ସିପିଏମ୍ କର୍ମୀ ଦଳିତ ମହିଳାଙ୍କୁ ପିଟି ପିଟି ମାରିଦେଲେ
ଅଗରତଲା, ୨୪/୨: ତ୍ରିପୁରା ବିଧାନସଭା ନିର୍ବାଚନରେ ଜଣେ ମହିଳା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବା ତାଙ୍କ ପାଇଁ କାଳ ହୋଇଛି । ଏହି ଆଦବାସୀ ମହିଳାଙ୍କୁ ଶାଶୁଘର ଲୋକେ ହତ୍ୟା କରିଛନ୍ତି । ପଥର ଓ ଠେଙ୍ଗାମାଡ଼ରେ ମହିଳାଙ୍କ ମୃତ୍ୟୁ ଘଟିଥିବା ପୋଲିସ୍ କହିଛି । ମୃତ ମହିଳାଙ୍କ ସ୍ୱାମୀ ଓ ଅନ୍ୟ ୩ ଜଣ ସଦସ୍ୟଙ୍କ ବିରୁଦ୍ଧରେ ଥାନାରେ ଏତଲା ଦାୟର ହୋଇଛି । ତାଙ୍କ ସ୍ୱାମୀ ଓ ପରିବାରର ସଦସ୍ୟମାନେ ସିପିଏମ୍ର ସମର୍ଥକ । ସିପିଏମ୍ ପରିବର୍ତେ ବିଜେପିକୁ ଭୋଟ ଦେଇଥିବାରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି । ଗତ ୧୮ ତାରିଖରେ ତ୍ରିପୁରା ବିଧାନସଭାର ୬୦ରୁ ୫୯ଟି ସିଟ୍ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା । ଆସନ୍ତା ମାର୍ଚ୍ଚ ୩୦ରେ ଏଠାରେ ଫଳ ପ୍ରକାଶ ପାଇବ ।

Comments
Post a Comment