ପୁରୀ : ପୁରୀ ମଧୁବନ ସରସ୍ୱତୀ ଶିଶୁ ମନ୍ଦିରର ବିଦ୍ୟାର୍ଥୀମାନେ ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ବିଦ୍ୟାଳୟର ରତିପ୍ରଜ୍ଞା ଦାସ, ଆଶୁତୋଷ ଜେନା, ଲକ୍ଷ୍ମୀପ୍ରିୟା ରାଉତ, ଆଦିତ୍ୟ ପ୍ରସାଦ ପଣ୍ଡା ଏ୧ରେ ଉତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ସମୁଦାୟ ୮୨ଜଣ ବିଦ୍ୟାର୍ଥୀ ପାସ୍ କରିଛନ୍ତି । ସେଥିମଧ୍ୟରୁ ଏ-୧ର ୪ଜଣ, ଏ-୨ରେ ୧୦ ଜଣ, ବି-୧ରେ ୧୬ ଜଣ, ବି-୨ ରେ ୧୭ ଜଣ, ସିରେ ୧୪ ଜଣ, ଡି ଗ୍ରେଡ୍ ରେ ୧୬ ଜଣ ଓ ଇ ଗ୍ରେଡ୍ ରେ ୫ ଜଣ ପାସ୍ କରିଛନ୍ତି । ଶିକ୍ଷକ ଶିକ୍ଷୟିତ୍ରୀମାନେ ସମସ୍ତ ବିଦ୍ୟାର୍ଥୀମାନଙ୍କ ଉତୋରତର ଉନ୍ନତି କାମନା କରିଛନ୍ତି ।
Comments
Post a Comment