ଶ୍ରୀନଗର, ୨୬/୧୨ : ସିଏଏ କି ଏନପିଆର ସହ ଏନଆରସିର କୌଣସି ଲିଙ୍କ ନାହିଁ ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ କହିଛନ୍ତି । ବିରୋଧୀ ଦଳ ଗୁଡିକ ମିଥ୍ୟା ପ୍ରଚାର କରି ଲୋକଙ୍କୁ ଭ୍ରମିତ କରୁଛନ୍ତି । ସିଏଏ କୌଣସି ପ୍ରକାରେ ମୁସଲିମ ବିରୋଧୀ ନୁହେଁ ଅତୀତରେ ଏଭଳି ଅନେକ ସମୟରେ ବିଭିନ୍ନ ଳୋକଙ୍କୁ ନାଗରିକତା ପ୍ରଦାନ କରାଯାଇଛି । କେନ୍ଦ୍ରର ଏନଡିଏ ସରକାର ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏନପିଆରକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏବେ ଦେଶରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବାୟୋମେଟ୍ରିକ ତଥ୍ୟ ସହ ସେମାନଙ୍କ ବଂଶାନୁକ୍ରମିକ ତଥ୍ୟ ଏଥିରେ ସ୍ଥାନିତ ହେବ । କଂଗ୍ରେସ ସମେତ କିଛି ବିରୋଧୀ ଦଳ ଗୁଡିକ ଏନପିଆର ଏନଆରସିର ପ୍ରଥମ ସୋପାନ ବୋଲି କହି ଏହାକୁ ବିରୋଧ କରୁଛନ୍ତି । ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଏନଆରସି ସହ ସିଏଏ କି ଏନପିଆର ର କୌଣସି ସମ୍ପର୍କ ନାହିଁ । ଏନଆରସି ୨୦୧୦ରେ କଂଗ୍ରେସ ସରକାର ଦ୍ୱାରା ଆରମ୍ଭ ହୋଇଥିଲା ଓ ଏବେ ଏହାକୁ ସମଗ୍ର ଦେଶରେ ଲାଗୁ କରାଯାଇନାହିଁ । ସେହିପରି ଏନପିଆର ଆମ ସେନସେସ୍କର ଏକ ସମ୍ପ୍ରସାରଣ ପ୍ରକ୍ରିୟା । ଏହାଦ୍ୱାରା ବିଭିନ୍ନ ଯୋଜନାରେ ଲାଭାର୍ଥୀମାନେ ଠିକ ଭାବେ ଉପକୃତ ହେଉଛନ୍ତି କି ନାହିଁ ତାହା ଜଣାପଡିବ । କାଶ୍ମୀରରେ ୫ବର୍ଷ ପୂର୍ବେ ଯେଉଁମାନେ ରହୁଥିଲେ ଯଦି ସେମାନେ ଜୀବନ ଜୀବିକା କାରଣରୁ ଏବେ ଜମ୍ମୁ ବା ଦେଶର ଅନ୍ୟ ପ୍ରାନ୍ତକୁ ଯାଇଥିବେ ତେବେ ସେଠାରେ ମଧ୍ୟ ସେମାନଙ୍କୁ ପୂର୍ବରୁ ମିଳୁଥିବା ଜନ ହିତକର ଯୋଜନାରେ ଯୋଡିବା ଆବଶ୍ୟକ । ଏହି ତଥ୍ୟ ସଂଗ୍ରହ କରିବା ଏନପିଆର ଦ୍ୱାରା ସମ୍ବବ । ୟୁପିରେ ଉପଦ୍ରବୀଙ୍କ ବିରୋଧରେ ମାତ୍ରାଧିକ ପୋଲିସ ବଳପ୍ରୟୋଗ କରିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ପୋଲିସ ତାହାର ପରିସୀମା ମଧ୍ୟରେ ନିଜର କ୍ଷମତାର ବ୍ୟବହାର କରିଛି । ୧.୭୩ କୋଟିର ଜାଲି ନୋଟ ଜବତ; ର୍ୟାକେଟକୁ ଧରିଲା ଦିଲ୍ଲୀ ପୋଲିସ ନୂଆଦିଲ୍ଲୀ : ଗୁରୁବାର ଦେଶର ରାଜଧାନୀରେ ଦିଲ୍ଲୀ ପୋଲିସ ଏକ ଜାଲି ନୋଟ କାରବାର ଗ୍ୟାଙ୍ଗକୁ ଧରିଛି । ସେମାନଙ୍କ ଠାରୁ ୧.୭୩ କୋଟିର ଜାଲି ଭାରତୀୟ ମୁଦ୍ରା ଜବତ କରାଯାଇଛି । ଏହି ଗ୍ୟାଙ୍ଗରେ ୫ ଜଣ ସଦସ୍ୟଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଏହି ଗ୍ୟାଙ୍ଗ ଦିଲ୍ଲୀର ଆଖପାଖ ଅଞ୍ଚଳରେ ଜାଲି ନୋଟ ଛାପି ଏହାକୁ ବଜାରକୁ ପଠାଉଥିଲା । ସେମାନଙ୍କ ଠାରୁ ଗୋଟିଏ ଲ୍ୟାପଟପ, ଛାପା ଯନ୍ତ୍ରପାତି ଓ ୨୦୦୦ ଟଙ୍କିଆ ଓ ୫୦୦ଟଙ୍କିଆ ନୋଟ ଗୁଡିକ ଯବତ ହୋଇଥିଲା । ଏହି ଗ୍ୟାଙ୍ଗର ମୁଖ୍ୟ ବା କିଙ୍ଗପିନ କୁହାଯାଉଥିବା ତାବରେଜ ଲାଙ୍ଗଡା ଓ ସୋଏବ ମଲିକ ଜାଲି ନୋଟ ଛାପା ପାଇଁ ଆବଶ୍ୟକ ଉପକରଣ ଯୋଗାଉଥିବାବେଳେ ଦାନିସ ମଲିକ ଜଣେ ଗ୍ରାଫିକ ଡିଜାଇନର କାମ କରୁ ଥିଲା ଚତୁର୍ଥ ସଦସ୍ୟ ଉନମାନ ଆମରୋହି ଦିଲ୍ଲୀର ହିନ୍ଦୁ ମହା ବିଦ୍ୟାଳୟର ଜଣେ ଛାତ୍ର ଓ ୫ମ ସଦସ୍ୟ ରଘୁରାଜ ଦିଲ୍ଲୀର ଖୁରିଆ ଅଞ୍ଚଳର ବୋଲି ପ୍ରାଥମିକ ରିପୋର୍ଟରୁ ଦିଲ୍ଲୀ ପୋଲିସ ପ୍ରକାଶ କରିଛି ।

Comments
Post a Comment