ରାଷ୍ଟ୍ରପତିଙ୍କୁ ମୁସଲିମନେତାଙ୍କ ବିରୋଧ

ରାଷ୍ଟ୍ରପତିଙ୍କୁ ମୁସଲିମନେତାଙ୍କ ବିରୋଧ
ଲକ୍ଷେ୍ନø, ୨୪/୨  : ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟର ୬୫ତମ ବାର୍ଷିକ ସମାବର୍ତନ ଉତ୍ସବ ଆସନ୍ତା ୭ରେ ପାଳିତ ହେବ  । ଏଥିପାଇଁ ରାଷ୍ଟ୍ରପତିଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଛି  । କିନ୍ତୁ ଏଥିପୂର୍ବରୁ ଏହି ବିଶ୍ୱବିଦ୍ୟାଳୟର
ଛାତ୍ରସଂଘର ସମ୍ପାଦକ ମହମ୍ମଦ ଫହାଦ୍ ବିବାଦୀୟ ମନ୍ତବ୍ୟ ଦେଇ କହିଛନ୍ତି ଯେ, ବିଜେପି (ସଂଘୀ)ନେତାମାନଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ପୂରାଇ ଦିଆଯିବ ନାହିଁ  ।  ୨୦୧୦ରେ ଏବେ ରାଷ୍ଟ୍ରପତି ଥିବା ରାମନାଥ କୋବିଦ କହିଥିଲେ ଯେ, ମୁସଲିମ୍ ଓ ଖ୍ରୀଷ୍ଟିୟାନମାନେ ଆମ ଦେଶ ପାଇଁ ଏଲିଆନ୍  । ଏହାକୁ ଆମେ ଆଜି ପର୍ଯ୍ୟନ୍ତ ଭୁଲି ନାହୁଁ  । ଏହି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ତାରିକ ମନସୁରଙ୍କ ବିରୁଦ୍ଧରେ ସିବିଆଇ ବିଭିନ୍ନ ଅନିୟମିତତା ନେଇ ମାମଲା ଦାଏର କରିବା ସହ ତଦନ୍ତ ଆରମ୍ଭ କରିଛି  । ସେ ଚଂଚକତାପୂର୍ବକ ଅନେକ ଲୋକଙ୍କୁ ଏଠାରେ ନିଯୁିକ୍ତି ଦେଇଥିବା କୁହାଯାଉଛି  । ତେଣୁ ସେ ଛାତ୍ରସଂଘକୁ ଉସୁକାଇ ଏଭଳି ବିବାଦ ସୃଷ୍ଟି କରୁଥିବା ଅନୁମାନ କରାଯାଉଛି  । ବିବାଦ ଯୋଗୁଁ ଏହି ବିଶ୍ୱବିଦ୍ୟାଳୟକୁ କୌଣସି ରାଷ୍ଟ୍ରପତି ଗତ ୩୨ ବର୍ଷ ମଧ୍ୟରେ ବାର୍ଷିକ ଉତ୍ସବକୁ ଆସିନାହନ୍ତି  । ୧୯୫୧ରେ ରାଜେନ୍ଦ୍ର ପ୍ରସାଦ, ୧୯୬୬ରେ ରାଧାକ୍ରୀଷ୍ଣନ୍, ୧୯୭୬ରେ ଫକରୁଦ୍ଦିନ ଅଲ୍ଲୀ ଅହମ୍ମଦ ଓ ୧୯୮୬ରେ ଜ୍ଞାନୀ ଜୈଲସିଂହ ଏଠାକୁ ମୁଖ୍ୟ ଅତିଥି ରୂପେ ଆସିଥିଲେ  ।

Comments