ଭାରତରେ ରହୁଥିବା ଶ୍ରୀଲଙ୍କାର ନାଗରିକମାନେ ଯେବେ ଚାହିଁବେ ସେମାନେ ଶ୍ରୀଲଙ୍କାକୁ ଫେରିପାରିବେ : ମହିନ୍ଦ୍ରା ରାଜପକ୍ଷେ
ନୂଆଦିଲ୍ଲୀ,୯/୨ : ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ସମଗ୍ର ଦେଶରେ ଏବେ ହଙ୍ଗାମା ଲାଗି ରହିଛି । ଦେଶ ସ୍ୱାଧୀନ ହେବା ପରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଧର୍ମୀୟ ଉତ୍ପୀଡ଼ନ ହେତୁ ଯେଉଁ ସଂଖ୍ୟାଲଘୁ ଅଣମୁସିଲିମ ଯଥା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଖ୍ରୀଷ୍ଟ ଓ ପାର୍ସୀମାନେ ସେଠାରୁ ନିଜର ଘରଡ଼ିହ ଛାଡ଼ି ପ୍ରାଣ ବିକଳରେ ଭାରତରେ ଆସି ଶରଣାର୍ଥୀ ସାଜି ରହିଛନ୍ତି ସେମାନଙ୍କୁ ଦେଶର ସ୍ଥାୟୀ ନାଗରିକତ୍ୱ ପ୍ରଦାନ କରିବା ହିଁ ସିଏଏର ମୂଳ ଉଦ୍ଦେଶ୍ୟ । ମାତ୍ର ଏହାକୁ କଂଗ୍ରେସ, ଟିଏମ୍ସି, ଆପ୍, ସପା, ଡିଏମ୍କେ, ଟିଡିପି ଆଦି ବିରୋଧୀ ଦଳଗୁଡ଼ିକ କଦର୍ଥ କରି ଜଣେ ଲୋକ ଠାରୁ ତା’ର ନାରଗିକତା ଛଡ଼ାଇ ନେବା ଉଦ୍ଦେଶ୍ୟରେ ସିଏଏକୁ କେନ୍ଦ୍ରର ମୋଦି ସରକାର ଦେଶରେ ଲାଗୁ କରିଛନ୍ତି ବୋଲି କହି ଏହା ବିରୋଧରେ ଉଗ୍ର ପ୍ରଦର୍ଶନ କରିବାକୁ ଲୋକଙ୍କୁ ଟିହାଉଛନ୍ତି । ଫଳତଃ ରାଜଧାନୀ ଦିଲ୍ଲୀରେ ଶାହିନବାଗ ଭଳି ପ୍ରଦର୍ଶନ ଜାରି ରହିଛି । ତେବେ ଏସବୁ ଧ୍ୟରେ ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ ସିଏଏକୁ ସମର୍ଥନ କରିବା ସହ ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କହିଛନ୍ତି । ଏଥିସହ ଭାରତରେ ରହୁଥିବା ଶ୍ରୀଲଙ୍କାର ନାଗରିକମାନେ ଯେବେ ଚାହିଁବେ ସେମାନେ ଶ୍ରୀଲଙ୍କାକୁ ଫେରିପାରିବେ ବୋଲି ସେ ଆଶ୍ୱସନା ଦେଇଛନ୍ତି ।
Comments
Post a Comment