ପଶ୍ଚିମବଙ୍ଗର ସେକ୍ ସୋଲେମାନ୍ ଓଡିଶାରେ ବିଟୁ ବିଶ୍ୱାସ


ଜଣେ ମୁସଲମାନ ଯୁବକର ଦୁଇ ପରିଚୟ । ଏହାକୁ ନେଇ ଏବେ ଓଡିଶାର ଯାଜପୁରରେ ଆଲୋଡନ ସୃଷ୍ଟି ହୋଇଛି । ଏହି ଯୁବକ ଜଣକ ପଶ୍ଚିମବଙ୍ଗ ମୁର୍ସିଦାବାଦରେ ଅବଦୁଲ ସଲାମଙ୍କ ପୁଅ ସୋଲେମାନ ସେକ୍  ବୋଲି ପରିଚିତ ଥିବା ବେଳେ ଓଡିଶାର ଯାଜୁପର ରୋଡରେ ଅଭିରାମ ବିଶ୍ୱାସଙ୍କ ପୁଅ ବିଟୁ ବିଶ୍ୱାସ ନାମରେ ପରିଚିତ । ସୋଲେମାନ ନିଜର ପରିଚୟକୁ ବାରମ୍ବାର ପରିବର୍ତ୍ତନ କରି ଏକାଧିକ ବିବାହ  କରିବା ସହିତ  ବ୍ୟାଙ୍କ ଓ ଗାଡି କିଣାବିକାରେ ଚଞ୍ଚକତା କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ଯାଜପୁର ରୋଡ ଥାନାରେ ଏତଲା ଦେଇଛନ୍ତି ।
ପ୍ରକାଶ ଥାଉକି, ପଶ୍ଚିମବଙ୍ଗର ମୁର୍ସିଦାବାଦର ଅବଦୁଲ ସଲାମଙ୍କ ପୁଅ ସୋଲେମାନ୍ ସେକଙ୍କ ଭୋଟର ପରିଚୟ ନମ୍ବର ଏଚଭିଏଚ୍୨୪୭୪୮୪୯ ଓ ଆଧାର ନମ୍ବର ୯୮୭୭ ୨୭୨୯ ୧୯୬୭ । ଏହି ନାମରେ ସୋଲେମାନ ତା ୧୪/୬/୧୮ରେ ଏକ ବୋଲେରୋ (ଡବ୍ଲୁବି ୯୪ ଏଫ୍ ୫୮୫୧) ସେଠାରେ କିଣିଛନ୍ତି । ଅଥଚ ୨୦୧୭ ମସିହାରେ ବିଟୁ ବିଶ୍ୱାସ ବୋଲି ପରିଚୟ ଦେଇ ନିଜ ବାପା ନାମକୁ ମଧ୍ୟ ପରିବର୍ତ୍ତନ କରି ଯାଜପୁର ରୋଡରେ ବିବାହ କରିଛନ୍ତି ।  ଏଠାରେ ଚଳିତ ବର୍ଷ ବିଟୁ ବିଶ୍ୱାସ ନାମରେ ମୋଟର ସାଇକେଲ (ହୁଣ୍ଡା ଆକ୍ଟିଭା) ଓଡି ୩୪ କେ ୮୬୪୬ କିଣିଛନ୍ତି । ୨୦୧୭ ଜୁନ ୧୨ ତାରିଖରେ ଭଦ୍ରକର ନୋଟାରିଙ୍କ ନିକଟରେ ରୋଜି  ନାୟକଙ୍କୁ ବିବାହ କରିଥିବା ବେଳେ ଭାରତ ମାତା ବିକାଶ ସମିତିରେ ବୈଦିକ  ରୀତିରେ ସେପ୍ଟେମ୍ବର ୧୨ ତାରିଖରେ ବିବାହ କରିଛନ୍ତି । ସୋଲେମାନ ମଧ୍ୟ ଏହା ପୂର୍ବରୁ ମୁର୍ସିଦାବାଦରେ ବିବାହ କରିଛନ୍ତି । ଏଠାରେ ମଧ୍ୟ ଆଉ  ଜଣେ ଝିଅଙ୍କୁ ବିବାହ କରିଥିବା ଖବର ମିଳିଛି । ବିଟୁ ଓରଫ ସୋଲେମାନ ନିଜକୁ ଭିନ୍ନ ଭିନ୍ନ ପରିଚୟ ଦେଇ ଏକାଧିକ ଯୁବତୀକୁ ବିବାହ କରି ପ୍ରତାରିତ କରିଛି । ଏଭଳି ଜାଲ ଆଧାରକାର୍ଡ ପ୍ରସ୍ତୁତି ଓ ଏକାଧିକ ଯୁବତୀଙ୍କୁ ବିବାହ କରିବାର ବଡ ର‌୍ୟାକେଟ୍ କାମ କରୁଥିବାର ଅଭିଯୋଗ ହୋଇଛି । ସେହିପରି ବରୀ ଅଞ୍ଚଳରେ ଲଭ୍ ଜେହାଦ ଜୋରସୋରରେ ଚାଲିଥିବା ଅଭିଯୋଗ  ଏବଂ ଫେସ୍ବୁକରେ ମିଥ୍ୟା ଆକାଉଣ୍ଟ ହିନ୍ଦୁମାନଙ୍କ ନାମରେ ଖୋଲି ହିନ୍ଦୁ ଯୁବତୀଙ୍କୁ ପ୍ରଲୋଭିତ କରି ଅପହରଣ କରି ବାହାର ରାଜ୍ୟକୁ ଚାଲାଣ କରାଯାଉଥିବାର ଗୁରୁତ୍ୱର ଅଭିଯୋଗ ହୋଇଛି । ପୋଲସ ଏହି ଘଟଣାକୁ ହାଲକା ଭାବେ ନନେଇ ଗୁରୁତ୍ୱର ସହିତ ବିଚାର କରୁ ବୋଲି ବଜରଙ୍ଗ ଦଳ ଦାବି କରିଛି । 

Comments