ଧାମନଗର,୨୧/୩,ାମନଗର ଥାନା ସମ୍ମୁଖରେ ଶ୍ରୀରାମ ନବମୀ ମହାଯଜ୍ଞ ସମିତି ତରଫରୁ ଏକ ପ୍ରତିବାଦସଭା ଓ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଅଛି । ବୁଧବାର ସକାଳ୧୦ଟା ଠାରୁ ୧୨ଟା ପର୍ଯ୍ୟନ୍ତ ଏହି ୨ଘଣ୍ଟିଆ ଗଣ ଧାରଣାରେ ଶତାଧିକ ଯଜ୍ଞ ସମିତିର ସମର୍ଥକ ମାନେ ଯୋଗ ଦେଇ ଭଦ୍ରକ ଜିଲ୍ଲା ପ୍ରଶାସନର ଶ୍ରୀରାମ ନବମୀ ମହାଯଜ୍ଞ ଉପରେ ଲଗାଯାଇଥିବା ଅଙ୍କୁଶ ଓ ୧୪୪ଧାରା ଜାରିକୁ କଢା ସମାଲୋଚନା କରିଥିଲେ । ବିଗତ ୨୮ବର୍ଷ ଧରି ଶ୍ରୀରାମ ନବମୀ ମହାଯଜ୍ଞ ସମିତି ଆନୁକୂଲ୍ୟରେ ଭଦ୍ରକ ଗାନ୍ଧୀ ପଡିଆ ଠାରେ ପବିତ୍ର ଶ୍ରୀରାମ ନବମୀ ମହାଯଜ୍ଞ ଉତ୍ସବ ପାଳନ କରାଯାଉ ଅଛି । ଏଥିରେ ଶ୍ରୀରାମ ନବମୀ ଅବସରରେ କଳସ ଶୋଭାଯାତ୍ରା, ମହାଯଜ୍ଞ ପାରମ୍ପରିକ ରୀତି ନୀତି ଅନୁସାରେ ପାଳନ କରାଯାଉଥିଲା । ଚଳିତ ବର୍ଷ ଭଦ୍ରକ ଜିଲ୍ଲା ପ୍ରଶାସନ ଯଜ୍ଞ କାର୍ଯ୍ୟକ୍ରମକୁ ସଂକୁଚିତ କରିବା ପାଇଁ ଭଦ୍ରକ ସହରରେ ୧୪୪ଧାରା ଜାରି କରିଛନ୍ତି । ଏଥିରେ ଶ୍ରୀରାମ ନବମୀ ମହାଯଜ୍ଞ ପ୍ରଭାବିତ ହୋଇଛି । ଏହାକୁ ବିରୋଧ କରି ମହାଯଜ୍ଞ ସମିତିର କର୍ମକର୍ତ୍ତା ଓ ସମର୍ଥକ ମାନେ ଧାମନଗର ଥାନା ସମ୍ମୁଖରେ ଗଣ ଧାରଣା ଓ ପ୍ରତିବାଦ ସଭା କରିଥିଲେ । ଏଥିରେ ବରିଷ୍ଠ ବିଜେପି ନେତା ବିଷ୍ଣୁ ସେଠଙ୍କ ସହ ବହୁ ବିଜେପି କର୍ମୀମାନେ ଯୋଗ ଦେଇ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନକୁ କଟୁ ସମାଲୋଚନା କରିଥିଲେ ।
Comments
Post a Comment