ବାଙ୍ଗାଲୋର,୧୬/୩: ସାରା ଦେଶରେ ୩୯ ହଜାର ସ୍ଥାନରେ ପ୍ରତିଦିନ ୬୩ ହଜାର ଶାଖା ଚାଲୁଅଛି । ଏହାବ୍ୟତୀତ ୨୮ ହଜାର ସ୍ଥାନରେ ସାପ୍ତାହିକ ମିଳନ ଏବଂ ମାସିକ ମଣ୍ଡଳୀ ଚାଲୁଅଛି । ୧୦ ହଜାରରୁ ଉର୍ଦ୍ଧ୍ୱ ସ୍ଥାନରେ ଯେଉଁଠି ସଂଘକାମ ନାହିଁ କିନ୍ତୁ ସେଠି କିଛି କଥା କହିଲେ କାମ ହୋଇ ଯାଉଛି । ଏହି ପ୍ରକାର ପ୍ରାୟ ୭୦ହଜାର ସ୍ଥାନରେ ସଂଘ କାର୍ଯ୍ୟ ଥିବା ବେଳେ ୮୦ ହଜାର ସ୍ଥାନରେ ଆମର କାମ ଚାଲୁଅଛି । ଗତବର୍ଷ ଅପେକ୍ଷା ୩୦୦୦ ଶାଖା ବୃଦ୍ଧି ପାଇଛି । ସାରା ଦେଶରେ ଅନୁଷ୍ଠିତ ସଂଘ ଶିକ୍ଷାବର୍ଗ (୨୦ ରୁ ୨୫ ଦିନ)ରେ ୧୫ ହଜାର ସ୍ୱୟଂସେବକ ପ୍ରଶିକ୍ଷଣ ନେଇଛନ୍ତି ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମାନନୀୟ ସରକାର୍ଯ୍ୟବାହ ଶ୍ରୀ ଭୟାଜୀ ଜୋଶୀ ମାର୍ଚ୍ଚ ୧୬ ତାରିଖ ଦିନ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକର ଶେଷଦିନରେ ଏହି ବିଷୟ ପ୍ରକାଶ କରିଛନ୍ତି ।
ଭୟାଜୀ ଯୋଶୀ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ପାରିତ ହୋଇଥିବା ତିନୋଟି ପ୍ରସ୍ତାବ ବିଷୟରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । ଏହା ପରେ କହିଥିଲେ ଯେ ଗ୍ରାମ ବିକାଶ ଲକ୍ଷ୍ୟ ରଖି ଆମେ ଏକ ହଜାର ଗାଁକୁ ଚିହ୍ନିତ କରିଛୁ । ଏହା ମଧ୍ୟରୁ ୩୦୦ ଗ୍ରାମରେ ଦ୍ରୁତ ଗତିରେ କାମ ଚାଲୁଅଛି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ସାମାଜିକ ସମରସତା ଏବଂ ସ୍ୱାବଲମ୍ବନ ଆଦି ପାଞ୍ଚଟି ଲକ୍ଷକୁ ନେଇ ଗ୍ରାମ ବିକାଶ କାମ ଚାଲୁଅଛି ।
ଭାରତର ପରିବାର ବ୍ୟବସ୍ଥା .. । ଏହା ... ନୁହେଁ ପ୍ରାକୃତିକ । ଆମେ ଜାଣିଅଛୁ ବହୁତ ଶ୍ରେଷ୍ଠ ଗୁଣ ସଂସ୍କାର, ବିଚାର ଶିଶୁମାନେ ମାତା-ପିତାଙ୍କ ଠାରୁ ପରିବାରରୁ ଶିକ୍ଷା କରିଥାଏ । ଏଥିପାଇଁ ପରିବାରକୁ ସୁଦୃଢ କରିବା ପାଇଁ ଜାଗରଣ ଆବଶ୍ୟକ । ସଂଘ ଏଥିପାଇଁ କୁଟୁମ୍ଭ ପ୍ରବୋଧନ କାର୍ଯ୍ୟ କରୁଅଛି ।
ସଂଘ କାର୍ଯ୍ୟ ୯୫ ବର୍ଷ ଧରି ଚାଲୁଅଛି । ଏବେ ବହୁତ ଲୋକ ସଂଘ ସହିତ ଯୋଡି ହେଉଛନ୍ତି । ଏହି ସବୁକୁ ଧ୍ୟାନରେ ରଖି ଗତ ଦୁଇ ବର୍ଷଧରି ବୟସ, ଶିକ୍ଷା, କାର୍ଯ୍ୟ, ରୁଚି ଅନୁସାରେ ୧୫ ଲକ୍ଷ ସ୍ୱୟଂସେବକଙ୍କୁ ସର୍ଭେ କରାଯାଇଥିଲା । ଏଥିଲାଗି ଯୋଜନା ତିଆରି କରି ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ବିଭିନ୍ନ ସାମାଜିକ ପରିବର୍ତ୍ତନ କାମରେ ନିୟୋଜିତ କରାଯିବ ।
ସିଏଏ ଉପରେ ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଯୋଶୀ କହିଲେ ଯେ, ଏହି ରାଷ୍ଟ୍ରୀୟ ବିଷୟ ଦୁର୍ଭାଗ୍ୟ ବଶତଃ ରାଜନୈତିକ ବିଷୟ ହୋଇଗଲା । ରାଜନୈତିକ କାରଣରୁ କିଛି ନେତା ସମାଜରେ ଭ୍ରମ ସୃଷ୍ଟିକରିବାରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ବାରମ୍ବାର ଲୋକମାନଙ୍କୁ ଆଗ୍ରହ କରୁଛନ୍ତି ଆଇନକୁ ବୁଝନ୍ତୁ କିନ୍ତୁ କିଛି ଲୋକ ସମାଜରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ଲୋକଙ୍କୁ ଭୁଲ ବାଟରେ ନେଉଛନ୍ତି । ସରକାରଙ୍କୁ ସମସ୍ତ ରାଜନୈତିକ ଦଳ ଏ ବିଷୟରେ ସମର୍ଥନ କରିବା ଉଚିତ । ଯଦି କୌଣସି ସଂଶୟ ଅଛି ତାହାକୁ ସ୍ପଷ୍ଟ କରିବା ଉଚିତ ।
ସିଏଏକୁ ସମର୍ଥନ କରୁଥିବା ଶକ୍ତି ବହୁତ ବଡ । ଅନେକ ସଂଗଠନ ଜାଗରଣ ପାଇଁ ଅଭିଯାନ ଚଳାଉଛନ୍ତି । ଆମେ ତାଙ୍କ ସହିତ । କେବଳ ବିଜେପି ନୁହେଁ ସମସ୍ତ ରାଜନୈତିକ ଦଳ, ଗଣମାଧ୍ୟମ ଏହି ସକରାତ୍ମକ ଅଭିଯାନକୁ ସହଯୋଗ କରିବା ଉଚିତ ।
Comments
Post a Comment