କଟକ, ୧୮/୩ : ଚୈତ୍ର ଶୁକ୍ଳ ପ୍ରତିପଦ ହିଁ
ପ୍ରକୃତ ନୂଆବର୍ଷ । ରାଷ୍ଟ୍ରୀୟ ନବବର୍ଷ ଭାବେ ଏହା ସାରା
ଭାରତରେ ଜନାଦୃତ ହେଲାଣି । ଏହି ସମୟରେ ଗ୍ରହ
ଚଳନରେ ପରିବର୍ତ୍ତନ ସହିତ ପ୍ରକୃତିରେ ବସନ୍ତ ଋତୁ
ଓ ପ୍ରାଣୀମାନଙ୍କ ମଧ୍ୟରେ ସକ୍ରିୟତା ଦେଖା ଦେଇଥାଏ ।
ଭାରତୀୟ କାଳଗଣନା ଦୃଷ୍ଟିରୁ ଏହି ଦିନ ବ୍ରହ୍ମାଙ୍କ ଦ୍ୱାରା
ସୃଷ୍ଟି ସର୍ଜନା ହୋଇଥିଲା ଏବଂ ପ୍ରଭୁ ଶ୍ରୀରାମଙ୍କର
ରାଜ୍ୟାଭିଷେକ, ଯୁଧିଷ୍ଠିରଙ୍କର ସିଂହାସନାରୋହଣ,
ଯୁଗାବ୍ଦ, ଶକାବ୍ଦ ଓ ବିକ୍ରମ ସମ୍ବତ୍ ଏହି ଦିନଠାରୁ ପ୍ରଚଳିତ
ହୋଇଛି । ତେଣୁ ବୈଜ୍ଞାନିକ, ପୌରାଣିକ ଓ ଐତିହାସିକ
ଦୃଷ୍ଟିକୋଣରୁ ଚୈତ୍ରଶୁକ୍ଳ ପ୍ରତିପଦ ହିଁ ରାଷ୍ଟ୍ରୀୟ ନବବର୍ଷ
। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦ୍ୱାରା ସହିଦ ପାର୍କ,
କଟକ ଠାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ
ଯୋଗ ଦେଇ ସଂଘର ଓଡ଼ିଶା ପୂର୍ବପ୍ରାନ୍ତ ପ୍ରଚାରକ ବିପିନ
ପ୍ରସାଦ ନନ୍ଦ ଏହା ପ୍ରତିପାଦିତ କରିଥିଲେ । ମୁଖ୍ୟ
ଅତିଥି ଡ଼କ୍ଟର ବିଜୟ ଭୂଷଣ ଆଚାର୍ଯ୍ୟ ପ୍ରାଚୀନ ଭାରତର
ବୈଜ୍ଞାନିକ ପରମ୍ପରା ଓ ବିଶ୍ୱକୁ ଅବଦାନ "ଶୂନ' ଉପରେ
ଆଲୋକପାତ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ
ସଂଘର କଟକ ନଗର କାର୍ଯ୍ୟବାହ ବିପିନ ବିହାରୀ ରାଉତ
ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ସ୍ୱୟଂସେବକମାନେ
ସୂର୍ଯ୍ୟନମସ୍କାର ଓ ଯୋଗାସନ ପ୍ରଦର୍ଶନ କରିଥିଲେ ।
ନବବର୍ଷ ଉପଲକ୍ଷେ ନଗର ସାରା ତୋରଣ ଓ ଗୈରିକ
ପତାକା ସଜା ହୋଇଥିଲା । ମହାନଦୀ ଉପନଗର
କାର୍ଯ୍ୟବାହ କୃଷ୍ଣଚନ୍ଦ୍ର ସାହୁ, ଶାରୀରିକ ପ୍ରମୁଖ ଗୁଣମଣି
ପ୍ରଧାନ ଓ ବସତି ପ୍ରମୁଖ ବିଭୁତି ଭୂଷଣ ମହାପାତ୍ର
କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଂଘ ତରଫରୁ
ଚାଉଳିଆଗଂଜ ଖେଳ ପଡ଼ିଆ, ଖାନନଗର ପାର୍କ,
ଭକ୍ତମଧୁ ବିଦ୍ୟାପୀଠ, ଦି ଲ' କଲେଜ ଏବଂ
ମର୍କତନଗର ସେକ୍ଟର-୯ ଶିଶୁମନ୍ଦିର ପଡ଼ିଆରେ
ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଥିଲା । ଏହିସବୁ
ଉତ୍ସବରେ ମାନସ ମହାନ୍ତି, ସରୋଜ ପାଇଟାଲ, କୁଳମଣି
ପ୍ରଧାନ, ତପନ କର ଏବଂ ଜଗବନ୍ଧୁ ମିଶ୍ର ଆଦି ଭାଷଣ
ଦେଇ ଚୈତ୍ର ଶୁକ୍ଳ ପ୍ରତିପଦା ର ମହତ୍ୱ ପ୍ରତିପାଦନ
କରିଥିଲେ

Comments
Post a Comment