ଶ୍ରୀନଗର, ୧୭/୬ : ଗତ ଫେବୃଆରୀ ୧୪ରେ କାଶ୍ମୀରର ପୁଲୱାମା ଜିଲ୍ଲାର ଜମ୍ମୁ-ଶ୍ରୀନଗର ରାଜମାର୍ଗର ଯେଉଁଠାରେ ଆତ୍ମଘାତୀ ବିସ୍ଫୋରଣ କରି ଆତଙ୍କବାଦୀମାନେ ଭାରତର ପ୍ରାୟ ୪୦ ଜଣ ଜବାନଙ୍କ ଜୀବନ ନେଇଥିଲେ ସେହିଠାରୁ ଠିକ୍ ୨୭ କି.ମି ଦୂରରେ ପୁଲୱାମାର ଅଡିହଲ ଅଞ୍ଚଳର ଅଡିହଲ-ଲଶିପୁରା ରାସ୍ତାରେ ଆଜି ଆତଙ୍କବାଦୀମାନେ ପୁଣି ଆମ ଜବାନମାନଙ୍କୁ ଟାର୍ଗେଟ କରିଛନ୍ତି । ଫେବୃଆରୀ ୧୪ପରି ଏଥର ମଧ୍ୟ ସେନାର ଏକ କାସ୍ପପର ପାଟ୍ରୋଲ ଗାଡିକୁ ବିସ୍ଫୋରଣରେ ଉଡାଇ ଦେବା ପାଇଁ ଆତଙ୍କବାଦୀମାନେ ବିସ୍ଫୋରକରେ ଭର୍ତ୍ତି ଏକ ଗାଡି ଆଣି ଏହା ସହ ଧକ୍କା କରାଇଥିଲେ । ଏହି ରାସ୍ତାର ଇଦ୍ଗା ନିକଟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ପ୍ରତିରୋଧକାରୀ ଉକ୍ତ କାସ୍ପପର ଗାଡିରେ ୪୪ ରାଷ୍ଟ୍ରୀୟ ରାଇଫଲସର ଜବାନମାନେ ପାଟ୍ରୋଲିଂରେ ଯାଉଥିଲେ । ତେବେ ଏହି ଗାଡିଟି ବିସ୍ଫୋରଣ ପ୍ରତିରୋଧକାରୀ ହୋଇଥିବାରୁ ଏହା ଦ୍ୱାରା କୌଣସି ଜବାନଙ୍କ ଜୀବନହାନୀ ହୋଇନାହିଁ । ତେବେ ୫ ଜଣ ଜବାନ ଆହତ ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସେନ ପକ୍ଷରୁ କୁହାଯାଇଛି । ସେପଟେ ତ୍ରାଲରେ ଏକ ସିଆରପିଏଫ କ୍ୟାମ୍ପ ଉପରେ ମଧ୍ୟ ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗି ଆକ୍ରମଣ କରିଛନ୍ତି । ଏଥିରେ ମୃତାହତଙ୍କ ସମ୍ପର୍କରେ କିଛଇ ସୂଚନା ମିଳି ନାହିଁ ।
Comments
Post a Comment