ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ

ମାଲକାନଗିରି, ୧୯ ।୩  : ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଏସପିଙ୍କ ନିକଟରେ କୋରାପୁଟ -ଜବପୁର-ମାଲକାନଗିରି ଅଧୀନରେ ଦୀର୍ଘ ୧୫ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ମାଓ ସଂଗଠନରେ କାମ କରୁଥିବା ମାଓନେତ୍ରୀ ସାଧନା ଆତ୍ମ ସର୍ମପଣ କରିଛି  । ତା ନାମରେ ୪ ଲକ୍ଷ ଟଙ୍କା ପୁରସ୍କାର ଆନ୍ଧ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା  । ମାଓବାସୀଙ୍କ ନିଜ ନୀତି ଓ ଆଦର୍ଶରୁ ବିଚ୍ୟୁତ ହୋଇ ଶୋଷଣ, ନିର୍ଯାତନା ଓ ହିଂସାତ୍ମକ ଭିଆଉଥିବାରୁ ସେ ଦଳ ଛାଡିଥିବା ପ୍ରକାଶ କରିଥିଲେ  । ସାଧନା ନାମରେ କୋରାପୁଟ ଅସ୍ତ୍ରାଗାର ଲୁଟ, ଦାମନଯୋଗଡି ଆନ୍ଧ୍ର ମାଲପାର୍ସଲରେ ଗାଡି ଲ୍ୟାଣ୍ଡମାଇନ ଗାଡି ବିସ୍ଫୋରଣ ପରି ଏକାଧିକ ମାଓ ମାମଲା ରହିଥିବା ଜଣାପଡିଛି  ।

Comments