ପୁରୀ, ୧୮ ।୩ : ପୁରୀର ଅଗ୍ରଣି ଅନୁଷ୍ଠାନ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରର ସମିତି ତରଫରୁ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ରାଷ୍ଟ୍ରୀୟ ନବବର୍ଷ ମହାସାରୋହରେ ପାଳିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ବୈଦ୍ୟନାଥ ମହାସୁଆର ଅଧ୍ୟକ୍ଷତା କରିଥିବା ବେଳେ ଉପଜିଲ୍ଲାପାଳ ମଧୁସୂଦନ ଦାସ, ସ୍ୱାମୀ ସୋମେଶ୍ୱର ନନ୍ଦ ଓ ଅନ୍ୟ ବିଶିଷ୍ଠ ବ୍ୟକ୍ତି ମାନେ ଯୋଗଦେଇ ପାଶ୍ଚାତ୍ୟ ସଂସ୍କୃତି ଯୁବ ସମାଜକୁ ପଥଭ୍ରଷ୍ଟ କରୁଥିବାବେଳେ ଆମର ପରଂପରାକୁ ବଜାୟ ରଖିବାକୁ ସମସ୍ତଙ୍କ ଚେଷ୍ଟା ଓ ସଚେତନତା ଜରୁରୀ ବୋଲି କହିଥିଲେ ଓ ରାଷ୍ଟ୍ରୀୟ ନବବର୍ଷରେ ବ୍ରହ୍ମାଙ୍କ ଦ୍ୱାରା କାଳ ଗଣନା ଓ ଯୁଗାଦ୍ଦ ଆରମ୍ଭ ହୋଇଥିଲା । ଏହି ଦିନ ଦେବୀ ଦୂର୍ଗାଙ୍କ ନବଦିନ ପତ୍ରିକା ପୂଜା ଆରମ୍ଭ ହୋଇଥିଲାବେଳେ ଭଗବାନ ରାମଚନ୍ଦ୍ର ଓ ଯୁଧିଷ୍ଠିରଙ୍କ ରାଜାଭିଷେକ ହୋଇଥିବା ପରିପ୍ରେକ୍ଷୀରେ ଏହି ଦିନରେ ରାଷ୍ଟ୍ରୀୟ ନବବର୍ଷ ପାଳନ କରାଯାଉଥିବା ଜଣାପଡିଛି । ଏଥିରେ ସୁନ୍ଦରାକାଣ୍ଡ ପରିବେଷଣ କରାଯାଇଥିଲା । ସହତ୍ସାଧିକ ଦର୍ଶକ ଓ ଅନ୍ୟମାନେ ଉପସ୍ଥିତଥିଲେ ।
Comments
Post a Comment