ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ



ବଲାଙ୍ଗିର, ୨୪ ।୮  : ସ୍ଥାନୀୟ କଲେଜ ଛକ ସ୍ଥିତ ଶିଶୁ ବିଦ୍ୟାମନ୍ଦିର ଠାରେ ଆୟୋଜିତ ଜ୍ଞାନ ବିଜ୍ଞାନ ମେଳାରେ ବରିଷ୍ଠ ବିଜ୍ଞାନ ଶିକ୍ଷକ ଶିବ ପ୍ରସାଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମେଳାରେ ସମୁଦାୟ ୧୨୩ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏ ଅବସରରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ ସହିତ ପ୍ରଶ୍ନ ମଞ୍ଚ, ପତ୍ରବାଚନ, ପ୍ରୟୋଗ, ଗଣିତ ପ୍ରକଳ୍ପ, ବିଜ୍ଞାନ ପ୍ରକଳ୍ପ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ କୃତୀ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା  ।

Comments