କେବଳ ଶ୍ରୀକ୍ଷେତ୍ର ପୁରୀ ନୁହେଁ, ପବିତ୍ର ରଥଯାତ୍ରା ପାଇଁ ଦେଶ ବିଦେଶର ବହୁ ସ୍ଥାନରେ ଏହି ଗଣପର୍ବ ଲାଗି ବ୍ୟାପକ ପ୍ରସ୍ତୁତି ଚାଲିଛି । ଯୁକ୍ତରାଷ୍ଟ୍ର ଆମେରିକାର ଅନେକ ସହରରେ ବର୍ଷ ବର୍ଷ ଧରି ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଦକ୍ଷିଣ କାଲିଫର୍ଣ୍ଣିଆର ‘ଅରେଞ୍ଜ ସିଟି’ ଭାବେ ପରିଚିତ ଇର୍ଭାଇନ ସହରରେ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ବହୁ ଭାରତୀୟ ଏକ ମନ ଏକ ପ୍ରାଣରେ ଲାଗିଛନ୍ତି । କାଲିଫର୍ଣ୍ଣିଆର ଓଡ଼ିଆ ସମାଜ ସହଯୋଗରେ ଇର୍ଭାଇନରେ ଏକ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠିତ ହୋଇଛି । ୨୦୧୨ ମସିହାରୁ ଏଠାରେ ପ୍ରତିବର୍ଷ ଆଧ୍ୟାତ୍ମିକ ପରିବେଶରେ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ଓଡ଼ିଆ ସମାଜର ତାପସ ଦାସ, ସୁଦାମ ମିଶ୍ର, ସବ୍ୟସାଚୀ ପାଣିଗ୍ରାହୀ ଓ ବିଭୁ ଦାସ ପ୍ରମୁଖ ଏ ବର୍ଷ ରଥଯାତ୍ରା କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଇର୍ଭାଇନର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ସାଇବାବା, ପାଶ୍ୱର୍ନାଥ ଆଦି ବିଭିନ୍ନ ଦେବାଦେବୀଙ୍କର ୧୬ଟି ବିଗ୍ରହ ପୂଜିତ ହେଉଛନ୍ତି । ଏହି ମନ୍ଦିର ପରିଚାଳନା ପାଇଁ ଦୀପକ ଶର୍ମା, ସୁରେଶ ଲୋହିଆ, ଆଦିତ୍ୟ ସିଂହ, ମହେଶ ଗୁପ୍ତା ଆଦିଙ୍କୁ ନେଇ ଏକ କାର୍ଯ୍ୟନିର୍ବାହୀ କମିଟି ଗଢ଼ା ଯାଇଛି । ପ୍ରତିବର୍ଷ ଇର୍ଭାଇନ ଓ ଏହାର ଆଖପାଖ ସହରାଂଚଳରେ ରହୁଥିବା ବହୁ ଭାରତୀୟ ସେମାନଙ୍କ ପରିବାର ଓ ବିଦେଶୀ ବନ୍ଧୁମାନଙ୍କ ସହ ଏହି ରଥଯାତ୍ରା କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି ।

Comments
Post a Comment