ସମାଜର ଅବକ୍ଷୟ କୁ ସୁଧାରିବା ପାଇଁ ଜେଜେଜେଜେ ମାଆ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ


ଭଦ୍ରକ,୪ା୧୧: ନୂଆବଜାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେବାପା ଜେଜେମାଆ ସମ୍ମିଳନୀ ସଭାପତି ଡ. ହୃଷିକେଶ ପଣ୍ଡାଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟର ଆ·ର୍ଯ୍ୟ ପ୍ରତାପ ଦାଶ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଆ·ର୍ଯ୍ୟ ଅଭୟ ଦାଶ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ମୁଖ୍ୟଅତିଥି ଭାବେ ସମାଜସେବୀ ରବିନାରାୟଣ ଦାଶ ଯୋଗଦେଇ ସାଂପ୍ରତିକ ଯୁଗରେ ଜେଜେ, ଜେଜେ ମାଆ ମାନଙ୍କର ପାରିପାଶ୍ୱର୍ିକ ଅବସ୍ଥା ଓ ସେମାନଙ୍କର ସୁରକ୍ଷା ଓ ସମାଜ ଗଠନରେ ଭୂମିକା ଉପରେ ବହୁମୂଲ୍ୟବାନ ତଥ୍ୟ ଉପସ୍ଥାପନ କରିଥିଲେ । ବିଦ୍ୟାଳୟରେ ପ୍ରଧାନଆଚାର୍ଯ୍ୟ ଭାଗବତ ମହାଳିକ ଜେଜେବାପା ଜେଜେମାଆ ସମ୍ମିଳନୀର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଉପସଭାପତି ଅଭୟ ସୂତାର ଜେଜେ ସମ୍ମିଳନୀର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବାକୁ ସମାଜର ବୁଦ୍ଧିଜୀବୀମାନଙ୍କୁ ଆହ୍ୱାନ କରିଥିଲେ । ସଭାପତି ଡ. ହୃଷିକେଶ ପଣ୍ଡା ଅବସରପ୍ରାପ୍ତ ପ୍ରାଧ୍ୟାପକ ସୋର ମହାବିଦ୍ୟାଳୟ ଜେଜେ ସମ୍ମିଳନୀର ଗୁରୁତ୍ୱ ଓ ତା’ର ପ୍ରସାର ଉପରେ ଗୁରୁତ୍ୱ ଦେବା ସହିତ ସମାଜର ଅବକ୍ଷୟ କୁ ସୁଧାରିବାର ଜେଜେଜେଜେ ମାଆ ମାନଙ୍କର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ବହୁ ସଂଖ୍ୟାରେ ଜେଜେଜେଜେ ମାଆ ଅଜା ଆଈ ଯୋଗଦେଇ ଜୀବନର ବିଭିନ୍ନ ଅନୁଭୂତି କଥନ ସହିତ ଗୀତଆବୃତ୍ତିରେ ଭାଗନେଇ ପରିବେଶକୁ ରଙ୍ଗାରଙ୍ଗ କରିବାରେ ସହଯୋଗ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Comments