ବ୍ରଜରାଜନଗର: ସ୍ଥାନୀୟ ଲମଟିବାହାଲ ଅଞ୍ଚଳରେ ରହୁଥିବା ଭିନ୍ନକ୍ଷମ ଡ୍ରାଇଭର କୈଳାସ ରାୟକୁ ଶେଷରେ ମହାନଦୀ କୋଇଲା ଖଣି କର୍ତ୍ତୃପକ୍ଷ ସହାୟତା ପ୍ରଦାନ କରିଥିବା ସୂଚନା ମିଳିଛି । ପ୍ରକାଶ ଯେ ଲମଟିବାହାଲ ଅଞ୍ଚଳରେ ରହୁଥିବା ଡାଇଭର କୈଳାସ ଲଜକୁରା ଖୋଲା ମୁଁହ କୋଇଲା ଖଣି କଣ୍ଟାଘରେ ଠିଆ ହୋଇଥିବା ବେଳେ ପଛପଟୁ ଏକ ହଲପେକ ଗାଡ଼ି ଧକ୍କା ଦେବାରୁ ତାଙ୍କ ର ଗୋଡ଼ରେ ଗୁରୁତର ଆଘାତ ହୋଇଥିଲା ।ଯାହାକି ଶେଷରେ ବିଭିନ୍ନ ସ୍ଥାନରେ ଚିକିତ୍ସା ପରେ କୈଳାସ ର ଗୋଟିଏ ଗୋଡ଼ ହରାଇବାକୁ ପଡ଼ିଥିଲା ।ଅପଙ୍ଗ ଅବସ୍ଥାରେ ଭିନ୍ନକ୍ଷମ ହୋଇ ପଡିରହିଥିବା କୈଳାସ ର ଗୁଜୁରାଣ ମେଣ୍ଟାଇବା ତାପାଇଁ କଷ୍ଟକର ହୋଇପଡିଥିଲା । ଏହି ଖବର ପାଇବାପରେ ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା ମାନେ ସ୍ଥାନୀୟ ଇବଭ୍ୟାଲି ମହାପ୍ରବନ୍ଧକ ମଧୂସୁଦନ ଶର୍ମା ଙ୍କ ପାଖକୁ ଯାଇ କୈଳାସ କୁ ଆର୍ôଥକ ସହାୟତା ସାଙ୍ଗ କୁ ତାର ପୁଅ ଝିଅ ଙ୍କୁ ମାଗଣା ରେ ପାଠପଢାଇବାପାଇଁ ଅନୁରୋଧ କରିଥିଲେ । କିନ୍ତୁ ମହାପ୍ରବନ୍ଧକ ମଧୂସୁଦନ ଶର୍ମା ସମସ୍ତ ସୁବିଧା କୈଳାସ କୁ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୈାଣସି ସହାୟତା ଭିନ୍ନକ୍ଷମ ଡ୍ରାଇଭର କୈଳାସ କୁ ମିଳିନଥିଲା । ଯେଉଁଥି ପାଇଁ ଗତ ସୋମବାର ଦିନ ସକାଳ ୧୦ଟା ସମୟରୁ ଭିନ୍ନକ୍ଷମ ଡ୍ରାଇଭର କୈଳାସ ଓତାର ସ୍ତ୍ରୀ ଏବଂ ତିନୋଟି ପୁଅ ଝିଅ ଙ୍କ ସହ ବିଜେପି ଝାରସୁଗୁଡ଼ା ଜିଲ୍ଲା ସଭାପତି ମଙ୍ଗଳ ସାହୁଙ୍କ ନେତୃତ୍ୱରେ ବ୍ରଜରାଜନଗର ମଣ୍ଡଳ ସଭାପତି ରୁକ୍ମଣ ଧୁରୁଆ, ପୂର୍ବତନ ମଣ୍ଡଳ ସଭାପତି ବବୁଲ ଦାଶ, ବିଜେପି କାର୍ଯ୍ୟକର୍ତ୍ତା ସୁଶୀଳ ପୁରୋହିତ, କ୍ରିଷ୍ଣା ମୁରାରି ସିଂହ, ନବୀନ ସିଂହ , ମହେଶ୍ୱର ନାୟକ,ରତନ ଜୟସ୍ୱାଲ, ସିଦ୍ଧାର୍ଥ ପାଟ୍ଟଯୋଶୀ,ଆଶିଷ କୁମାର ପଣ୍ଡା, ନବୀନ ସିଂହ,ସଚିନ ଦାଶ, ରବି ସୋନି, ଅମିତ୍ କୁମାର ପ୍ରମୁଖ କୈଳାସ କୁ ସହାୟତା ଦାବି ରେ ମହାପ୍ରବନ୍ଧକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଅନଶନରେ ବସିଥିଲେ । ଯାହା ଫଳରେ କୈଳାସ କୁ ମହାନଦୀ କୋଇଲା ଖଣି କର୍ତ୍ତୃପକ୍ଷ ମଙ୍ଗଳବାର ୫୦ ହଜାର ଟଙ୍କା ସହାୟତା ଦେବା ସହ ମାସକ ମଧ୍ୟରେ ଦୁଇଲକ୍ଷ ଟଙ୍କା ଓ କୈଳାସ ର କୃତ୍ରିମ ଗୋଡ ଲଗାଇବା ସାଙ୍ଗକୁ ପୁଅ ଝିଅ କୁ ମାଗଣାରେ ଶିକ୍ଷାଦାନ ଦେବାସହ ଭିନ୍ନକ୍ଷମ ଡ୍ରାଇଭର କୈଳାସ କୁ ଏକ ଘରୋଇ ସଂସ୍ଥା ରେ ଚାକିରି ଦେବାକୁ ଲିଖିତ ଆକାରରେ ସ୍ପଷ୍ଟୀକରଣ ଦେବାପରେ ଧାରଣା ରେ ବସିଥିବା ବିଜେପି କାର୍ଯ୍ୟକର୍ତ୍ତା ଓ ଡ଼୍ରାଇଭର ର ପରିବାର ମହାପ୍ରବନ୍ଧକ ଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଉଠିଥିଲେ ।
Comments
Post a Comment