ଆରଏସ୍ଏସ୍ ତରଫରୁ ଭବ୍ୟ ପଥ ସଂଚଳନ

ଆରଏସ୍ଏସ୍ ତରଫରୁ ଭବ୍ୟ ପଥ ସଂଚଳନ
 ଭୁବନେଶ୍ୱର, ୫/୬ : ବିଶ୍ୱ ମାନବତାର ଭାବ ନିର୍ମାଣ ପାଇଁ ଗତ ମେ ୨୩ ତାରିଖ ଠାରୁ ୨୧ ଦିନ ବ୍ୟାପି କଟକର ଗତିରାଉତପାଟଣା ସ୍ଥିତ କେଶବଧାମ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ତରଫରୁ ଅନୁଷ୍ଠିତ ହେଉଅଛି ସଂଘଶିକ୍ଷା ବର୍ଗ ।

ଏହି ପ୍ରଶିକ୍ଷଣ ଶିବିରରେ ଓଡିଶା, ପଶ୍ଚିମବଙ୍ଗ, ବିହାର, ଆସାମ, ଆଣ୍ଡାମାନ ନିକୋବର ଆଦି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ୪୪୭ ଜଣ ଶିକ୍ଷାର୍ଥି ଭାଗ ନେଇଛନ୍ତି ।

ଆଜି ଏହି ଶିକ୍ଷାର୍ଥିମାନଙ୍କ ଦ୍ୱାରା ଏକ ଭବ୍ୟ ଓ ଦିବ୍ୟ ପଥ ସଂଛଳନ ଅନୁଷ୍ଠିତ ହୋଇ ଯାଇଛି । ଏହି ପଥ ସଂଚଳନ କେଶବଧାମ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରୁ ବାହାରି ଗତିରାଉତପାଟଣା ଅଂଚଳ ପରିକ୍ରମା କରିଥିଲା । ସ୍ୱଂୟସେବକମାନେ ପୂର୍ଣ୍ଣ ଗଣବେଷରେ ଘୋଷବାଦ୍ୟ ସହ ଗୁରୁ ଗୈରୀକ ପତାକାକୁ ନେଇ ସଂଚଳନରେ ଗଲା ବେଳେ ପଥ ମଧ୍ୟରେ ମାଆ ମାଉସୀଓ ଭଉଣୀମାନେ ବ୍ୟାପକ ସ୍ୱାଗତ କରିଥିଲେ ।  ।


ସୂଚନା ଯୋଗ୍ୟ ଯେ, ପ୍ରଥମ ବର୍ଷ ସାମାନ୍ୟ ସଂଘ ଶିକ୍ଷାବର୍ଗରେ ୨୧୨ ଶିକ୍ଷାର୍ଥୀ , ପ୍ରଥମ ବର୍ଷ ବିଶେଷ ସଂଘ ଶିକ୍ଷାବର୍ଗରେ ୬୭  ଶିକ୍ଷାର୍ଥୀ, ଦ୍ୱିତୀୟ ବର୍ଷ ସାମାନ୍ୟ ସଂଘ ଶିକ୍ଷାବର୍ଗରେ ୧୬୮ ଜଣ ଶିକ୍ଷାର୍ଥୀ, ୫୫ଜଣ ଶିକ୍ଷକ ତଥା ୭୨ ଜଣ ପ୍ରବନ୍ଧକ ଭାଗନେଇଛନ୍ତି । ଏହି ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ଆଇନଜୀବୀ, ଇଂଜିନିୟର, କୃଷକ, ଶ୍ରମିକ, ଡାକ୍ତର, ଶିକ୍ଷକ, ଛାତ୍ର ।

ଏହି ପ୍ରଶିକ୍ଷଣ କୌଣସି ଡିଗ୍ରୀ ବା ପ୍ରମାଣପତ୍ର ପାଇଁ ନୁହେଁ ବରଂ ମାନବତା ନିର୍ମାଣ ପ୍ରକ୍ରିୟାର ଏହା ଏକ ଚରଣ ।  ସଂଘର ପ୍ରଶିକ୍ଷଣ କେବଳ ଶାରୀରିକ ବ୍ୟାୟାମ, ବୌଦ୍ଧିକ ମଧ୍ୟରେ ସୀମିତି ନୁହେଁ ବରଂ ବୈଚାରୀକ ଅଧିଷ୍ଠାନ ମଧ୍ୟ ।


ଏହି ବର୍ଗ ଜ୍ଞାନ ଯୋଗ, କର୍ମଯୋଗ ତଥା ଭକ୍ତିଯୋଗର ସମନ୍ୱୟ । ଏହି ବର୍ଗ ତ୍ୟାଗମୟ ଭାବ, ସମର୍ପଣ ଭାବ ଶିଖାଏ । ୨୧ ଦିନର ଏହି ବର୍ଗରେ ସାମୁହିକ ଅନୁଶାସନର ବ୍ୟବହାରିକ ପ୍ରଶିକ୍ଷଣରେ ବିଶିଷ୍ଟ ତରଙ୍ଗ ଏବଂ ଅଦ୍ଭୁତ ଶକ୍ତିର ଅନୁଭୂତି ହୁଏ । ସ୍ୱୟଂସେବକମାନେ ନିଜ ଖର୍ଚ୍ଚରେ ଏହି ପ୍ରଶିକ୍ଷଣ ନେବା ସହିତ ମୋବାଇଲ ଠାରୁ ୨୧ ଦିନ ପର୍ଯ୍ୟନ୍ତ ଦୁରେଇ ରହିଥାନ୍ତି ।

ସଂଘର ପରମ ପୂଜନୀୟ ସରସଂଘଚାଳକ ମାନନୀୟ ଡ.ମୋହନରାଓ ଭାଗବତ, ସହସରକାର୍ଯ୍ୟବାହ ଶ୍ରୀ କୃଷ୍ଣ ଗୋପାଳଜୀ, ସହସରକାର୍ଯ୍ୟବାହ ଶ୍ରୀ ଭି. ଭାଗେୟାଜୀ, ସହସରକାର୍ଯ୍ୟବାହ ଶ୍ରୀ ମନମୋହନ ବୈଦ୍ୟଜୀ  ତଥା କ୍ଷେତ୍ର ଓ ପ୍ରାନ୍ତର ବିଭିନ୍ନ ଅଧିକାରୀମାନେ ବିଭିନ୍ନ ସମୟରେ ଉପସ୍ଥିତ ରହି ଶିକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ ଦେଉଛନ୍ତି ।
ପ୍ରଥମ ବର୍ଷ ବର୍ଗର  ଉଦ୍ଘାଟନ ଉତ୍ସବରେ ଆଇ.ସି.ଏ.ଆରର ପ୍ରିନ୍ସପାଲ, ବୈଜ୍ଞାନିକ ପି. ବ୍ରହ୍ମାନନ୍ଦ ମୁଖ୍ୟ ଅତିଥି ଓ କ୍ଷେତ୍ର ପ୍ରଚାରକ ଶ୍ରୀ ପ୍ରଦୀପ ଯୋଶୀ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ଦ୍ୱିତୀୟ ବର୍ଷ ବର୍ଗର ଉଦ୍ଘାଟନ ଉତ୍ସବରେ ପଦ୍ମଶ୍ରୀ ଡ. ପ୍ରକାଶ ରାଓ ମୁଖ୍ୟ ଅତିଥି ଓ ଅଖିଳ ଭାରତୀୟ ସହ ପ୍ରଚାରକ ପ୍ରମୁଖ ଶ୍ରୀ ଅଦ୍ୱୈତ ଚରଣ ଦତ ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ ।


ପ୍ରଥମ ବର୍ଷ ସାମାନ୍ୟ ବର୍ଗର ପାଳକ ଭାବେ ଶ୍ରୀ ରବିନାରାୟଣ ପଣ୍ଡା, ବର୍ଗାଧିକାରୀ ଶ୍ରୀ ମନୋରଂଜନ ସାହୁ, କାର୍ଯ୍ୟବାହ   ଶ୍ରୀ ଚୈତନ୍ୟ ବାରିକ , ପ୍ରଥମ ବର୍ଷ ବିଶେଷ ବର୍ଗର  ବର୍ଗାଧିକାରୀ ଶ୍ରୀ ହମନ୍ତ ଧର, କାର୍ଯ୍ୟବାହ ଶ୍ରୀ ବେଲେଶ୍ୱର ସାହୁ, ପାଳକ  ଶ୍ରୀ ତନ୍ମୟ ମହାପାତ୍ର,  ଦ୍ୱିତୀୟ ବର୍ଷ ସାମାନ୍ୟ ବର୍ଗର ବର୍ଗାଧିକାରୀ ଶ୍ରୀ ପ୍ରଶାନ୍ତ ମିଶ୍ର, କାର୍ଯ୍ୟବାହ ଶ୍ରୀ ପ୍ରଭାତ ସାହୁ ଏବଂ ପାଳକ ରୂପେ ଶ୍ରୀ ବଳରାମ ଦାସ ଦାୟିତ୍ୱ ନିର୍ବାହ କରୁଛନ୍ତି ।

ଗୋଲଖ ଚନ୍ଦ୍ର ଦାସ 

Comments