ବିଏମ୍ଏସ୍ର ୬୫ତମ ପ୍ରତିଷ୍ଠା ଦିବସ ପାଳନ


ରାଉରକେଲା, ୨୩ ।୭  : ଦେଶର ଅନ୍ୟତମ ଶ୍ରମିକ ସଂଗଠନ ଭାରତୀୟ ମଜଦୁର ସଂଘର ୬୫ତମ ପ୍ରତିଷ୍ଠା ଦିବସ ମହାଆଡମ୍ବରରେ ପାଳନ ହୋଇଯାଇଛି  । ଏହି ଅବସରରେ ଆଜି ବିଏମଏସର ସହବନ୍ଧିତ ସଂଗଠନ ତଥା ଆରଏସପିର ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ରାଉରକେଲା ଇସ୍ପାତ ଭବନରେ ବିଏମଏସ ଏବଂ ଆରଆଇକେକେଏସ ମିଳିତ ଭାବେ ମହା ଆଡମ୍ବରରେ ପାଳନ କରିଛନ୍ତି  । ଏହି ଅବସରରେ ସକାଳେ ଉଭୟ ସଂଗଠନର କର୍ମୀମାନେ ଆରଆଇକେକେେଏସର ସାଧାରଣ ସଂପାଦକ ହିମାଂଶୁ ବଳଙ୍କ ନେତୃତ୍ୱରେ ସେକ୍ଟର -୨ ବିଜୁ ପଟ୍ଟନାୟକ ଛକ ତଥା ଏହାର ଆଖପାଖ ଅଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ସଫେଇ କରିଥିଲେ  । ପରେ ଇସ୍ପାତ ଜେନେରାଲ ହସ୍ପିଟାଲରେ ସଂଗଠନର କର୍ମୀମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ ମଧ୍ୟ କରିଥିଲେ  । ସନ୍ଧ୍ୟାରେ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ଆରଆଇକେକେଏସର ସାଧାରଣ ସଂପାଦକ ଶ୍ରୀ ବଳ ନିଜ ବକ୍ତବ୍ୟ ରଖି ସେ ସାଧାରଣ କର୍ମୀ ହୁଅନ୍ତୁ ନା ନାହିଁ କି କିମ୍ବା ପଦାଧିକାରୀ ହୁଅନ୍ତୁ ସମସ୍ତେ ନିଜ ନିଜର କର୍ମନିତ ବରଣୀରେ ଶାଳିନତା ରଖି କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେବା ସହ ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଶ୍ରମିକମାନଙ୍କ ସାମୁହିକ ହିତକୁ ରକ୍ଷା ପାଇଁ ଗୁରୁତ୍ୱ ଦେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ

Comments