ମହାନଗରରେ ୧୩ଟି ସ୍ଥାନରେ ଅନୁଷ୍ଠିତ ହିନ୍ଦୁ ସାମ୍ରାଜ୍ୟ ଦିବସ ଉତ୍ସବରେ ୨୩୧ଜଣରୁ ଉଦ୍ଧ୍ୱର୍ ସ୍ୱୟଂସେବକ ଭାଗ ନେଲେ


ରାଷ୍ଟ୍ରୀୟ ସ୍ୱୟଂସେକ ସଂଘ, ଭୁବନେଶ୍ୱର ମହାନଗର ତରଫରୁ ହିନ୍ଦୁ ସାମ୍ରାଜ୍ୟ ଦିବସ ମହା ସମାରୋହରେ ଅନୁଷ୍ଟିତ ହୋଇ ଯାଇଛି । ୧୩ ଟି ସ୍ଥାନରେ  ଅନୁଷ୍ଠିତ ହୋଇଥିବା ଉତ୍ସବରେ ୨୩୧ଜଣରୁ ଉଦ୍ଧ୍ୱର୍ ସ୍ୱୟଂସେବକ ଭାଗ ନେଇଥିଲେ ।
ଖାରବେଳ ନଗର  ଉତ୍ସବ ମଧୁସୁଦନ ପ୍ରଭାତ ଶାଖାରେ ସକାଳ ୬.୩୦ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ କ୍ଷେତ୍ର କାର୍ଯ୍ୟବାହ ଅଧ୍ୟାପକ ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୋଟ ୧୦ ଜଣ ସ୍ୱୟଂସେବକ ଭାଗ ନେଇଥିଲେ ।
ବନଦୂର୍ଗା ନଗର ଉତ୍ସବ ଶ୍ରୀରାମ ପ୍ରଭାତ ଶାଖାରେ ସକାଳ ୬.୩୦ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ଅଧିବକ୍ତା ଉମାକାନ୍ତ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୋଟ ୨୮ ଜଣ ସ୍ୱୟଂସେବକ ଭାଗ ନେଇଥିଲେ ।
ବୁଦେ୍ଧଶ୍ୱରୀ ନଗର  ଉତ୍ସବ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର,ବଡଗଡରେ ସଂଧ୍ୟା ୭.୩୦ ମି.ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ସଂଘର ପୂର୍ବ ପ୍ରାନ୍ତର ସହ ପ୍ରାନ୍ତ ପ୍ରଚାର ପ୍ରମୁଖ  ସୁମନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୋଟ ୩୮ ଜଣ ସ୍ୱୟଂସେବକ ଭାଗ ନେଇଥିଲେ ।
କେଦାରଗୌରୀ ନଗର  ଉତ୍ସବ   ଯାଜେ୍ଞଶ୍ୱରୀ ପ୍ରଭାତ ଶାଖାରେ ସକାଳ ୬.୩୦ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ନଗର କାର୍ଯ୍ୟବାହ ଦୁଷ୍ମନ୍ତ ବାରିକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୋଟ ୨୦ ଜଣ ସ୍ୱୟଂସେବକ ଭାଗ ନେଇଥିଲେ ।
ରାଜରାଣୀ ନଗର  ଉତ୍ସବ ଶିଶୁପାଳଗଡ ଶିବ ମନ୍ଦିରରେ  ସକାଳ ୬.୩୦ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକର୍ତା ଶରତ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୋଟ ୭ ଜଣ ସ୍ୱୟଂସେବକ ଭାଗ ନେଇଥିଲେ ।
ବରମୁଣ୍ଡା ନଗର  ଉତ୍ସବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଧର୍ମବିହାର ଠାରେ  ସଂଧ୍ୟା ୬ ଘଟିକାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ନଗର ଶାରୀରିକ ପ୍ରମୁଖ ଜଗନ୍ନାଥ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୋଟ ୨୦ ଜଣ ସ୍ୱୟଂସେବକ ଭାଗ ନେଇଥିଲେ ।
ଡୁମଡୁମା ନଗର  ଉତ୍ସବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ୟୁନିଟ-୮ରେ  ସକାଳ ୬.୩୦ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ନଗର ବୌଦ୍ଧିକ ପ୍ରମୁଖ ସୌମେନ୍ଦ୍ର ମନଜିତ ବିଶ୍ୱାଳ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୋଟ ୨୦ ଜଣ ସ୍ୱୟଂସେବକ ଭାଗ ନେଇଥିଲେ । 
କଳିଙ୍ଗ ନଗର  ଉତ୍ସବ ଖଣ୍ଡଗିରିର ଏଚ୍ଆଇଜି-୪ରେ  ସକାଳ ୬.ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ମହାନଗର ପ୍ରଚାରବିଭାଗ ସୋସିଆଲମିଡିଆ ପ୍ରମୁଖ ଦେବଦତ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୋଟ ୩୦ ଜଣ ସ୍ୱୟଂସେବକ ଭାଗ ନେଇଥିଲେ ।
ଶିଖରଚଣ୍ଡା  ନଗର  ଉତ୍ସବ ସରସ୍ୱତୀ ଶିଶୁ ମନ୍ଦିର ଚନ୍ଦକାରେ ସଂଧ୍ୟା ୫ ଘଟିକାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ମହାନଗର ଶାରୀରିକ ପ୍ରମୁଖ ଭବେଶ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୋଟ ୧୨ ଜଣ ସ୍ୱୟଂସେବକ ଭାଗ ନେଇଥିଲେ ।
ମୈତ୍ରୀ ନଗର  ଉତ୍ସବ ନିଳାଦ୍ରୀ  ପ୍ରଭାତ ଶାଖାରେ ସକାଳ ୬.୧୫ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ମହାନଗର ମହାବିଦ୍ୟାଳୟ ପ୍ରମୁଖ ସ୍ମୃତି ପ୍ରକାଶ ମିଶ୍ର  ମୁଖ୍ୟ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୋଟ ୨୭ ଜଣ ସ୍ୱୟଂସେବକ ଭାଗ ନେଇଥିଲେ ।
ଲକ୍ଷେଶ୍ୱର ନଗର  ଉତ୍ସବ ନହରକଂଟା ସ୍ୱପ୍ନେଶ୍ୱର ପ୍ରଭାତ ଶାଖାରେ  ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ସଂସ୍କୃତ ଭାରତୀ ପଶ୍ଚିମ ପ୍ରାନ୍ତର ସହ ପ୍ରାନ୍ତ ସଂଯୋଜକ ସାରଦା ସାଗର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୋଟ ୧୯ ଜଣ ସ୍ୱୟଂସେବକ ଭାଗ ନେଇଥିଲେ । ସେହିପରି ଝାରପଡା ନଗର ଉତ୍ସବ ଝାରପଡା ହାଇସ୍କୁଲ ପଡିଆରେ ସକାଳ ୬ଘଟିକାରେ ଅନୁଷ୍ଠିତ ହୋଇଥିଲା ।  ଶ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ନୟାପଲ୍ଲୀ ନଗରର  ଚନ୍ଦ୍ରଶେଖର ସାୟଂ ଶାଖାରେ ସଂଧ୍ୟା ୫ ଘଟିକାରେ  ଅନୁଷ୍ଠିତ ହୋଇ ଯାଇଛି ।
ଗୋଲଖ ଚନ୍ଦ୍ର ଦାସ

Comments