ଅମୃତସର : ଭାରତରୁ ପାକିସ୍ତାନ ଆଡ଼କୁ ବହୁଥିବା ନଦୀଗୁଡ଼ିକର ଜଳକୁ ଆବଦ୍ଧ କରି ରଖିବା ପାଇଁ କେନ୍ଦ୍ରର ମୋଦି ସରକାର ସଂକଳ୍ପ ନେଇଥିଲାବେଳେ ଏବେ ଏହା ଅନ୍ତିମ ପର୍ଯ୍ୟାୟରେ ପହଞ୍ôଚସାରିଛି । ଆଗାମୀ ଦିନରେ ପାକିସ୍ତାନକୁ ଭାରତୀୟ ନଦୀରୁ ଟୋପେ ପାଣି ବି ମିଳିବ ନାହିଁ ବୋଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପଞ୍ଜାବରୁ ପାକିସ୍ତାନ ଆଡ଼କୁ ବୋହିଯାଇଥିବା ରାବୀ ନଦୀରେ ନିର୍ମାଣଧୀନ ବୈରାଜ ପ୍ରକଳ୍ପକୁ ନିରୀକ୍ଷଣ କରିବା ଅବରସରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ପଞ୍ଜାବର ରାବୀନଦୀରୁ ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତି ଅନୁଯାୟୀ ଲାହୋରକୁ ପାଣି ଯୋଗାଇ ଦିଆଯାଉଥିଲା । କିନ୍ତୁ ସମୟକ୍ରମେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନୀ ସରକାର ଓ ସେନା ଭାରତ ସହିତ ଶତ୍ରୁତା ଆଚରଣ ଜାରି ରଖିଥିବାରୁ ପଞ୍ଜାବର ରାବୀ ନଦୀରୁ ଯୋଗାଇ ଦିଆଯାଉଥିବା ଜଳକୁ ଭାରତ ସରକାର ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇ ରାବୀ ନଦୀ ଉପରେ ବୈରାଜ ବ୍ୟାରେଜ ନିର୍ମାଣ କରୁଛନ୍ତି । ପ୍ରକାଶ୍ୟ ଯେ, ୭୨୦ କି.ମି. ଦୀର୍ଘ ରାବୀ ନଦୀ ଉପରେ ନିର୍ମିତ ହେଉଥିବା ବୈରାଜ ବ୍ୟାରେଜର ନିର୍ମାଣ ସମ୍ପୂର୍ଣ୍ଣ ହୋଇଗଲେ ଏାର ଜଳ ଆଉ ପାକିସ୍ତାନକୁ ଯିବ ନାହିଁ ବରଂ ଏହାଦ୍ୱାରା ପଞ୍ଜାବ, ହରିଆଣା ଓ ରାଜସ୍ଥାନର ଚାଷୀମାନେ ଉପକୃତ ହେବେ । ଏଥିସହ ବୈରାଜ ବ୍ୟାରେଜ ହେତୁ ସୀମାବର୍ତ୍ତୀ ୧୦୦ଟି ଭାରତୀୟ ଗ୍ରାମ ମଧ୍ୟ ଲାଭାନ୍ୱିତ ହେବେ ଓ ସେମାନେ ସ୍ୱଚ୍ଛ ପାନୀୟ ଜଳ ପାଇପାରିବେ । ଆସନ୍ତା ୨୦୨୨ ସୁଦ୍ଧା ଏହି ବୃାରେଜର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ । ଏଥିଲାଗି ଆବଶ୍ୟକ ଅର୍ଥର ୧୪% ପଞ୍ଜାବ ସରକାର ବହନ କରୁଥିଲାବେଳେ ଅବଶିଷ୍ଟ ଅର୍ଥ କେନ୍ଦ୍ର ସରକାର ବହନ କରୁଛନ୍ତି ।
Comments
Post a Comment