ବାରିପଦା : ସ୍ଥାନୀୟ ତୁଳସୀ ଚଉରା ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ସାନ୍ତାଳ ସମାଜର ମାଝୀହାଲାମ (ଗ୍ରାମ
ମୁଖିଆ) ଓ ନାଇକେ (ପୂଜାରୀ) ମାନଙ୍କର ଦ୍ୱିଦିବସୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ
ଆସିଥିବା ମାଝୀହାଲାମ, ନାଇକେ ଓ ସାନ୍ତାଳି ସମାଜର ପ୍ରମୁଖ ସାମାଜିକ କର୍ମକର୍ତାମାନେ ଉକ୍ତ ସମ୍ମିଳନୀରେ ଉପସ୍ଥିତ ରହି ସାନ୍ତାଳ ସମାଜର ସଂସ୍କୃତି, ପରମ୍ପରା, ଇତିହାସ, ଲୋକକଳା, ଲୋକନୃତ୍ୟ ଓ ଭାଷାର ସୁରକ୍ଷା ପାଇଁ ଆଲୋଚନା କରିଥିଲେ । ଏଥô୍ସହିତ ନିଶା ନିବାରଣ, ଅନ୍ଧବିଶ୍ୱାସ, ଶିକ୍ଷାର ପ୍ରସାର, ସ୍ୱାସ୍ଥ୍ୟ, ବାଲ୍ୟବିବାହ, ଡ଼ାହାଣୀ ଓ ନକଲି ତାନ୍ତ୍ରିକମାନଙ୍କ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବେଆଇନ ଧର୍ମାନ୍ତରୀକରଣକୁ ଉକ୍ତ ସମ୍ମିଳନୀରେ ପ୍ରବଳ ବିରୋଧ କରାଯାଇଥିଲା । ସାନ୍ତାଳ ସମାଜରେ କାର୍ଯ୍ୟରତ ସମସ୍ତ ଛାତ୍ର ସଙ୍ଗଠନ, ଯୁବ ସଙ୍ଗଠନ, ମହିଳା ସଙ୍ଗଠନ, ବୁଦ୍ଧିଜୀବୀ ଓ ଧାର୍ମିକ ସଙ୍ଗଠନର ସହାୟତାରେ ଧର୍ମାନ୍ତରଣକୁ ବନ୍ଦ କରିବା ପାଇଁ ବକ୍ତାମାନେ ଗୁରୁତ୍ୱ ଦେଇଥିଲେ । ସାନ୍ତାଳ ଜନଜାତି ପରିଯୋଜନା ପ୍ରମୁଖ ଭଗତ ହାଁସଦାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ବନବାସୀ କଲ୍ୟାଣ ଆଶ୍ରମର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼. ଚନ୍ଦନ ମୁର୍ମୁ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ଗଙ୍ଗାଧର ହାଁସଦା, ଅବସର ପ୍ରାପ୍ତ ବରିଷ୍ଠ କୃଷି ଅଧିକାରୀ ଭରତ ହାଁସଦା, ପୂର୍ବତନ ରାଜ୍ୟସଭା ସଦସ୍ୟ ଭାଗିରଥି ମାଝୀ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ଗୋବିନ୍ଦ ମାଝୀ, ବାବା ବନମାଳୀ ହେମ୍ବ୍ରମ୍, ଇଂ ବିଶେଶ୍ୱର ଟୁଡ଼ୁ, ସମାଜସେବୀ ବିନୟ ଭୂୟାଁ, ଅଖିଳ ଭାରତୀୟ ମାଝୀ ପରଗାନା ମହଲର ସଂଯୋଜକ ଶକ୍ତି ଦୟାଲ କିସ୍କୁ, ବିଶିଷ୍ଟ ଶ୍ରମିକ ନେତା ରାମଚନ୍ଦ୍ର ହାଁସଦା, ଗହ୍ମା ମାଝୀ, ଦାଖିନ ମୁର୍ମୁ, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ଚୁନୁ ମୁର୍ମୁ ଓ ପ୍ରଧାନ ମୁର୍ମୁ ବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ମଂଚାସୀନ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ସାନ୍ତାଳ ସମାଜର ମହାପୁରୁଷମାନଙ୍କର ଜୟନ୍ତୀ ପାଳନ, ଇତିହାସରେ ସେମାନଙ୍କୁ ସ୍ଥାନ ଦେବା ଓ ଜାହିରା ପୀଠର ସୁରକ୍ଷା ପାଇଁ ମିଳିମିଶି କାର୍ଯ୍ୟ କରିବା ପାଇଁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପେନ୍ଦ୍ର ମାଝୀ, ବିଶେଶ୍ୱର ଦ୍ୱିବେଦୀ, ପ୍ରାନ୍ତ ପରିଯୋଜନା ପ୍ରମୁଖ ମହେଶ ତ୍ରିପାଠୀ, ଧର୍ମଜାଗରଣ ପ୍ରାନ୍ତ ପ୍ରମୁଖ ଆଲୋକ କୁମାର ଖଟୁଆ, ଜିଲ୍ଲା ସଂଯୋଜକ ରାଜେନ୍ଦ୍ର ପ୍ରସାଦ ବିନ୍ଧାଣୀ, ବିଷ୍ଣୁପଦ ମହାନ୍ତ, ସଂଜୀବ ପଣ୍ଡା, ତୁଷାର ତ୍ରିପାଠୀ, ତନ୍ମୟ ଭାଇ, ତପନ ଭାଇ, ସମାଜସେବୀ ରଘୁନାଥ ମହାନ୍ତ ସହଯୋଗ କରିଥିଲେ । ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ
ଶ୍ରୀ ରତିକାନ୍ତ ଜେନା ଓ ସମ୍ପାଦକ ଶ୍ରୀ ରଣଜିତ୍ ଧଳ ସହଯୋଗ କରିଥିଲେ ।
Comments
Post a Comment