-ଗୋଲଖ ଚନ୍ଦ୍ର ଦାସ
ଲକ୍ ଡାଉନକୁ ମାନିଲେ ନା ୧୪୪ଧାରାକୁ ମାନିଲେ ନା କଫ୍ୟୁ ମାନିଲେ, ନା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଦେଶକୁ ମାନିଲେ, ନା ଭାରତର ସମ୍ବିଧାନ ଓ ଆଇନକୁ ମାନିଲେ । କିଛି ମାନିଲେ ନାହିଁ । ଶେଷରେ ବାଧ୍ୟ ହୋଇ ଦିଲ୍ଲୀ ପୋଲିସ ୧୦୧ ଦିନ ପରେ ସେମାନଙ୍କୁ ଉଠାଇ ଦେଲା । ଯେଉଁମାନେ ବିରୋଧ କଲେ ସେହି ୬ଜଣ ମହିଳା ଓ ୩ ଜଣ ପୁରୁଷ ସମେତ ୯ ଜଣଙ୍କୁ ପୋଲିସ ଗିରଫ କରିନେଲା । ସାଇନବାଗକୁ ଖାଲି କରିଲା । ଲାଗି ଥିବା ଟେଣ୍ଟ କୁ ହଟାଇ ଦେଲା । ନିଜେ ବଞ୍ôଚଲେ ଆନ୍ଦୋଳନ ବଞ୍ôଚବ, ସାଇନବାଗ ବଞ୍ôଚବ । ତଥାପି ପାଖ ଗଳିରେ ଶହଶହ ଲୋକ ସଂକ୍ରମଣକୁ ଭୟ ନକରି ଏକାଠି ହୋଇଥିଲେ । କାହାରି ମଧ୍ୟରେ ଅନ୍ତର ନଥିଲା । ରାଷ୍ଟ୍ର ପାଇଁ ଏହି ପରୀକ୍ଷା ସମୟରେ ଏଠି ଯଦି କରୋନା ଭାଇରସ ବ୍ୟାପେ ତେବେ ଦୋଷ କାହାର ହେବ ! ତେବେ ପ୍ରଥମେ ଏହା ପଛରେ ଥିବା ଲୋକମାନେ ଦୋଷଦେବେ ଭାରତ ସରକାରଙ୍କୁ । ସେମାନେ କହିବେ ସାଇନବାଗର ଲୋକମାନେ ସଂଖ୍ୟାଲଘୁ ମୁସଲମାନ ଥିବାରୁ ସେମାନଙ୍କ ସୁରକ୍ଷା କଥା ସରକାର ଚିନ୍ତା କଲେନି ଇତ୍ୟାଦି ଇତ୍ୟାଦି... ।
ଅନେକ ଦିନ ଧରି ପୋଲିସ ସଂଯମତା ଅବଲୋକନ କରିଥିଲା । ଶେଷରେ କରୋନା ଭାଇରସରୁ ଆନ୍ଦୋଳନକାରୀଙ୍କୁ ରକ୍ଷା କରିବା ସହିତ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ଏହିି ପଦକ୍ଷେପ ନେଇଥିଲା । ସାହିନବାଗର ଆନ୍ଦୋଳନ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୁଦ୍ଧରେ ଆରମ୍ଭ ହୋଇଥିଲା । ନାଗରିକତା ସଂଶୋଧନ ବିଲ୍ କେବଳ ନାଗରିକତା ଦେବାକୁ ଉଦ୍ଦିଷ୍ଟ; ଏହା କାହାରି ନାଗରିକତା ନେବ ନାହିଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରମ୍ବାର ଆଶ୍ୱାସନା ଏବଂ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ବିବୃତି ଦେଇ ‘ଡି’ ବା ‘ଡାଉଟ୍’ ବା ଡିଟେନସନର କୌଣସି ପ୍ରାବଧାନ ନାହିଁ ବୋଲି ଜୋର୍ ଦେଇ କହିବା ସତ୍ତ୍ୱେ ଏମାନେ ବିଶ୍ୱାସ କରିବାକୁ ନାରାଜ । କାରଣ ଗଲା ୩ ମାସ ଭିତରେ ଦେଶର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଜଲସା ବା ସମାବେଶରେ ମୌଲବୀମାନେ ଲକ୍ଷ ଲକ୍ଷ ମୁସଲମାନମାନଙ୍କୁ ଉତ୍ତେଜକ ଭାଷଣ ଦେଇ ସେମାନଙ୍କ ମନରେ ଭୟ ସଞ୍ଚର କରିଛନ୍ତି ଯେ, ମୋଦି ସରକାର ସିଏଏ, ଏନ୍ପିଆର୍ ଓ ପରେ ଏନଆର୍ସି କେବଳ ମୁସଲମାନମାନଙ୍କ ବିରୋଧରେ ଆଣିଛନ୍ତି । ଏନ୍ପିଆର ବାହାନାରେ ସେମାନଙ୍କୁ ଅନେକ ଗୁଡ଼ିଏ କାଗଜପତ୍ର ଦେଖାଇବାକୁ ବାଧ୍ୟ କରାଯିବ । ଏହି କାଗଜପତ୍ର ଯେଉଁମାନେ ଦେଖାଇ ନପାରିବେ ସେମାନଙ୍କ ନାଁ କଡ଼ରେ ‘ଡି’ ବା ଡାଉଟଫୁଲ୍ ବୋଲି ସଙ୍କେତ ଦିଆଯିବ । ପରେ ଏମାନଙ୍କୁ ଡିଟେନେସନ କ୍ୟାମ୍ପକୁ ସ୍ଥାନାନ୍ତରିତ କରିଦିଆଯିବ । ଏହି ଡିଟେନସନ୍ କ୍ୟାମ୍ପରେ ସେମାନଙ୍କ ଉପରେ ସମସ୍ତ ପ୍ରକାରର ଅତ୍ୟାଚାର କରାଯାଇ ଶେଷରେ ସେମାନଙ୍କୁ ଦେଶରୁ ତଡ଼ି ଦିଆଯିବ । ଏଭଳି ମିଥ୍ୟା ଓ କପୋଳକଳ୍ପିତ ଭୟ ସେମାନଙ୍କ ମନରେ ସୃଷ୍ଟି ହୋଇଥିବାରୁ ଦେଶରେ କରୋନା ଭାଇରସ ମୁକାବିଲା ପାଇଁ ସରକାରଙ୍କ ଆଦେଶ ଓ ଦେଶର ଆଇନ କାନୁନକୁ ମାନିବାକୁ ନାରାଜ ଥିଲେ ଆନ୍ଦୋଳନକାରୀ ।
କରୋନା ଭାଇରସ ଭୟାବହତାକୁ ଉପଲବ୍ଧ କରି ସମସ୍ତ ଧାର୍ମିକ, ସାଂସ୍କୃତିକ, ସାମାଜିକ ଓ ରାଜନୈତିକ ସମାବେଶକୁ ବନ୍ଦ କରିଦିଆଯାଇଛିା । ଦେଶର ପ୍ରସିଦ୍ଧ ମନ୍ଦିର, ସମସ୍ତ ଧର୍ମାନୁଷ୍ଠାନ, ରାଜନୈତିକ ସଭା ସମିତି,ବିବାହ ଶୋଭାଯାତ୍ରା ମଧ୍ୟ ବନ୍ଦ କରାଯାଇଛି । ଭାରତୀୟ ରେଳବାଇ ଟ୍ରେନ ଚଳାଚଳ ବାତିଲ କରିଥିବା ବେଳେ ଅଧିକାଂଶ ବିମାନର ଉଡ଼ାଣ ମଧ୍ୟ ବନ୍ଦ କରିଛି । ଏହି ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂକ୍ରମିତ ଚିହ୍ନଟ ହୋଇସାରିଥିଲା ବେଳେ ବାରମ୍ବାର ଅନୁରୋଧ ଓ ବୁଝାଶୁଝା କରିବା ସତ୍ତ୍ୱେ ସାହିନବାଗରେ ବସିଥିବା ଆନ୍ଦୋଳନକାରୀମାନେ ସେମାନଙ୍କ ଆନ୍ଦୋଳନ ବନ୍ଦ ନ କରିବା ଜିଦ୍ରେ ଅଡ଼ି ବସିଥିଲେ । ଭାରତ ସରକାର ବିଶେଷ କରି ଦିଲ୍ଲୀ ପୁଲିସ ଚାହିଁଲେ ବଳପ୍ରୟୋଗ କରି ମାତ୍ର କେତେ ମିନିଟ୍ ମଧ୍ୟରେ ଏହି ଧାରଣାସ୍ଥଳୀକୁ ଖାଲି କରିଦେଇପାରିଥାନ୍ତେ । କିନ୍ତୁ ଯେହେତୁ ଦେଶର ସଂଖ୍ୟାଲଘୁ ମୁସଲମାନମାନେ ବିଶେଷ କରି ସ୍ତ୍ରୀ ଲୋକ ଏବଂ ଶିଶୁମାନେ ଏହି ଧାରଣାରେ ବସି ରହୁଛନ୍ତି ତେଣୁ ବଳପ୍ରୟୋଗ କରିବାକୁ ସରକାର ଚାହୁଁନଥିଲେ । ପ୍ରାଚୀନ ଯୁଗରୁ ନାରୀ ଓ ଶିଶୁମାନଙ୍କ ବିରୁଦ୍ଧରେ ବଳ ପ୍ରୟୋଗ କରିବାକୁ ଭାରତୀୟମାନେ ପସନ୍ଦ କରନ୍ତି ନାହିଁ । ସେହି ପରମ୍ପରାକୁ ସମ୍ମାନ ଦେଇ ମହାଭାରତ ଯୁଦ୍ଧରେ ଇଚ୍ଛାମୃତ୍ୟୁ ବର ପାଇଥିବା ପୀତାମହ ଭୀଷ୍ମ ନିଜ ସମ୍ମୁଖରେ ଶ୍ରୀଖଣ୍ଡିଙ୍କୁ ଦେଖିବା ମାତ୍ରେ ଶସ୍ତ୍ର ତ୍ୟାଗ କରିଥିଲେ । ବୋଧହୁଏ ଏହି ପରମ୍ପରାକୁ ଆଖି ଆଗରେ ରଖି ଦିଲ୍ଲୀ ପୁଲିସ ମଧ୍ୟ ଏମାନଙ୍କ ବିରୋଧରେ କୌଣସି ଶକ୍ତି ପ୍ରୟୋଗ ନକରି ବୁଝାଶୁଝା ମାଧ୍ୟମରେ ସେମାନଙ୍କୁ ଆନ୍ଦୋଳନ ବନ୍ଦ କରିବା ପାଇଁ ବାରମ୍ବାର ନିବେଦନ କରିଆସୁଥିଲେ । କିନ୍ତୁ ସେମାନଙ୍କୁ ଧାରଣାରେ ବସିଥିବା ମହିଳାମାନେ ଉତ୍ତର ଦେଇଥିଲେ,କରୋନା ଭାଇରସ ନାମରେ ସେମାନଙ୍କୁ ମିଛ ଭୟ ଦେଖାଯାଉଛି । ଯେହେତୁ ସେମାନେ ମୁସଲମାନ ଓ ଆହ୍ଲାତାଲା ସେମାନଙ୍କ ସପକ୍ଷରେ ଅଛନ୍ତି ତେଣୁ ଏହି କରୋନା ସେମାନଙ୍କ କିଛି କ୍ଷତି କରିବ ନାହିଁ । ସାମ୍ବାଦିକମାନେ ଇରାନରେ କରୋନା ମୃତ୍ୟୁ କଥା କହିବାରୁ ପ୍ରଦର୍ଶନକାରୀ ଉତ୍ତର ଦେଇଥିଲେ ଇରାନ ମୁସଲମାନ ସିହା ତେଣୁ ଆହ୍ଲା ସେମାନଙ୍କ ଉପରେ ଅସନ୍ତୁଷ୍ଟ ବୋଲି ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ସାହିନବାଗ ବାଲାଙ୍କ ଏହି କଥା ଶୁଣିଲା ପରେ ଏକଥା ଜଣାପଡୁଛି ସେମାନେ ମାନବତାବାଦ ଓ ଦେଶର ସମ୍ବିଧାନ ଠାରୁ ବହୁ ଦୂରରେ । ଦେଶର ସମସ୍ତ ଜନତା ଏକତା ଦେଖାଇ ଅନୁଶାସନ ମାନି ସମର୍ପଣ ଭାବନା ଦ୍ୱାରା ନିଜକୁ ଜିନ ଘରେ ବନ୍ଦି ଭାବେ ରଖି ବିଦେଶୀ ଭାଇରସ ବିରୋଧରେ ଲଢେଇ କରିବା ପାଇଁ କ୍ରାନ୍ତିବୀର ସାଜିଥିବା ବେଳେ ସିଏଏ ବିରୋଧ ବାହାନାରେ ସାଇନବାଗ ଭଳି କେତେକ ସ୍ଥାନରେ ସେମାନେ ଏକାଠି ହୋଇ ଦେଶର ଦୁଶ୍ମନ, ସମ୍ବିଧାନର ଦୁଶ୍ମନ ଏବଂ ମାନବତାବାଦର ମଧ୍ୟ ଦୁଶ୍ମନ ସାଜିଥିଲେ । ସେମାନେ ବିଦେଶୀ ଭୂତାଣୁ ବିରୋଧରେ ଚାଲିଥିବା ସଂଗ୍ରାମକୁ ଦୂର୍ବଳ କରି କରୋନା ସାମ୍ରାଜ୍ୟ ସଂକ୍ରମଣ ବୃଦ୍ଧି କରିବାରେ ସହାୟକ ହେଉନଥିଲେ ତ ? ଏଥିପାଇଁ କେବଳ ଦୋଷ ଏମାନଙ୍କର ନୁହେଁ । ଦୋଷ ହେଉଛି ମୁସଲମାନମାନଙ୍କ ମନକୁ ବିଷାକ୍ତ କରି ‘ଜେହାଦ’ ନାମରେ ଭ୍ରାନ୍ତି ସୃଷ୍ଟି କରୁଥିବା ମୁଲ୍ଲା ମୌଲବୀମାନଙ୍କର । ଏଭଳି ଆନ୍ଦୋଳନକାରୀମାନଙ୍କୁ ଶହ ଶହ କୋଟି ବୈଦେଶିକ ମୁଦ୍ରା ବାଣ୍ଟୁଥିବା ଆଇଏସ୍ଆଇ ପରି ବିଦେଶୀ ସଂସ୍ଥାମାନଙ୍କର । ଏଭଳି ବେଆଇନ ଆନ୍ଦୋଳନ କରୁଥିବା ମୁସଲମାନମାନଙ୍କୁ ଅନ୍ଧ ସମର୍ଥନ ଦେବା ପାଇଁ ଆମ ଦେଶରେ ଅଭାବ ନଥିବା ମଣିଶଙ୍କର ଆୟାର, ଶଶୀ ଥରୁର, ମନିଷ ଶିଷୋଦିଆ, କହ୍ନେୟା କୁମାରଙ୍କ ପରି ଲୋକମାନଙ୍କର । ଆଉ ଠିକ୍ କଥାରେ ହିନ୍ଦୁ ସଂଗଠନ ଏବଂ ହିନ୍ଦୁତ୍ୱ ନିଷ୍ଠ ରାଜନୈତିକ ଦଳଗୁଡ଼ିକୁ ବଦନାମ୍ କରିବା ପାଇଁ ତଥାକଥିତ ଧର୍ମନିରପେକ୍ଷତାର ଦ୍ୱାହି ଦେଇ ନିଜକୁ ସହିଷ୍ଣୁ ବୁଦ୍ଧିଜିବୀ ବୋଲାଉଥିବା ବ୍ୟକ୍ତିମାନଙ୍କର । ତେଣୁ ଏବେ ସମୟ ଆସିଛି ମାନବତାବାଦର ଦୁଶ୍ମନ ବିରୋଧରେ କ୍ରାନ୍ତିବିର ସାଜିବ।। ଘରେ ରହିବା, ନିଜେ ବଂଚିବା, ଦେଶକୁ ବଂଚାଇବା । ଏହା ହିଁ ରାଷ୍ଟ୍ରସେବା ।
ଘିଗିଡିଆ, ବାରୁଅ, କେନ୍ଦ୍ରାପଡା
ମୋ-୯୮୬୧୦୨୮୫୫୩
Comments
Post a Comment