ସ୍ୱଦେଶୀ ଜାଗରଣ ମଂଚ ରାଉରକେଲା ଜିଲ୍ଲା ଶାଖା ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସ

ସ୍ୱଦେଶୀ ଜାଗରଣ ମଂଚ ରାଉରକେଲା ଜିଲ୍ଲା ଶାଖା ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମହାଆଡମ୍ବରରେ ପାଳନ କରାଯାଇଥିଲା  । ଏହି ଅବସରରେ ମଞ୍ଚର ରାଜ୍ୟ ସଂଯୋଜକ ରମାକାନ୍ତ ପାତ୍ର ଯୋଗ ଦେଇ ଯୋଗର ମହତ୍ୱ ସମ୍ବନ୍ଧରେ ପ୍ରକାଶ କରି କହିଲେ ଯେ,ଯୋଗ ଉଭୟ ପ୍ରାଚୀନ ଏବଂ ଆଧୁନିକ । ଏହା ସ୍ଥିର ଏବଂ ପରିବର୍ତନଶୀଳ  । ଶହ ଶହ ବର୍ଷ ଧରି ଯୋଗ ସମାନ ରହିଛି  । ସୁସ୍ଥ ଶରୀର, ସ୍ଥିର ମସ୍ତିଷ୍କ, ଏକତାର ଭାବନା ଏହା ଭିତରେ ରହିଛି  । ଯୋଗ ହେଉଛି ଜ୍ଞାନ, କର୍ମ ଏବଂ ଭକ୍ତିର ଆଦର୍ଶ ସମାହାର ।

Comments