ସଂକୁଳ ସେବକ ସେବିକା ସମ୍ମିଳନୀ

ସଂକୁଳ ସେବକ ସେବିକା ସମ୍ମିଳନୀ
ଚମ୍ପୁଆ,୨୪ା୨  : ଚମ୍ପୁଆ ସଂକୁଳର ସେବକ ସେବିକା ସମ୍ମିଳନୀ ସ୍ଥାନୀୟ କାଳିକାପ୍ରସାଦ ସରସ୍ୱତୀ ଶିଶୁମନ୍ଦିରଠାରେ ସଂକୁଳ ସଂଯୋଜକ ଶ୍ରୀ ଧରଣୀଧର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀ ରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଗୋପାଳ ଚନ୍ଦ୍ର ରାଉତ, ମୁଖ୍ୟବକ୍ତା ଭାବେ ସଂକୁଳପ୍ରମୁଖ ଶ୍ରୀ ଗଙ୍ଗାଧର କର, ସଂକୁଳ ସଂଯୋଜକ ଶ୍ରୀ ଧରଣୀଧର ଦାସ, ସମ୍ମାନିତ ଅତିଥି ଭାବେ ଗୋପାଳ ଚନ୍ଦ୍ର ସାହୁ ପ୍ରମୁଖ ସଭାରେ ମଞ୍ଚାସୀନ ଥିଲେ । ଉକ୍ତ ସମ୍ମିଳନୀରେ ମଞ୍ଚାସୀନ ଅତିଥିଙ୍କ ପରିଚୟ ଓ ସ୍ୱାଗତଭାଷଣ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର କାଳିକାପ୍ରସାଦ ପ୍ରଧାନଚାର୍ଯ୍ୟ ଶ୍ରୀ ରାମଚନ୍ଦ୍ର ମହାନ୍ତ ପ୍ରଦାନ କରିଥିଲେ । ମୋଟ ୨୨ଜଣ ସେବକ ସେବିକା ଉକ୍ତ ସମ୍ମିଳନୀରେ ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଶ୍ରୀ କର ଉକ୍ତ ସମ୍ମିଳନୀର ଉଦ୍ଦେଶ୍ୟ ଓ ଶିଶୁମନ୍ଦିରରେ ସେବକସେବିକାଙ୍କ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଶ୍ରୀ ରାଉତ ସେବକ ସେବିକାମାନଙ୍କ ଶିଶୁମନ୍ଦିର ପ୍ରତି ଥିବା ଭୂମିକା ସମ୍ପର୍କରେ ସଂକ୍ଷେପରେ ଅବଗତ କରାଇଥିଲେ । ସଂକୁଳ ସଂଯୋଜକ ଶ୍ରୀ ଦାସ ଏହି ସଭାର ମହତ୍ତ୍ୱ ବିଷୟରେ ବିଷଦ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ ସମ୍ମିଳନୀକୁ ସ୍ଥାନୀୟ ସରସ୍ୱତୀ ଶିଶୁମନ୍ଦିର କାଳିକାପ୍ରସାଦ ଗୁରୁଜୀ ଗୁରୁମାଙ୍କ ସହଯୋଗରେ ସଫଳ ହୋଇଥିଲା । ସେବକମାନଙ୍କ ମଧ୍ୟରେ ସଟଲ ରେସ ଓ ସେବିକାଙ୍କ ମଧ୍ୟରେ ଗୋଲିଚାମଚ ହୋଇଥିବାବେଳେ ଉଭୟ ସେବକ ସେବିକାଙ୍କ ମଧ୍ୟରେ ପ୍ରଶ୍ନମଞ୍ଚ ଓ ଗୀତପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Comments