ଚୀନରେ ବିକ୍ରୀ ହେଉଛନ୍ତି ପାକ୍ ମହିଳା, ବେଶ୍ୟାବୃତ୍ତି ପାଇଁ କରାଯାଉଛି ବାଧ୍ୟ


ଇସ୍ଲାମାବାଦ୍, ୧୭/୬  : ଭାରତର ଚାପରେ ପାକିସ୍ତାନକୁ ଆମେରିକାର ଓ ବିଶ୍ୱବ୍ୟାଙ୍କ୍ରୁ ମିଳୁନି ଆଉ ଋଣ  । ସେଠାରେ ଘୋର ଆର୍ଥିକ ସଙ୍କଟ ଦେଖାଦେବା ସହ ସମସ୍ତ ଜିନିଷର ଦର୍ଦାମ୍ ଆକାଶଛୁଆଁ ହୋଇସାରିଛି  । ଅଟାର କେଜି ପ୍ରତି ୧୦୦ ଟଙ୍କାରୁ ଅଧିକ, ଆଳୁ କିଲୋ ପ୍ରତି ୨୦୦ ଟଙ୍କା, ଟମାଟର କିଲୋ ପ୍ରତି ୩୦୦ରୁ ଅଧିକ ଓ ମାଂସ କିଲୋ ପ୍ରତି ପ୍ରାୟ ୧୨ଶହ ଟଙ୍କାରୁ ଅଧିକରେ ବିକ୍ରୀ ହେଉଛି  । ପରିସ୍ଥିତି ଏଭଳି ଯେ ପାକିସ୍ତାନର ଅଧିକାଂଶ ଲୋକଙ୍କ ନିକଟରେ ନିତିଦିନିଆ ଖାଇବା ପିଇବା ପାଇଁ ମଧ୍ୟ ଟଙ୍କା ନାହିଁ  । ସମ୍ପୂର୍ଣ୍ଣ ଦେବାଳିଆ ହୋଇସାରିଥିବା ପାକିସ୍ତାନର ଆଉ ଏକ ଘୃଣ୍ୟ ଓ ନଗ୍ନ ଛବି ଏବେ ସାମ୍ନାକୁ ଆସିଛି  । ଏଠାରେ କେତେକ ଲୋକେ ତାଙ୍କ ଝିଅଙ୍କୁ ଟଙ୍କା ଲୋଭରେ ଚୀନର ବ୍ୟବସାୟୀମାନଙ୍କୁ ବିକ୍ରୀ କରୁଛନ୍ତି  । ପରେ ଚୀନର ବେପାରୀମାନେ ମୋଟା ଅଙ୍କରେ ପାକିସ୍ତାନୀ ଝିଅଙ୍କୁ କିଣି ସେମାନଙ୍କୁ ଘୃଣ୍ୟ ବେଶ୍ୟାବୃତ୍ତି ଲାଗି ବାଧ୍ୟ କରୁଛନ୍ତି  । ଏହିଭଳି ଏକ ନିଷ୍ଠୁର ସତ୍ୟ ଏବେ ପଦାକୁ ଆସିଛି  । ନତଶା ମସୀହ (୧୯) ନାମକ ଜଣେ ପାକ୍ ମହିଳାଙ୍କ କହିବାନୁଯାୟୀ, ତାଙ୍କ ପରିବାର ଲୋକେ ଟଙ୍କା ଲୋଭରେ ତାଙ୍କୁ ଜଣେ ଚୀନର ବ୍ୟବସାୟୀଙ୍କ ସହିତ ବିବାହ କରାଇଥିଲେ  । ବିବାହ ପରେ ଉକ୍ତ ଚୀନ ବ୍ୟବସାୟୀ ଜଣକ ତାଙ୍କୁ ଚୀନର ଭିନ୍ନ ଭିନ୍ନ ହୋଟେଲ୍ରେ ରଖି ଅନ୍ୟ ପୁରୁଷଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ଏବଂ ପରେ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରିଥିଲେ  । ପ୍ରତିବାଦ କରିବାରୁ ତାଙ୍କୁ ସେ ମୋଟା ଟଙ୍କା ଦେଇ କିଣିଛନ୍ତି ଓ ତାଙ୍କ ପାଇଁ ସେ କେବଳ ଗୋଟିଏ ସମ୍ପତ୍ତି ବୋଲି ନତାଶାଙ୍କ ସ୍ୱାମୀ କହିଥିଲେ  ।

Comments