୍ମାନଙ୍କରେ ପୁର୍ନବାର ମତଦାନ କରାଯାଉ ବୋଲି ବିଜେପିର ପ୍ରତିନିଧି ଦଳ ଦାବି କରିଛି ।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହୋଇଥିବା ରାଜ୍ୟର ପ୍ରାୟ ସମସ୍ତ ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ଶାସକ ବିଜେଡି ଦ୍ୱାରା ଭୋଟରମାନଙ୍କୁ ଜବଦସ୍ତି ଦେବାକୁ ଉଦ୍ୟମ କରି ଅନେକ ଯାଗାରେ ସଫଳ ମଧ୍ୟ ହୋଇଛନ୍ତି ।  କେନ୍ଦୁଝର  ବିଧାନସଭା ନିର୍ବାଚନୀ ମଣ୍ଡଳୀ ବୁଥ ନମ୍ବର ୧୪୯, କଂଟାମାଳ ବିଧାନସଭା ନିର୍ବାଚନୀ ମଣ୍ଡଳୀ ବୁଥ ନମ୍ବର ୧୨୩,  ଛେଣ୍ଡିପଦା ବିଧାନସଭା ନିର୍ବାଚନୀ ମଣ୍ଡଳୀର ବୁଥ  ନମ୍ବର ୮୫, ସତ୍ୟବାଦୀ ବିଧାନସଭା ନିର୍ବାଚନୀ ମଣ୍ଡଳୀର ବୁଥ  ନମ୍ବର ୧୦୧, ୧୦୭, ୧୦୮, ୮୭, ୯୦, ୧୦୯, ବ୍ରହ୍ମଗିରି ବିଧାନସଭା ନିର୍ବାଚନୀ ମଣ୍ଡଳୀର ବୁଥ  ନମ୍ବର ୨୨୨, ଆଠଗଡ ବିଧାନସଭା ନିର୍ବାଚନୀ ମଣ୍ଡଳୀର ବୁଥ  ଏବଂ ୧୬୬, ୧୭୧, ୧୨୪, ୯୦, ୧୦୦ ,୧୬୭ , ୨୨୭,  ନମ୍ବର ୨୨୮ ଏବଂ ୨୩୧,  ନୟାଗଡ ନିର୍ବାଚନୀ ମଣ୍ଡଳୀ ବୁଥ ନମ୍ବର ୬୧, ୬୨, ୫୮, ୧୯, ୧୪୧, ୨୨୮ ରେ ମଧ୍ୟ ବୁଥ୍ କ୍ୟାପଚରିଂ ହୋଇଛି । ସେହିପରି ଢେଙ୍କାନାଳ ବିଧାନସଭା ନିର୍ବାଚନୀ ମଣ୍ଡଳୀ  ଗୁନ୍ଦୁରାପୋଷି ବୁଥ୍ ନମ୍ବର ୧୦୭, ରେଙ୍ଗାଲି ବିଧାନସଭା ନିର୍ବାଚନୀ ମଣ୍ଡଳୀ  ଦୁବେନଛପାଲ୍ ବୁଥ୍ ନମ୍ବର ୮, ବଡମ୍ବା, ବାଙ୍କି, ବାରବାଟି, ସମ୍ବଲପୁର, ତେଲକୋଇ, ହିନ୍ଦୋଳ ଏବଂ ଆନନ୍ଦପୁର ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ଭୋଟ ବେଳେ ଟଙ୍କା ବାଟିଂବା ସହ ତାଲଚେର ବିଧାନସଭା ନିର୍ବାଚନୀ ମଣ୍ଡଳୀର ହରିଚନ୍ଦନପୁର ବୁଥ୍ ନମ୍ବର ୩୮ ରେ ଭୋଟରଙ୍କୁ ମଦ ବଟାଂଯାଇଥିଲା ଶାସକ ବିଜୁ ଜନତା ଦଳ ଦ୍ୱାରା । ଏହି ଘଟଣା ତୁରନ୍ତ ତଦନ୍ତ କରିବା ସହ ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଏହି ପ୍ରତିନିଧି ଦଳ ନିର୍ବାଚନ ଅଧିକାରୀଙ୍କ ପାଖରେ ଦଳ ଦାବି କରିଛି । 

ଏହି ମତଦାନ କେନ୍ଦ୍ର ଗୁଡିକକୁ ଅତି ସମ୍ବେଦନଶୀଳ ଘୋଷଣା କରି ବୁଥମାନଙ୍କରେ କେନ୍ଦ୍ରୀୟ  ସୁରକ୍ଷାବଳ ମୁତୟନ କରିବା ସହ କଡା ନଜରରେ ସାନି ମତଦାନ କରିବାକୁ  ଏହି ପ୍ରତିନିଧି ଦଳ ଦାବି କରିଛି ।

ଏହି ପ୍ରତିନିଧି ଦଳରେ ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ଗୋବିନ୍ଦ ଅଗ୍ରୱାଲ,କଟକ ସାଂସଦ ପାର୍ଥୀ ପ୍ରକାଶ ମିଶ୍ର, ନିର୍ବାଚନ ପ୍ରକୋଷ୍ଠର ଆବାହକ ଶ୍ରୀ ରବିଶଙ୍କର ପଟ୍ଟନାୟକ ଏବଂ ସମ୍ବଲପୁର ବିଜେପି ମିଡିଆ ଜୋନ୍ର ମୁଖ୍ୟ ମାନସ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ  ।

Comments