ନେମାଳ,୨୭ା୬ : ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ୨୭ ନଂ ଜୋନ୍ର ୯ଟି ପଞ୍ଚାୟତର ବିଜେପି କର୍ମୀମାନଙ୍କୁ ନେଇ ଏକ ଜନସମ୍ବାଦ ରାଲି ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ବରକୋଳିଆସ୍ଥିତ କୈଳାସ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଥିଲା । ମାହାଙ୍ଗା ବିଜେପି ଯୁବନେତା ଶାରଦା ପ୍ରଧାନଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ସଫଳତା ଓ ଜନହିତକର କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ନଗସପୁର ମଣ୍ଡଳ ତରଫରୁ ସଭାପତି ଅଶୋକ କୁମାର ସାହୁ, ଜିଲ୍ଲା ପ୍ରତିନିଧି ଆଶୁତୋଷ ତ୍ରିପାଠୀ, ନୃସିଂହ ଚରଣ ପରିଡା ପ୍ରମୁଖ ପରିଚାଳନନା କରିଥିବା ବେଳେ ନଟବର ଦାସ, ନିରଞ୍ଜନ ବିଶ୍ୱାଳ, କାର୍ତ୍ତିକ ମହାନ୍ତି, ଧରଣୀଧର ସ୍ୱାଇଁ, ଦେବଦତ୍ତ କର , ମନୋଜ ଦଳାଇ, ଧରଣୀଧର ରାଉତ ପ୍ରମୁଖ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ ।
Comments
Post a Comment