ଅଯୋଧ୍ୟା : ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟରେକୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ତଥା ରାଷ୍ଟ୍ରପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଯୋଧ୍ୟାରେଭବ୍ୟ ମନ୍ଦିର ନିର୍ମାଣର କାର୍ଯ୍ୟ ଆରମ୍ଭ ହୋଇଛି । ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭହେବା ପୂର୍ବରୁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଯାଇ ଭୂମିପୂଜନରେ ସାମିଲ ହୋଇଥିଲେ । ଏହାପରେ ଶୁଭମୁହୂର୍ତ୍ତ ଦେଖି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରରନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ତେଣେ ନିଜର ପରମ ଆରାଧ୍ୟ ପ୍ରଭୁ ଶ୍ରୀରାମଙ୍କଭବ୍ୟ ମନ୍ଦିରର ନିର୍ମାଣ ଲାଗି ଦେଶ ବିଦେଶରୁ ଦାନର ସୁଅ ଛୁଟିବାରେ ଲାଗିଛି । ଭୂମିପୂଜନ ପୂର୍ବରୁ ମଧ୍ୟ ଭକ୍ତଙ୍କ ଦ୍ୱାରାମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଏବଂ ମହାସଚିବଙ୍କ ପାଖକୁ ସହଯୋଗ ରାଶି ମିଳିବା ଆରମ୍ଭହୋଇଥିଲା । ଏବେ ସୁଦ୍ଧା ମନ୍ଦିର ଟ୍ରଷ୍ଟକୁ ପାଖାପାଖି ୫୦ କୋଟି ଟଙ୍କା ଓ ଅନେକଟନ ସୁନା, ରୁପା ଦାନରେ ମିଳିସାରିଛି ।ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ, ମନ୍ଦିର ର୍ନିମାଣ ପାଇଁ ଗତ ୨ ମାସ ହେଲା ଟ୍ରଷ୍ଟ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ପାଖକୁ ଆସୁଥିବା ରମଭକ୍ତ କିଛି ନା କିଛି ଦାନ କରୁଛନ୍ତିଅଧିକାଂଶ ଲୋକ ରୁପା ଦାନ କରୁଛନ୍ତି । ଦିବଂଗତ ବଜରଙ୍ଗ ଦାସ ମନ୍ଦିର ର୍ନିମାଣ ପାଇଁ ୪୦ କିଲୋ ରୁପା ଇଟା ଦାନ କରିଥିଲେ । ନିକଟରେ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏକ ଭିଡିଓ ମେସେଜଜାରି କରି କହିଥିଲେ ଯେ ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଜନ୍ମଭୂମିରେ ଭବ୍ୟ ଓ ଦିବ୍ୟ ମନ୍ଦିର ର୍ନିମାଣ କାର୍ଯ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିପୂଜନ ପରେ ଆରମ୍ଭ ହୋଇଛି । ଚମ୍ପତ ରାୟ କହିଛନ୍ତି ଭକ୍ତ ନିଜ ଦାନ ସିଧାସଳଖ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଆକାଉଣ୍ଟକୁ ଟ୍ରାନ୍ସଫରକରିପାରିବେ । ଟ୍ରାନ୍ସଫରର ସମସ୍ତ ଡିଟେଲ ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅଧିକୃତ ଟ୍ୱିଟର ହ୍ୟାଣ୍ଡଲରେ ଉପଲବ୍ଧ ।

Comments
Post a Comment