ବଙ୍ଗୋମୁଣ୍ଡା: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ର ଜଣେ ଛାତ୍ରୀ ଇଂଲଣ୍ଡ ଓକ୍ସପୋର୍ଡ ୟୁନିଭରସିଟି ରେ ସିଟ ପାଇଛନ୍ତି । ଇଂଲଣ୍ଡ ର ଓକ୍ସପୋର୍ଡ ୟୁନିଭରସିଟି ରେ ୫୪ ଗୋଟି ସିଟ ଥିବା ବେଳେ ଭାରତ ରୁ ଜଣେ ମାତ୍ର ଇତିହାସ ପିଏଚ୍ଡି ପାଇଲେ ବଙ୍ଗୋମୁଣ୍ଡା ର ଶୀତଲ ଜୈନ । ବଙ୍ଗୋମୁଣ୍ଡା ବ୍ଲକ ସଦର ର ଜୟପ୍ରକାଶ ଜୈନ ଓ କାନ୍ତାଦେବୀ ଜୈନ ଙ୍କ ଝିଅ ଶୀତଲ ଜୈନ । ବର୍ତ୍ତମାନ ଶୀତଲ ସହ ପରିବାର ଲୋକେ ଖୁସି ର ସହ ଅଛନ୍ତି । ଭାରତ ର ଜଣେ ମାତ୍ର ଛାତ୍ରୀ ଏହି ସୁଯୋଗ ପାଇଛନ୍ତି । ସେ ଦୈନିକ ୧୦ ଘଣ୍ଟା ରୁ ଅଧିକ ପରିଶ୍ରମ କରୁଥିବା ସେ ପ୍ରମେୟ କୁ କହିଛନ୍ତି । ସେ ସେପ୍ଟେମ୍ବର ୨୦୧୯ ମସିହାରୁ ଆବେଦନ କରିଥିଲେ ତାହାର ଫାଇନାଲ ରିପୋର୍ଟ ଆସିଥିବାରୁ ଆଜି ଘରେ ଶୁଭେଚ୍ଛାର ସୁଅ ଛୁଟୁଛି । ବଙ୍ଗୋମୁଣ୍ଡା ବ୍ଲକ ହେଉଛି ଦାଦନ ପ୍ରବଣ ଅଂଚଳ ରେ ଏହି ଭଲି ଜଣେ ଛାତ୍ରୀ ଇଂଲଣ୍ଡ ରେ ନିଜ ର ସୁଯୋଗ ପାଇଥିବାରୁ ବିଭିନ୍ନ ମହଳରେ ଶୁଭେଚ୍ଛା ର ସୁଅ ଛୁଟୁଛି ।
Comments
Post a Comment