-ଗୋଲଖ ଚନ୍ଦ୍ର ଦାସ
ସାରା ବିଶ୍ୱରେ ଘାତକ ସାଜିଥିବା କରୋନା ଏବେ ଭାରତରେ ବି କାୟା ବିସ୍ତାର କରିବା ଆରମ୍ଭ କରିଛି । ସାରା ଦେଶ ଏବେ ଲକଡାଉନ ସ୍ଥିତିରେ । ସମସ୍ତ ଟ୍ରେନ, ବସ ଓ ବିମାନ ସେବା ବାତିଲ କରାଯାଇଛି । ଏପରି ସ୍ଥିତିରେ ସାରା ଦେଶରେ ଡାକ୍ତର, ପାରାମେଡିକାଲ ଷ୍ଟାଫ, ପୋଲିସ, ଗଣମାଧ୍ୟମ, ବିଭିନ୍ନ ସାମଜିକ ସଙ୍ଗଠନର କାର୍ଯ୍ୟକର୍ତାମାନେ ଏହି କରୋନାକୁ ରୋକିବା ଦିଗରେ ନିଜ ଜିବନକୁ ପାଣି ଛଡାଇ ଦେଶକୁ ବଂଚାଇବା ପାଇଁ କାମ କରୁଛନ୍ତି । ଆମ ରାଜ୍ୟ ଓଡିଶାକୁ ଡର ହେଉଛି ବାହାରୁ ଆସିଥିବା ଲୋକମାନେ । କାରଣ ଏବେ ସୁଦ୍ଧା ଯେଉଁ ଯେଉଁ ମାନଙ୍କର ପଜିଟିଭି ବାହାରିଛି ସେମାନେ ସମସ୍ତେ ବାହାରୁ ଆସିଛନ୍ତି । ଏହାଛଡା ରାଜ୍ୟରେ ଯେତେଜଣ କରୋନା ସନ୍ଦିଗ୍ଧ ଅଛନ୍ତି,ସେମାନେ ସମସ୍ତେ ଏବେ କ୍ୱାରୋଟାଇନ୍ ବା ସଙ୍ଗରୋଧରେ ରହିଛନ୍ତି । ଆଉ କରୋନା କୁ ନିୟନ୍ତ୍ରଣ ରଖିବାର ଚାବିକାଠି ରାଜ୍ୟବାସୀଙ୍କ ହାତରେ ରହିଛି । ଖାସ୍ ରାଜ୍ୟବାସୀଙ୍କ ପାଇଁ ଏହି ସଂଖ୍ୟା ୫ରେ ହିଁ ସ୍ଥିର ରହିଛି । ଆମ ମାନଙ୍କର ସାମାନ୍ୟରୁ ସାମାନ୍ୟତମ ଅସାବଧାନତା ଏହି ସଂଖ୍ୟାକୁ ବୃଦ୍ଧିକରିବାରେ ଅଧିକ ସମୟ ନେବନାହିଁ । ଏହାକୁ ସମସ୍ତେ ଧ୍ୟାନରେ ରଖି ସମସ୍ତ ପ୍ରକାରର କରୋନା ସତର୍କତା ପଦକ୍ଷେପକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ପ୍ରତିଜ୍ଞାବଦ୍ଧ ଥିବା ବେଳେ କିଛି ଲୋକ ଏହାର ବାଧକ ସାଜିଛନ୍ତି । ଗତ ୧ତାରିଖରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ନୂଆଦିଲ୍ଲୀ ହଜରତ ନିଜାମୁଦ୍ଦିନ ତବଲିଗ ଜମାତରେ ଯୋଗଦେଇ ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରୁ କେତକଙ୍କ କରୋନାରେ ମୃତ୍ୟୁ ହେବା ଓ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଛି । ତେବେ ସେମାନଙ୍କ ମଧ୍ୟରୁ ତେଲେଙ୍ଗାନାରୁ ୬ଜଣ ,ଜାମ୍ମୁ ଓ କାଶ୍ମୀର, ତାମଲନାଡ଼ୁ ଏବଂ କର୍ଣାଟକରୁ ଜଣେ ଲେଖାଏଁ କରୋନାରେ ମୃତ୍ୟୁବରଣ କରିଥିବାବେଳେ ଅନେକ ବିଦେଶୀ ଆକ୍ରାନ୍ତ ହୋଇଥିବାର ଖବର ମିଳିଛି । ଫଳରେ ଦେଶରୁ ଏହି ସଭାରେ ଯୋଗଦେଇ ଫେରିଥିବା ବ୍ୟକ୍ତିମାନେ ଯଦି ସଂକ୍ରମିତ ହୋଇଥାନ୍ତି ତେବେ ସେମାନଙ୍କ ପାଇଁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ଏଥିରୁ ବାଦ ପଡ଼ିନି ଓଡିଶା । ଓଡିଶାରୁ କେହି ନା କେହି ଏହି ଜମାତ ରେ ଯୋଗଦେଇ ଫେରିଥିବା ନେଇ ସାଧାରଣରେ ଆଶଙ୍କା ବଢିବାରେ ଲାଗିଛି । ପୋଲିସ ଓ ପ୍ରଶାସନ ମଧ୍ୟ ଏହି ଆଶଙ୍କା ରେ ଖୋଳତାଡ଼ ଆରମ୍ଭ କରିଥିଲେ । ତେବେ ଓଡ଼ିଶାରୁ ଯୋଗ ଦେଇଥିବା ସବୁ ବ୍ୟକ୍ତିଙ୍କୁ କ୍ୱାରେଟାାଂଇନରେ ରଖାଯାଇଥିବା ସୂଚନା ମିଳିଛି ।
ସରକାରୀ କଟକଣାକୁ ଫୁ’ କରି ଏମାନେ ଏତେ ସଂଖ୍ୟାରେ ଗୋଟିଏ ସ୍ଥାନରେ ଏକାଠି ହୋଇଥିଲେ । ଫଳରେ ମାଲେସିଆ, ଇଣ୍ଡୋନେସିଆ ସମେତ ଅନ୍ୟାନ୍ୟ ବିଦେଶ ରାଷ୍ଟ୍ରରୁ ଆସିଥିବା ଶତାଧିକ ଧର୍ମ ପ୍ରଚାରକଙ୍କ କରୋନା ସଂକ୍ରମଣ ସଂସ୍ପର୍ଶରେ ଆସି ଭାରତର ବିଭିନ୍ନ ରାଜ୍ୟରୁ ଯୋଗ ଦେଇଥିବା ଧର୍ମ ପ୍ରଚାରକମାନେ କରୋନା ସଂକ୍ରମଣର ଶିକାର ହେଲେ । ଦିଲ୍ଲୀର ଏହି ଅଂଚଳକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । ତଗଲିଗ୍ ଜମାତ ପରିସରରେ ଏବେ ସୁଦ୍ଧା ରହିଥିବା ଶତାଧିକ ବ୍ୟକ୍ତିଙ୍କୁ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭାରତରେ କରୋନା ସ୍ଥିତି ଆଗାମୀ ଦିନରେ ଅଧିକ ଜଟିଳ ହେବା ସହ ଷ୍ଟେଜ୍-୩କୁ କରୋନା ସଂକ୍ରମଣ ଛୁଇଁବା ଅସମ୍ଭବ ନୁହେଁ ବୋଲି ମଧ୍ୟ କେହି କେହି ମତ ଦେଉଛନ୍ତି । ଭାରତରେ ପ୍ରତିଷ୍ଠା ହୋଇଥିବା ତଗଲିଗ୍ ଜମାତରେ ବିଶ୍ୱର ୧୫୦ଟି ଦେଶରୁ ୧୫ କୋଟିରୁ ଊର୍ଦ୍ଧ୍ୱ ସଦସ୍ୟ ଅଛନ୍ତି । ଏଥିରେ ବିଦେଶରୁ ଶହ ଶହ ମୌଲବୀ ଯୋଗଦେଇ ଭାରତରେ କରୋନା ସଂକ୍ରମଣ ରାସ୍ତାକୁ ପ୍ରଶସ୍ତ କଲେ; ଏହାକୁ ନେଇ ସାରା ଦେଶରେ ଆତଙ୍କ ଖେଳି ଯାଇଛି । ଏହି ଜମାତରେ ଯୋଗ ଦେଇଥିବା ବିଦେଶୀ ମୌଲବୀ ମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଜି ସାମ୍ନାକୁ ଆସିଛି । ଭାରତକୁ ପର୍ଯ୍ୟଟକ ଭିସାରେ ଆସି ଏମାନେ ଧର୍ମ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତବଲିଗ୍ ଜମାତର ମୁଖ୍ୟ ମୌଲବୀ ଧର୍ମ ପ୍ରଚାରକ ମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ମୁସଲମାନ ମାନଙ୍କ ପାଇଁ ମସଜିଦ୍ ହେଉଛି ମୃତ୍ୟୁର ସବୁଠୁ ଉତ୍କୃଷ୍ଟ ସ୍ଥଳ । ସେହିପରି ଧର୍ମ ସମ୍ମିଳନୀ କରାଇ ନ ଦେବାକୁ କରୋନା ନାଁରେ ସରକାର ଷଡଯନ୍ତ୍ର ରଚିଥିବା ମଧ୍ୟ ସେ ଅଭିଯୋଗ ବାଢ଼ିଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତବଲିଗ୍ ଜମାତର ମୁଖ୍ୟ ମୌଲାନା ସୟିଦ୍ଙ୍କୁ ବୁଝାସୁଝା କରିବା ପରେ ମସଜିଦ୍ ପରିସରରେ ରହିଥିବା ୨ ହଜାରରୁ ଊର୍ଦ୍ଧ୍ୱ ଧର୍ମ ପ୍ରଚାରକ ମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
କାଶ୍ମୀରରେ ଯେଉଁ ଲୋକର ମୃତ୍ୟୁ ହେଲା ସେ ମଧ୍ୟ ସେ ମଧ୍ୟ ତଗଲିଗ୍-ଇ-ଜମାତରେ ଯୋଗ ଦେଇ କରୋନା ସଂକ୍ରମଣରେ ଶିକାର ହୋଇଥିଲେ । ସେ ୧୫ ଫେବୃୟାରୀ ରେ କାଶ୍ମୀରରେ ଥିଲେ । ୫ ମାର୍ଚ୍ଚ ରୁ ତିନି ଦିନ ପାଇଁ ଦିଲ୍ଲୀର ଥିଲେ । ତଗଲିଗ୍-ଇ-ଜମାତରେ ଯୋଗ ଦେଇ ମାଲେସିଆ ଓ ଇଣ୍ଡୋନେସିଆ ଲୋକଙ୍କ ସଂସ୍ପର୍ଷରେ ଆସିଥିଲେ । ୯ ମାର୍ଚ୍ଚରେ ୟୁପିର ଦେଓବନ୍ଦକୁ ଯାଇଥିଲେ । ସେଠାରେ ଶହଶହ ମୌଲବୀ ଓ ଛାତ୍ରମାନଙ୍କ ସଂସ୍ପର୍ଷରେ ଆସିଥିଲେ । ୧୧ ମାର୍ଚ୍ଚରେ ଟ୍ରେନ ଯୋଗେ ଜାମ୍ମୁ ଫେରି ଆସିଥିଲେ । ୧୨ ତାରିଖରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ସେ ସାମ୍ବାରେ ଥିଲେ । ସେ ଜାମ୍ମୁରୁ ଶ୍ରୀନଗର ଯାଇଥିଲେ । ୧୮ ମାର୍ଚ୍ଚରେ ସେ ଶ୍ରୀନଗରର ଏକ ଧର୍ମ ସଭାରେ ଭାଗ ନେଇଥିଲେ । ୨୨ ତାରିଖରେ ତାଙ୍କ ଦେହ ଖରାପ ହୋଇଥିଲା । ୨୩ ତାରିଖ ଦିନ ସେ କରୋନାରେ ଆକ୍ରାନ୍ତ ବୋଲି ଜଣାପଡିଲା । ମାର୍ଚ୍ଚ ୨୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଥିରୁ ଆପଣ ଚିନ୍ତା କରନ୍ତୁ ଏହି ବ୍ୟକ୍ତି ଜଣଙ୍କ କରୋନା ସାମ୍ରାଜ୍ୟ ବିସ୍ତାରର ସେନାପତି କରୋନା ଟାଇମବମ ନା ଦେଶକୁ କରୋନା ମୁକ୍ତ କରିବା ପାଇଁ ଯେଉଁ ମହା ସଂଗ୍ରାମ ଚାଲିଛି ତାର ସେନାନାୟକ । ଆମ ଓଡିଶାରୁ ଯେଉଁମାନେ ଏଥିରେ ଭାଗ ନେଇଥିଲେ ସେମାନଙ୍କୁ କଣ କୁହାଯିବ । ଏମାନେତ ଭାରତର ନିୟମ ପାଳନ କଲେନି । ଏମାନେ ତଗଲିଗ୍ ଜମାତ ପରିସରରୁ ଦେଶର ଚାରିଆଡକୁ ଖେଳଇ ହୋଇଗଲା ପରେ ଏମାନେ ସଂଗରୋଧ ହୋଇ ରହୁନାହାଁନ୍ତି କି ସରକାରଙ୍କ ନିୟମ ମାନୁ ନାହାଁନ୍ତି । ଅନେକ ମସଜିଦ ମଧ୍ୟରେ ଲୁଚି ରହିଛନ୍ତି । ସେମାନଙ୍କୁ ଆଣିବାକୁ ଗଲାବେଳେ ପୋଲିସ ଉପରେ ଆକ୍ରମଣ ହେଉଛି । ଦିଲ୍ଲୀରେ ଯେଉଁମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭତ୍ତି କରାଯାଇଛି ସେମାନେ ଚିକିତ୍ସକମାନଙ୍କୁ ଖରାପ ବ୍ୟବହାର କରୁଛନ୍ତି । ଏଣେ ତେଣେ ଥୁ କରୁଛନ୍ତି । ଯେଉଁଥି ପାଇଁକି ରୋଗ ସଂକ୍ରମଣ ହେବାର ଭୟ ରହୁଛି ।
ସେମାନେ ଏପରି ବଡ ଭୁଲ କିପରି କଲେ ? ସେମାନେ କଣ ଜାଣି ନଥିଲେ ଏହି ଭାଇରସ ମୃତ୍ୟୁର କାରଣ ବୋଲି ? ଏହି ଭାଇରସ ନିକଟରୁ କିପରି ନିଜକୁ ରକ୍ଷା କରିହେବ ସେ ବିଷୟ କଣ ସେମାନଙ୍କୁ ଜଣା ନଥିଲା ? ସେମାନେ କଣ ଜାଣି ନଥିଲେ ଏହି ଭାଇରସରେ ଆକ୍ରାନ୍ତ ଅଧିକାଂଶ ମାମଲା ବିଦେଶରୁ ଆସିଛି ବୋଲି ? ଯଦି ସବୁ ଜାଣିଥିଲେ ତେବେ ସେମାନେ କାହିଁକି ସରକାଙ୍କ ଆଇନ କାନୁନ ଓ ନିଦ୍ଦେର୍ଶକୁ ବେଖାତିର କରିଥିଲେ ? ସରକାଙ୍କ ଲକ୍ ଡାଉନକୁ ନମାନି କାହିଁକି ତଗଲିଗ୍-ଇ-ଜମାତରେ ଶହଶହ ଲୋକଙ୍କୁ ଏକାଠି କରି ରଖିଥିଲେ ? ନା ସେମାନଙ୍କ ମନରେ ଆଉ କିଛି ଅଛି ?
ସାରା ଦେଶ ବାସୀ ଦେଶର ଆଇନ କାନୁନ ମାନି କରୋନା ଭାଇରସ ବିରୋଧରେ ମହା ସଂଗ୍ରାମ କରୁଥିବା ବେଳେ ଦେଶ ସହିତ ବିଶ୍ୱାସ ଘାତକ କରି ଏପରି କରିବା ନିନ୍ଦନୀୟ ନୁହେଁ କି ? ଏ ଘଟଣା ପାଇଁ ଟିିଭିରେ ଦ୍ୱିତୀୟ ଥର ପାଇଁ ରାମାୟଣ ଭଳି ଧାରାବାହିକକୁ ବିରୋଧ କରୁଥିବା କିଛି ତଥା କଥିତ ବୁଦ୍ଧିଜୀବୀମାନଙ୍କୁ ଏହା ଦେଖାଯାଉ ନାହଁ କାହିଁକି ? ଏ ଘଟଣା ନିଜାମୁଦ୍ଦିନ ଥାନା ପାଚେରୀ ପାଖରେ ଘଟିଥିଲେ ମଧ୍ୟ ପୋଲିସ କାହିଁକି ବିରୋଧ କରିନାହିଁ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସବୁ ଯାହା ହେଉନା କାହିଁକି ଆମକୁ ଜାଗ୍ରତ ରହିବାକୁ ପଡିବ । ଦେଶକୁ ରକ୍ଷା କରିବାକୁ ହେଲେ ଆଗେ ଆମେ ନିଜକୁ ରକ୍ଷା କରିବା । ଯାନି ଯାତ୍ରା ଠାରୁ ଆରମ୍ଭକରି ବିଭିନ୍ନ ଜନ ଗହଳି ସ୍ଥାନରୁ ଦୁରେଇ ରହିବା । ଯେପରି ନିଜାମୁଦ୍ଦିନ ପରି ଆଉ ଏକ ନିଜାମୁଦ୍ଦିନ ସୃଷ୍ଟି ନହେଉ । ଲୁଚିବାନି । ଭୟ କରିବାନି ରୋଗ ସହିତ ଲଢିବା ଭଲ । ସରକାରଙ୍କୁ ସଠିକ୍ ତଥ୍ୟ ଜଣାଇବା । ବର୍ତମାନର ସ୍ଥିତିରେ ଚିହ୍ନଟ ହେଉଥିବା କରୋନା ରୋଗୀଙ୍କୁ ଦେଶବାସୀ ସମବେଦନା ଦେଖାଇବା ସହ ସେମାନଙ୍କ ପ୍ରତି ଶ୍ରଦ୍ଧାଭାବ ପୋଷଣ କରିବାର ଆବଶ୍ୟକତା ରହିଛି । ଯଦି ଏହା ନକରିବା ତେବେ ଏହା ଆମ ସମସ୍ତଙ୍କ ପାଇଁ କ୍ଷତିକାରକ ହେବ । କାରଣ ଭୟରେ ସନ୍ଦିଗ୍ଧମାନେ କିଛି କହିବେ ନାହିଁ ଆତ୍ମଗୋପନ କରିବେ । ଚାଇନିଜ ଭୂତାଣୁକୁ ଆହୁରି ବ୍ୟାପିବାକୁ ଦେବାରେ ସହାୟକ ହେବେ । କେରୋନା ଏକ ସ୍ୱାଭିମାନି ଭାଇରସ । ତାକୁ ଆପଣ ବାହାରକୁ ଯାଇ ନଡାକିଲେ ସେ ତୁମ ଘରକୁ ଆସିବ ନାହିଁ । ତେଣୁ ଆମକୁ ସେଚତନ ହେବାକୁ ହେବ । ନିଜାମୁଦ୍ଦିନ ଘଟଣା ଭଳିଆ ଘଟଣା ଠାରୁ ନିଜକୁ ଦୁରେଇ ରଖିଲେ ନିଜେ ବଂଚିବା ଦେଶକୁ ବଂଚାଇବା । ଏହାକୁ ସମସ୍ତେ ଧ୍ୟାନରେ ରଖି ସମସ୍ତ ପ୍ରକାରର କରୋନା ସତର୍କତା ପଦକ୍ଷେପକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଓ ଦେଶଭକ୍ତ ହେବା ।
ଘିଗିଡିଆ, ବାରୁଅ, କେନ୍ଦ୍ରାପଡା
ମୋ-୯୮୬୧୦୨୮୫୫୩

Comments
Post a Comment