କାଶ୍ମୀରରେ ପାକ୍ ଆତଙ୍କବାଦୀ ସକ୍ରିୟ ଥିବା ମାନିଲେ ଇମ୍ରାନ

ନ୍ୟୁୟର୍କ: ଭାରତର କାଶ୍ମୀର ଉପତ୍ୟକାରେ ପାକ୍ ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି ଏବଂ ସେମାନେ କାଶ୍ମୀରରେ ଭାରତୀୟ ସୁରକ୍ଷା ବାହିନୀ ସହ ଲଢ଼ୁଛନ୍ତି ବୋଲି ସ୍ୱୀକାର କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ମଙ୍ଗଳବାର ଦିନ ୟୁଏସ ଇନଷ୍ଟିଚ୍ୟୁଟ୍ ଅଫ୍ ପିସ୍ରେ ଉଦବୋଧନ ଦେଇ ଇମ୍ରାନ୍ ସ୍ୱୀକାର କରିଛନ୍ତି ଯେ, ପାକିସ୍ତାନର କିଛି ସଙ୍ଗଠନ କାଶ୍ମୀର ଉପତ୍ୟକାରେ ସଶସ୍ତ୍ର ସଂଗ୍ରାମରେ ସମ୍ପୃକ୍ତ ଅଛନ୍ତି । ତେବେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପାକ୍ ସେନା ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ପାକ୍ ସେନା ଓ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ସହାୟତା ପ୍ରଦାନ କରୁଥିବା ଅଭିଯୋଗ ମିଥ୍ୟା । ପାକିସ୍ତାନରେ ପ୍ରତିଷ୍ଠିତ ହୋଇଥିବା ଜୈସ-ଇ-ମହମ୍ମଦ ଭଳି ସଙ୍ଗଠନ କାଶ୍ମୀର ଉପତ୍ୟକାରେ ସକ୍ରିୟ ଥିବା କଥାକୁ ସେ ସ୍ୱୀକାର କରିଥିଲେ ।

Comments