ଭାରତୀୟ ଇତିହାସ ସଂକଳନ ସମିତି ଆନୁକୁଲ୍ୟରେ ପାଇକ ବିଦ୍ରୋହ ସୃତି ଚିହ୍ନ ଦର୍ଶନ
ପାଇକ ବିଦ୍ରୋହର ୨୦୦ବର୍ଷ ପୁର୍ତ୍ତି ଉପଲକ୍ଷେ ଖୋର୍ଦ୍ଧା ତା ୧୮/୦୨/୨୯୧୮ ରିଖ ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୨୫ ଜଣ ଐତିହାସିକ ପାଇକ ବିଦ୍ରୋହ ସହ ଜଡିତ ଖୋର୍ଦ୍ଧା ଓ ବାଣପୁରର ବିଭିନ୍ନ ସୃତି ସ୍ଥାନ ଦର୍ଶନ ଓ ଅନୁଧ୍ୟାନ କରିଥିଲେ । ଐତିହାସିକ ମାନେ ଭାରତୀୟ ଇତିହାସ ସଂକଳନ ଯୋଜନାର କ୍ଷେତ୍ରୀୟ ସଂଗଠନ ସଚିବ ଶ୍ରୀ କମଳେଶ ଦାଶଙ୍କ ମାର୍ଗ ଦର୍ଶନରେ ଏହି ଯୋଜନା ପ୍ରସ୍ତୁତ କରିଥିଲେ । ପ୍ରାକ୍ ପ୍ରସ୍ତୁତିରେ ଖୋର୍ଦ୍ଧା ଓ ବାଣପୁର ଅଞ୍ଚଳ ସହ ଓତଃପ୍ରୋତ ଜଡିତ ଶ୍ରୀ ମିହିର ବିଧାର ଐତିହାସିକ ପୀଠ ମାନଙ୍କର ଏକ ବିସ୍ତୃତ ଚିଠା ପ୍ରସ୍ତୁତ କରିଥିଲେ । ଖୋର୍ଦ୍ଧା ଅଞ୍ଚଳର ବରିଷ୍ଠ ନାଗରିକ ଓଡ଼ିଶା ଇତିହାସର ଗଭୀର ଅଧ୍ୟେତା ସତ୍ୟବାଦୀ ବଳିୟାରସିଂହ ବିଭିନ୍ନ ସ୍ଥାନରେ ପାଇକ ବିଦ୍ରୋହ ଇତିହାସ ଉପରେ ଗଭୀର ଆଲୋକପାତ କରିଥିଲେ ।ପାଇକ ବିଦ୍ରୋହର ସୂତ୍ରପାତ ହୋଇଥିବା ବାଣପୁର ଅଞ୍ଚଳର ଭାଟପଡା ଗ୍ରାମର ଦଳବେହେରା ପରିବାରର ବର୍ତ୍ତମାନ ଦାୟଦ ଶ୍ରୀଯୁକ୍ତ ରାଜା ସାହେବ ମାନବେନ୍ଦ୍ର ମହାରଥଙ୍କୁ ତାଙ୍କ ବାସ ଭବନରେ ଐତିହାସିକମାନେ ସାକ୍ଷାତ କରି ପାଇକ ବିଦ୍ରୋହ ସମ୍ବନ୍ଧରେ ଅନେକ ତଥ୍ୟ ସଂଗ୍ରହ କରିଥିଲେ ।
ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ଭାରତ ସରକାର ମାନ୍ୟତା ଦେବାକୁ ଯାଉଥିବା ଅବସରରେ ପାଇକ ବିଦ୍ରୋହ ସହ ଜଡିତ ବିଭିନ୍ନ ସ୍ଥାନ ସରକାରୀ ଉଦାସୀନତାର ଶୀକାର ହୋଇ ଆଦି ପରିତ୍ୟକ୍ତ ସ୍ଥାନ ରୂପେ ପଡି ରହିଥରବା ଅନୁଭବ କଲେ । ଭାରତର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧାର ଅବହେଳିତ ଦୃଶ୍ୟ ଐତିହାସିକ ମାନଙ୍କୁ ଗଭୀର ଆଘାତ ପ୍ରଦାନ କରିଥିଲା । ଅତୀତର ସ୍ୱାଭିମାନୀ ଓଡିଆ ଜାତିର ପାଇକ ବିଦ୍ରୋହର ଶୌର୍ଯ୍ୟ,ବୀର୍ଯ୍ୟର ଐତିହାସିକ ସରକାରୀ ଉଦାସୀନତାର ବିସ୍କତ ନହେବା ପାଇଁ ସରକାର ଯତ୍ନବାନ ହେବାପାଇଁ ଐତିହାସିକ ମାନେ ମତ ପୋଷଣ କରିଥିଲେ ଉକ୍ତ କାର୍ଯ୍ୟକ୍ରମକୁ ପ୍ରାନ୍ତ ପ୍ରକଳ୍ପ ପ୍ରମୁଖ ଶ୍ରୀଯୁକ୍ତ ଗଣେଶ୍ୱର ପରିଡ଼ା ସଂଯୋଜନା କରିଥିଲେ ।
Comments
Post a Comment