ନବବର୍ଷ ଉପଲକ୍ଷେ ଭାଗଲପୁରରେ ଶୋଭାଯାତ୍ରା ସମୟରେ କୌଣସି ହିଂସାକାଣ୍ଡ ହୋଇ ନାହିଁ



ନବବର୍ଷ ଆୟୋଜନ ସମିତିର ଅଧ୍ୟକ୍ଷ ଅଜିତ ଶ୍ୱାସତ ଚୌବେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରି କହିଛନ୍ତି ଯେ,ନବବର୍ଷ ଉପଲକ୍ଷେ ଭାଗଲପୁରରେ ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ଏହି ସମୟରେ କୌଣସି ହିଂସାକାଣ୍ଡ ସୃଷ୍ଟି ହୋଇ ନାହିଁ । ପ୍ରଶାସନ ନିଜର ଅକର୍ମଣ୍ୟତାକୁ ଲୁଚାଇବାକୁ ଯାଇ ଗଣ ମାଧ୍ୟମ ଆଗରେ ମିଛ ଘଟଣା ବର୍ଣ୍ଣନା କରିଛନ୍ତି ଓ ଭୁଲ ଏଫେଆଇଆର ଦର୍ଜ କରିଛନ୍ତି । ଭାଗଲପୁରରେ ପ୍ରତିବର୍ଷ ଭାରତୀୟ ନବବର୍ଷ ଉପଲକ୍ଷେ ଶୋଭାଯାତ୍ରା ଅନୁଷ୍ଠିତ ହୁଏ । ଚଳିତ ବର୍ଷ ମାର୍ଚ୍ଚ ୧୭ ଓ ୧୮ ତାରିଖରେ ନବବର୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନବବର୍ଷ ଆୟୋଜନ ସମିତି ଦ୍ୱାରା ୧୭ ତାରିଖ ଅପରାହ୍ନ ୨.୩୦ ମିନିଟ ସମୟରୁ ଭବ୍ୟ ଶୋଭାଯାତ୍ରା ଆରମ୍ଭ ହୋଇ ୫.୪୦ରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଁଚିଥିଲା । ଏହି ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଥିଲା । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଫେସବୁକ୍ରେ ମଧ୍ୟ ଏହାର ସିଧା ପ୍ରସାରଣ ହୋଇଛି । ଶୋଭାଯାତ୍ରା ଶେଷ ହେବାର କିଛି ସମୟ ପରେ ଖବର ମିଳିଲା ଯେ ନାଥନଗର ଠାରେ ଦୁଇ ଗୋଷ୍ଟି ମଧ୍ୟରେ ଝଗଡା ହୋଇଛି । ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ନେବା ଏବଂ ଆପତିଜନକ ସ୍ଲୋଗାନ ଦେବା ମିଥ୍ୟା ଅଟେ । ଶୋଭାଯାତ୍ରା ପାଇଁ ଆଗରୁ ଅନୁମତି ମିଳି ସାରିଥିଲା । ପଥ ମଧ୍ୟରେ ସମସ୍ତ ଥାନା ଦ୍ୱାରା ସୁରକ୍ଷାର ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା । ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି ହୋଇଛି । ନାଥନଗର ଥାନା ଇନ୍ଚାର୍ଡ, ଟାଉନ୍ ଏସ୍ପି  ସମେତ ପ୍ରମୁଖ ପୋଲିସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଗଲେ ଘଟଣାର ନିରପେକ୍ଷ ତଦନ୍ତ ହୋଇ ପାରିବ ବୋଲି ସେ ଦାବି କରିଛନ୍ତି 

Comments