ମେଘାଳୟର ମୋଷ୍ଟ ୱାଂଟେଡ୍ ଆତଙ୍କବାଦୀକୁ ଏନ୍କାଉଂଟର

ମେଘାଳୟର ମୋଷ୍ଟ ୱାଂଟେଡ୍ ଆତଙ୍କବାଦୀକୁ ଏନ୍କାଉଂଟର
ସିଲଂ, ୨୪/୨  : ଏନସିପି ନେତା ଜୋନାଥନ୍ ସାଙ୍ଗମାଙ୍କ ହତ୍ୟା ପରେ ମେଘାଳୟର ଗାରୋ ହିଲ୍ସ ଅଂଚଳରେ ସୁରକ୍ଷାକର୍ମୀମାନେ କୁମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ  । ଏହି ଅପରେସନ୍ ସମୟରେ ଗାରୋ ନ୍ୟାସନାଲ୍ ଲିବରେସନର୍୍ ଆର୍ମିର ମୁଖ୍ୟ ତଥା ମେଘାଳୟର ମୋଷ୍ଟ ୱାଣ୍ଡେଡ୍ ଆତଙ୍କବାଦୀ ସୋହନ୍ ଶୀରା ପ୍ରାଣ ହରାଇଛି । ଏନକାଉଂଟର ସମୟରେ ପୂର୍ବ ଗାରୋ ହିଲ୍ସ ର ଡୋବୁ ଅଂଚଳରେ ଥିବା ଆଚାକପେକ ଗ୍ରାମରେ ତାକୁ ଶନିବାର ପୂର୍ବାହ୍ଣ ପ୍ରାୟ ୧୧.୫୦ରେ ହତ୍ୟା କରାଯାଇଥିବା କୁହାଯାଇଛି  । ତା’ର ମୁଣ୍ଡ ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା  । ଗାରୋହିଲ୍ସ ପୋଲିସ ଏବଂ ମେଘାଳୟ ସ୍ପେଶ।।ଲ ଫୋର୍ସ ୧୦ର ଜବାନମାନେ ମିଳିତ କୁମ୍ବିଂ ଅପରେସନ୍ ସମୟରେ ତାକୁ ହତ୍ୟା କରିଛନ୍ତି  । ଆସନ୍ତା ୨୭ ତାରିଖରେ ମେଘାଳୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ  । ଏଥିପୂର୍ବରୁ ଏନ୍ସିପି ପ୍ରାର୍ଥୀ
ଜୋନାଥନ୍ ସାଙ୍ଗମା ଙ୍କୁ ଗତ ୧୮ ତାରିଖରେ ଗାରୋ ନ୍ୟାସନାଲ୍ ଲିବରେସନର୍୍ ଆର୍ମିର ଆତଙ୍କବାଦୀମାନେ ହତ୍ୟା କରିଥିବା ଜଣାପଡ଼ଇଥିଲା  । ଏହି ସଂଗଠନ ଲୋକଙ୍କୁ ନିର୍ବାଚନ ବର୍ଜନ କରିବାକୁ ତାଗିଦ କରିଆସୁଛି  ।

Comments