୧୯୪୭ ଭଳି ଦେଶକୁ ଭାଗ ଭାଗ କରିବାକୁ ଚାହୁଁଛନ୍ତି ବିରୋଧୀ


ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ କଦର୍ଥ କରି ବିରୋଧୀ କଂଗ୍ରେସ, ଟିଏମ୍ସି, ଟିଡିପି, ପିଡିପି, ସପା, ଡିଏମ୍କେ ଭଳି ବିରୋଧୀ ଦଳଗୁଡ଼ିକୁ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରି ସେମାନଙ୍କୁ ବିକ୍ଷୋଭ ଆଳରେ ଉପ୍ରଦବ କରିବାକୁ ଟିହାଉଛନ୍ତି  । ଫଳରେ ଗତ ଡିସେମ୍ବର ୫ ତାରିଖରୁ ସିଏଏକୁ ଆସାମ, ତ୍ରିପୁରା, ପଶ୍ଚିମବଙ୍ଗ, କେରଳ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ବିହାର ଆଦି ରାଜ୍ୟର କେତେକାଂଶରେ କଡ଼ା ବିରୋଧ କରାଯିବା ସହ ବିକ୍ଷୋଭକାରୀମାନେ ବିକ୍ଷୋଭ ଆଳରେ ବ୍ୟାପକ ପୋଡ଼ାଜଳା କରିବା ଆରମ୍ଭ କରିଦେଇଛନ୍ତି । ତେବେ ବର୍ତ୍ତମାନ ଆସାମ, ତ୍ରିପୁରା, ଦିଲ୍ଲୀ, ଉତ୍ତର ପ୍ରଦେଶ ଆଦି ରାଜ୍ୟରେ ବିକ୍ଷୋଭ କ୍ରମେ ବନ୍ଦ ହୋଇ ପରିସ୍ଥିତିରେ ସୁଧାର ଆସିସାରିଲାଣି  । କିନ୍ତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍ସି)ର ପ୍ରମୁଖ ମମତା ବାନାର୍ଜୀ ତାଙ୍କ ରାଜ୍ୟରେ ସିଏଏ ଓ ଏନ୍ଆର୍ସିକୁ କଦାପି ଲାଗୁ କରାଇ ଦେବେନି ବୋଲି ସର୍ବସାଧାରଣରେ କହି ପରୋକ୍ଷରେ ଲୋକଙ୍କୁ ଦଙ୍ଗା କରିବାକୁ ଉସ୍କାଉଛନ୍ତି  । ତେବେ ବିରୋଧୀ ଦଳଗୁଡ଼ିକ ସେମାନଙ୍କ ସଂକୀର୍ଣ୍ଣ ରାଜନୈତିକ ଫାଇଦା ଲାଗି ସିଏଏ ଓ ଏନ୍ଆର୍ସିକୁ କଦର୍ଥ ପୂର୍ବକ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରି ଦେଶକୁ ୧୯୪୭ ଭଳି ଭାଗ ଭାଗ କରିବାକୁ ଚାହୁଁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଗିରିରାଜ ସିଂହ କ୍ଷୋଭ ପ୍ରକାଶ କରିଛନ୍ତି  । ସେ ଏହି ମର୍ମରେ ଆହୁରି କହିଛନ୍ତି ଯେ, ଯେମିତି ୧୯୪୭ରେ ଧର୍ମ ଆଧାରରେ ପାକିସ୍ତାନର ଜନକ ମହମ୍ମଦ ଅଲ୍ଲୀ ଜିନ୍ନା ଦେଶକୁ ଭାଗ ଭାଗ କରିଥିଲେ ସେହିପରି ବିରୋଧୀ ଏବେ ସିଏଏ ଓ ଏନ୍ଆର୍ସିକୁ ଆୟୁଧ କରି ବିଭାଜିତ କରିବାକୁ ଚାହୁଁଛନ୍ତି  । ଏହି ଅବସରରେ ଏଆଇଏମ୍ଆଇଏମ୍ର ସଂସ୍ଥାପକ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ ଏନ୍ଆର୍ସି ଓ ସିଏଏକୁ ବିରୋଧ କରି ଦେଶର ସମ୍ବିଧାନକୁ ଶେଷ କରିଦେବାକୁ ଚାହୁଁଛନ୍ତି ବୋଲି ଗିରିରାଜ ସିଂହ କହିଛନ୍ତି  । ସେହିଭଳି ଏକଦା କଂଗ୍ରେସର ନୀତିକୁ ବିରୋଧ କରୁଥିବା ଶିବସେନା ଏବେ କେବଳ କ୍ଷମତା ପାଇଁ ତାକୁ ସମର୍ଥନ କରି ତା’ସହିତ ମେଣ୍ଟ କରି ସରକାର ଗଢ଼ିଛି ବୋଲି ଗିରିରାଜ କହିଥିଲେ  । ଏହି ମର୍ମରେ କିଛି ଦିନ ତଳେ ମେରଠରେ ସିଏଏକୁ ବିରୋଧ କରି କେତେକ ମୁସଲିମ ଯୁବକ ‘ପାକିସ୍ତାନ ଜିନ୍ଦାବାଦ’ର ନାରାବାଜି କରୁଥିବାବେଳେ ସେମାନଙ୍କୁ ପାକିସ୍ତାନ ଚାଲିଯିବାକୁ କହିଥିବା ସିଟି ଏସ୍ପିଙ୍କୁ ମଧ୍ୟ ଗିରିରାଜ ସମର୍ଥନ କରିଛନ୍ତି  । ତେବେ ପାକିସ୍ତାନରୁ ଭାରତ ଚାଲିଆସିଥିବା ହଜାର ହଜାର ପାକିସ୍ତାନୀ ମୁସଲିମ୍ଙ୍କୁ କ’ଣ ଭାରତର ନାଗରିକତା ଦିଆଯିବ ବୋଲି କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ଗିରିରାଜ ପ୍ରଶ୍ନ କରିଛନ୍ତି  । ସେପଟେ ସିଏଏକୁ ବିରୋଧ କରୁଥିବା କେତେକ ସମୁଦାୟ ‘ଲା ଇଲ୍ଳାହ ଇଲଲ୍ଲାହା’ର ନାରାବାଜି କରୁଥିବାର ଭିଡିଓ ବିଭିନ୍ନ େ ସାସାଲ ମିଡିଆରେ ଭାଇରାଲ ହୋଇଛି  । ‘ଲା ଇଲ୍ଲାହ ଇଲଲ୍ଳାହ’ର କୋରାନରେ ଅର୍ଥ ହେଉଛି ଯେ, ‘ଆହ୍ଲାଙ୍କ ବ୍ୟତୀତ ଆଉ କେହି ପୂଜା ପାଇବା ଯୋଗ୍ୟ ନୁହଁନ୍ତି’  । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଉଭୟ ସିଏଏ ଓ ଏନ୍ଆର୍ସି ଉଭୟେ ସାମ୍ବିଧାନିକ ପ୍ରସଙ୍ଗ ହୋଇଥିଲାବେଳେ ଏହାକୁ କିଛି ମୁସଲିମ୍ ସମୁଦାୟ ଓ ନେତା ଧର୍ମର କୁର୍ତ୍ତା ପିନ୍ଧାଇବାକୁ ଚେଷ୍ଟା କରୁଥିବାରୁ ଏହାକୁ ବରିଷ୍ଠ କଂଗ୍ରସ ନେତା ଶଶୀ ଥରୁର ନାପସନ୍ଦ କରିଛନ୍ତି  ।

Comments