ଫଗୁ ଦଶମୀ

ଫଗୁ ଦଶମୀ
ଦୋଳଯାତ୍ରାର ପ୍ରଥମ ଦିନକୁ ଫଗୁ ଦଶମୀ କୁହାଯାଇଥାଏ  । ଏହା ଫାଲଗୁନ୍ ମାସ ଶୁକ୍ଳପକ୍ଷ ଦଶମୀ ଦିନରେ ପାଳିତ
ହୁଏ  । ଚଳିତ ୨୫ତାରିଖ ରବିବାରରେ ଏହି ଶୁଭ ଅବସର ପଡ଼ୁଛି  । ଆମ ରାଜ୍ୟରେ ଏହି ଦିନ ଠାରୁ ୫ ଦିନିଆ ଦୋଳ ଉତ୍ସବ ଆରମ୍ଭ ହୋଇଥାଏ  । ଦେବୀ ରାଧା ଓ ଭଗବାନ କୃଷ୍ଣଙ୍କ ମୂକୁ ଆଣି ବିମାନରେ ବସାଯାଇଥାଏ  ।ବସନ୍ତ ଉତ୍ସବର ଅଂଶବିଶେଷ ସ୍ୱରୂପ ଏହି ଦିନ ଠାରୁ ପରମ୍ପରା ମୁତାବକ ଦୋଳ ମେଲଣ ଆରମ୍ଭ ହୋଇଥାଏ  । ଦୁଇ ପ୍ରତିମାକୁ ରଙ୍ଗ ଓ ଅଭିର ବୋଳି ପୂଜା କରାଯାଇଥାଏ  । ଏହି ଦିନ ଠାରୁ ରାଧାକୃଷ୍ଣ ମନ୍ଦିର ଗୁଡ଼ିକ ଚଳଚଞ୍ଚଳ ହୋଇଉଠେ  । ଭଗବାନ ବିଷ୍ଣୁଙ୍କ ଅବତାର ସ୍ୱୟଂ ଜଗନ୍ନାଥଙ୍କ ଅନ୍ୟ ନାମ ହେଉଛି ଗୋବିନ୍ଦ  । ଫଗୁ ଦଶମୀ ତିଥିରୁ ସାଧାରଣତଃ ଗୋବିନ୍ଦଙ୍କର ଯାତ୍ରା ଏବଂ ଗ୍ରାମ ପରିକ୍ରମା ଆରମ୍ଭ ହୋଇଥାଏ  । ଫଗୁ ଦଶମୀ ପରଠାରୁ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଚାଚେରୀ ଲୀଳା ଆରମ୍ଭ ହୋଇଥାଏ  । ଫଗୁ ଦଶମୀ ଦିନ ଦୋଳବିମାନରେ ମଦନମୋହନ ଓ ଲକ୍ଷ୍ମୀ, ସରସ୍ୱତୀ ଦୋଳବେଦୀକୁ ବିଜେ
କରିଥାନ୍ତି  । ଏମାନେ ପାଲିଙ୍କିରେ ବସି ପ୍ରତି ସନ୍ଧ୍ୟାରେ ଶ୍ରୀଜଗନ୍ନାଥ ବଲ୍ଳଭଙ୍କ ଉଦ୍ୟାନକୁ ଚାଚେରୀ ଖେଳିବାକୁ ଯାଆନ୍ତି  । ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରି ଦୋଳବେଦୀରେ ପହଞ୍ôଚବା ପରେ ଫଗୁ ଲଗି ହୋଇଥାଏ  । ସେଠାରେ ସୁବାସିତ ପୁଷ୍ପ ଓ ଲାଲ୍ ବେଶରେ ପୂଜାର୍ଚ୍ଚନା ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ି ଆସନ୍ତି  । 

Comments