ଏବେ ଶହୀଦଙ୍କ ଆତ୍ମୀୟ ପିନ୍ଧିପାରିବେ ବୀରତ୍ୱ ମେଡାଲ : ସେନା


ନୂଆଦିଲ୍ଲୀ, ୨୪/୭  : ଭାରତୀୟ ସେନାର ପରମ୍ପରା ଅନୁଯାୟୀ, ଯୁଦ୍ଧରେ ହେଉ ବା ଆତଙ୍କବାଦୀ ଆକ୍ରମଣରେ ହେଉ ବା ଦୁଃସାହାସିକ ଉଦ୍ଧାର କାର୍ଯ୍ୟରେ ହେଉ ଯେଉଁ ପଦାଧିକାରୀ ବା ଜୱାନମାନେ କାର୍ଯ୍ୟରତ ଶହୀଦ ହୋଇଥାନ୍ତି ସେମାନଙ୍କ ପରିବାରବର୍ଗ ବା ଆତ୍ମୀୟ ସ୍ୱଜନଙ୍କୁ ବୀରତ୍ୱ ମେଡାଲ ପ୍ରଦାନ କରାଯାଇଥାଏ  । ତେବେ ମରୋଣତ୍ତର ପ୍ରଦାନ କରାଯାଉଥିବା ସେନାର ମେଡାଲକୁ ଶହୀଦ ଜୱାନଙ୍କ ଆତ୍ମୀୟ ପୂର୍ବରୁ କେବଳ ସାଇତି ରଖୁଥିଲେ  । ମାତ୍ର ଏବେ ସେମାନେ ମଧ୍ୟ ଏହାକୁ ପରିଧାନ କରିପାରିବେ ବୋଲି ଭାରତୀୟ ସେନା ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି  । ଗତ ଜୁଲାଇ ୧୧ ତାରିଖରେ ସେରିମୋନିଆଲ୍ ଆଣ୍ଡ ୱେଲଫେୟାର ଏଜୁଡେଣ୍ଟ ଜନରାଲ୍ର ଶାଖା ପକ୍ଷରୁ ଏହି ନିର୍ଦ୍ଦେଶ ଜାରି ହୋଇଛି  । ବିଶେଷ ସମାରୋହ ଯଥା ଯୁଦ୍ଧ ସ୍ମାରକୀରେ ଅନୁଷ୍ଠିତ ଅନ୍ତିମ ସଂସ୍କାରବେଳେ ଶହୀଦଙ୍କ ପତ୍ନୀ, ପତି, ଦାଦା, ଜେଜ ବା ପିଲାମାନେ ଏହି ବୀରତ୍ୱ ମେଡାଲ୍କୁ ପିନ୍ଧିପାରିବେ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି  ।

Comments