ଜଳେଶ୍ୱର: ଆଗାମୀ ଅଗଷ୍ଟ ୫ ତାରିଖରେ ବହୁ ଚର୍ଚ୍ଚିତ ଅଯୋଦ୍ଧା ମାଟିରେ ପ୍ରତିଷ୍ଠା ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିରର ଶୀଳାନ୍ୟାସ ପାଇଁ ଆଜି ମଂଗଳାବାର ବାଲେଶ୍ୱର ଜିଲାର ଜଳେଶ୍ୱର ବଜ୍ରଂ ଦଳ ଆନୁକୂଲ୍ୟରେ ରାଜପୁରଶିଖରପୁର ନୌକାଘାଟ ନିକଟରୁ ସୁବର୍ଣ୍ଣରେଖା ନଦୀର ପବିତ୍ର ପାଣି ଓ ମୂର୍ତ୍ତିକା ସଂଗ୍ରହ କରାଯାଇଛି । ଡିଟିଡିସ୍ କୋରିଆର୍ ମାଧ୍ୟମରେ ଏହା ପଠାଯାଇଥିବା ବେଳେ ବଜ୍ରଂ ଦଳର ସଂଯୋଜକ ପବନ କୁମାର ସାହୁ, ସତ୍ୟବ୍ରତ କାସ୍ତା, ତପନ ବିଶ୍ୱାଳ, ସୁନିତ ରାଠି, ଅଜୟ ପାତ୍ର, ରାଜୀବ ଘୋଷ, ଅଜୟ ଦାସ, ଜଗନ୍ନାଥ ପରିଡା, ହରିଶଂକର ଗିରି, ଅରୁଣ ମହଲା, ମଦନ ପ୍ରଧାନ, ସରୋଜ ଭୂୟାଁ, କାଂଚନବାଳା ଗିରି, ଲତାଶ୍ରୀ ଗିରି, ଦୀପକ ଚୌରାସିଆ, ଜୟଶଂକର ବେହେରା, ରବିନ୍ଦ୍ର ନାଥ ପାତ୍ର, ସମୀର ପାତ୍ର, ସିର୍ଦ୍ଧାର୍ଥ ପାଳ, ଅନନ୍ତ ଦାସ ପ୍ରମୁଖ ସାମାଜିକ ଦୂରତା ରକ୍ଷା କରି ସାମିଲ ଥିଲେ ।
Comments
Post a Comment