ବରଗଡ଼: ମୋଦୀ ସରକାରଙ୍କ ଦ୍ୱିତୀୟ ପାଲି ର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ତା ୨୬.୬.୨୦୨୦ ରିଖ ଦିନ ୍ୱରଗଡ ନଗର ବିଜେପି ତରଫରୁ କଚେରୀ ପ୍ରାଙ୍ଗଣରେ ତଥା ଷ୍ଟେଟ ବ୍ୟାଙ୍କ ଛକ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଉପଲବ୍ଧି ବିଷୟରେ ଜଣାଇବା ପାଇଁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମାନନୀୟ ୍ୱରଗଡ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଯୋଗଦେଇ ଜଣ ସାଧାରଣଙ୍କୁ ତଥା ଦୋକାନୀ ଭାଇ ମାନଙ୍କୁ କେନ୍ଦ୍ର ସରକାରଙ୍କ ଉପଲବ୍ଧି ବିଷୟରେ ଆସିଥିବା ପତ୍ରିକା ତଥା ପ୍ରଧାନମନ୍ତ୍ରୀ ଙ୍କ ଦେଶବାସୀଙ୍କ ଉଦ୍ଧେଶ୍ୟରେ ଲେଖିଥିବା ପତ୍ର କୁ ବଣ୍ଟନ କରିବା ସହିତ ସ୍ଥାନୀୟ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।ଆଜିର ଏହି ସଚେତନତା ଅଭିଯାନ ରେ ବରିଷ୍ଠ ୍ୱିଜେପି ନେତା ସୁରେଶ୍ୱର ଶତପଥୀ, ଡ଼ ଅରୁପାନନ୍ଦ ସାହୁ ,ରବି ନାରାୟଣ ଦାଶ, ଅଶୋକ ପଣ୍ଡା ,ପ୍ରୀତମ ସିଂ,ନଗର ସଭାପତି ସୁବ୍ରତ ହୋତା, କୁଶ କୁମ୍ଭାର,ଭରତ ବେହେରା,ବିଜୟ ଦାଶ, ଯଦୁମଣି ଦାଶ, କିଶୋର ଦାଶ,ଶ୍ରୀଧର ସାହୁ ,ମାନଭନ ତ୍ରିପାଠୀ,,ତଥା ଅନ୍ୟାନ୍ୟ ବହୁ କର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
Comments
Post a Comment