ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ରାଲି


ସମ୍ବଲପୁର : ସମ୍ବଲପୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଦୁଇ ମହାପୁରୁଷଙ୍କ ଜୟନ୍ତୀ ଅବସରରେ ଏକ ବିଶାଳ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏହି ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସାକ୍ଷିପଡା ଛକରୁ କର୍ମକର୍ତ୍ତାମାନେ ତ୍ରିରଙ୍ଗା ଧରି ରାଲିରେ ବାହାରି ଥିଲେ । ଏହି ରାଲି ସହର ପରିକ୍ରମା କରିବା ସହ ସେଣ୍ଟ ଜୋନ ସ୍କୁଲ ଛକରେ ଥିବା ନେତାଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଜୟନ୍ତୀ ପାଳନ କରାଯାଇଥିଲା । ଏଥିରେ ଏବିଭିପିର ଜିଲ୍ଲା ସଂଯୋଜକ ଛନ୍ଦାଚରଣ ଦଲପତ, ନଗର ସଂପାଦକ ଶ୍ୱେତାଂଶୁ ଶେଖର ବରାଇ, ଲଳିତ ଦାସ, ଜିତୁ ଚାନ୍ଦ, ନଗର ସଭାପତି ଟେକଧର କର, ସୁଗମ ମିଶ୍ର, ୟଶ ବର୍ଦ୍ଧନ ତିୱାରୀ, ଅଭିଳାଶ ମେହେର, ସମୀର ସୁନା, ଗଣେଷ ସାହୁ, ଦିପୀକା ବିଶ୍ୱାଳ, ଅମୂଲ୍ୟ ତାଣ୍ଡି, ଜତିନ ଦ୍ୱାରୀ , ରାଜନ ବିଶ୍ୱାଲ ଓ ସୌମ୍ୟଜିତ ବଡପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

Comments