ନୂତନ ଜାତୀୟ ଶିକ୍ଷାନୀତି -୨୦୨୦ ବିଦ୍ୟାଳୟ ଶିକ୍ଷା ସମ୍ବନ୍ଧୀୟ ଆଲୋଚନାଚକ୍ର



ମାଲକାନଗିରି, ୨୫ା୮ : ମାଲକାନଗିରି ସଙ୍କୁଳ ସ୍ତରିୟ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ବିଦ୍ୟାଳୟ ଶିକ୍ଷା ସମ୍ବନ୍ଧୀୟ ଏକ ଆଲୋଚନାଚକ୍ର ଅନ୍ ଲାଇନ୍ ଭିଡ଼ିଓ ମାଧ୍ୟମରେ ରବିବାର ପୂର୍ବାହ୍ନରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଭାରତୀ ଓ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନା ଅନୁସାରେ ମାଲକାନଗିରି ସଙ୍କୁଳ ତରଫରୁ ଆୟୋଜନ କରାଯାଇଥିଲା । କୋରକୁଣ୍ଡାର ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ଡଃ. ରଞ୍ଜନ କୁମାର ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ ବିଜୟାନନ୍ଦ ଦାଶ ଯୋଗଦେଇ ନୂତନ ଶିକ୍ଷାନୀତି ବିଷୟରେ ଆଲୋଚନା କରିଥିଲେ । ମାଲକାନଗିରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନୋରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଶିକ୍ଷକ ଅକ୍ଷୟ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଉପସ୍ଥିତ ଥିବା ୩୪ ଜଣ ଶିକ୍ଷାବିତ୍ ଏନେଇ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ ।


Comments